PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ଭାରତୀୟ ବଜାରକୁ ଆସିଲା ବିଏସ୍‌-୬ ଇଞ୍ଜିନର ହୋଣ୍ଡା ହର୍ନେଟ୍‌ ୨.୦

ଗୁରୁଗାଓଁ,୨୮/୦୮: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଗୁରୁବାର ଭାରତୀୟ ବଜାରକୁ ୧୮୦-୨୦୦ ସିସି ବର୍ଗରେ ନିଜର ନୂଆ ହର୍ନେଟ୍‌ ୨.୦ ଛାଡ଼ିଛି । ଏଚ୍‌ଏମ୍‌ଏସ୍‌ଆଇ ଏମ୍‌ଡି, ସଭାପତି ଓ ସିଇଓ ଆତ୍‌ସୁସି ଓଗାଟା ଏବଂ ବିକ୍ରି ଓ ବିପଣନ ମୁଖ୍ୟ ୟଦବିନ୍ଦର ସିଂହ ଗୁଲେରିଆ ଏହି ଅତ୍ୟାଧୁନିକ ହର୍ନେଟ୍‌ର ବଜାର ପ୍ରବେଶ କରାଇଛନ୍ତି ।

ଏଥିରେ ଉଚ୍ଚ କ୍ଷମତାଶୀଳ ଏଚ୍‌ଟିଇ ବିଏସ୍‌-୬ ଇଞ୍ଜିନ, ସମ୍ପୂର୍ଣ୍ଣ ଡିଜିଟାଲ ନେଗେଟିଭ୍‌ ଲିକ୍ୱିଡ୍‌ କ୍ରିଷ୍ଟାଲ ମିଟର, ଡୁଆଲ ପେଟାଲ ଡିସ୍କ ବ୍ରେକ୍‌ ଭଳି ବୈଶିଷ୍ଟ୍ୟ ରହିଛି, ଯାହାକି ଚାଳକଙ୍କୁ ଏକ ଅନନ୍ୟ ଗାଡ଼ି ଚାଳନା ଅନୁଭୂତି ପ୍ରଦାନ କରିବ । ପ୍ରଥମ ଥର ପାଇଁ ହର୍ନେଟ୍‌ରେ ୨୦୦ ସିସିରୁ କମ୍‌ ବର୍ଗରେ ଗୋଲ୍ଡେନ୍‌ ୟୁଏସ୍‌ଡି ଫ୍ରଣ୍ଟ ଫର୍କ ସସ୍‌ପେନ୍‌ସନ୍‌ ବ୍ୟବହାର କରାଯାଇଛି । ହୋଣ୍ଡା ହର୍ନେଟ୍‌ ୨.୦ରେ ୬ ବର୍ଷିଆ ୱାରେଣ୍ଟି ଦିଆଯାଉଛି । ୪ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ଏହି ବାଇକ୍‌ରେ ଏହାର ମୂଲ୍ୟ (ଗୁରୁଗ୍ରାମ ଏକ୍ସ-ସୋ’ରୁମ୍‌) ୧,୨୬,୩୪୫ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର