PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଅର୍ଥବ୍ୟବସ୍ଥାକୁ ଝଟକା: ଦରଦାମ ବୃଦ୍ଧି ୩ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ, ୧୨|୧୨:  ଭାରତୀୟ ଅର୍ଥବ୍ୟବସ୍ଥାକୁ ଦୁଇଟି ବ଼ଡ ଝଟକା ଲାଗିଛି। ନଭେମ୍ବର ମାସରେ ଦରଦାମ୍ ବୃଦ୍ଧି ୪.୬୨ ପ୍ରତିଶତରୁ ବୃଦ୍ଧି ପାଇ ୫.୫୪ ପ୍ରତିଶତ ହୋଇଯାଇଛି। ସେହିପରି ଅକ୍ଟୋବରରେ ଇଣ୍ଡଷ୍ଟ୍ରିଆଲ ଗ୍ରୋଥ୍ ପୁଣି ନେଗେଟିଭ୍ ଜୋନରେ ରହିଛି। କିନ୍ତୁ ସେପ୍ଟେମ୍ବର ତୁଳନାରେ ଏଥିରେ ସାମାନ୍ୟ ସୁଧାର ଆସିଛି। ଏହା -୫.୪ ପ୍ରତିଶତ ତୁଳନାରେ -୩.୮ ପ୍ରତିଶତ ହୋଇଛି। ଗତବର୍ଷ ଅକ୍ଟୋବରରେ ଏହା ୮.୪ ପ୍ରତିଶତ ରହିଥିଲା।

ଏଠାରେ କହି ରଖୁଛୁ ଯେ, ଉଦ୍ୟୋଗ ଉତ୍ପାଦନ ସୁଚକାଙ୍କ ବା ଆଇଆଇପି କୌଣସି ଦେଶର ଅର୍ଥବ୍ୟବସ୍ଥାରେ ମହତ୍ତ୍ୱ ରଖିଥାଏ। ଏଥିରୁ ଦେଶର ଆର୍ଥିକ ଅବସ୍ଥାର ଗତି କିପରି ହେଉଛି, ତାହା ଜଣାପଡେ। ଅର୍ଥଶାସ୍ତ୍ରୀଙ୍କ କହିବାନୁସାରେ, ମ୍ୟାନୁଫାକ୍ଚରିଂ, ସର୍ଭିସେସ୍ ସେକ୍ଟରରେ ମାନ୍ଦାବସ୍ଥା ଜାରି ରହିଛି। ଦେଶରେ ଏବେ ସୁଧା ବେସରକାରୀ ସଂସ୍ଥା ନିବେଶ କରିବାରେ ପଛଘୁଞ୍ଚା ଦେଉଛନ୍ତି। ତେଣୁ ବିଭିନ୍ନ ସେକ୍ଟରରେ ଛଟେଇ ବୃଦ୍ଧି ପାଇଛି।

୩ ବର୍ଷରେ ସବୁଠାରୁ ଅଧିକ ଦରବୃଦ୍ଧି

ରିଟେଲ୍ ଦର ନଭେମ୍ବରରେ ବୃଦ୍ଧି ପାଇ ୫.୫୪ ପ୍ରତିଶତ ହୋଇଛି। ଏହା ଗତ ୩ ବର୍ଷ ତୁଳନାରେ ସବୁଠାରୁ ଅଧିକ। ବିଶେଷଜ୍ଞଙ୍କ କହିବାନୁସାରେ, ଦରଦାମ ବୃଦ୍ଧି ଆରବିଆଇର ମଧ୍ୟମ ଅବଧି ଲକ୍ଷ୍ୟଠୁ ଅଧିକ ରହିଛି। ଏହି ସମୟରେ ସୁଧ ହାର ହ୍ରାସ କରାଯିବା ନେଇ ରହିଥିବା ଆଶାକୁ ଝଟକା ଲାଗିପାରେ।

ସମ୍ବନ୍ଧିତ ଖବର