PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ନିର୍ମାଣ କରିବ ୬ଟି ପରମାଣୁ କ୍ଷମତାସମ୍ପନ୍ନ ବୁଡାଜାହାଜ

ନୂଆଦିଲ୍ଲୀ, ୨୯|୧୨:   ଭାରତୀୟ ନୌସେନା ୧୮ଟି ପରମ୍ପରାଗତ ଓ ୬ଟି ପରମାଣୁ ଆକ୍ରମଣ କ୍ଷମତାସମ୍ପନ୍ନ  ବୁଡାଜାହାଜ ନିର୍ମାଣ କରିବା ପାଇଁ ବିଚାର କରୁଛି। ନୌସେନା ନିଜ ସାମୁଦ୍ରିକ ଅଞ୍ଚଳରେ  ଶକ୍ତି ବୃଦ୍ଧି ବାବଦରେ ଏକ ତଥ୍ୟ ସଂସଦୀୟ ପ୍ୟାନେଲକୁ ପ୍ରଦାନ କରିଛି।

ପ୍ରତିରକ୍ଷା ମାମଲାର ଷ୍ଟାଣ୍ଡିଂ କମିଟି ସଂସଦର ଶୀତ ଅଧିବେଶନରେ ଏକ ରିପୋର୍ଟ ପ୍ରଦାନ କରିଥିଲା। ଏଥିରେ ୧୮ରୁ ଅଧିକ ପରମ୍ପରାଗତ ବୁଡାଜାହାଜ, ୬ଟି ପରମାଣୁ ଆକ୍ରମଣ କରିପାରୁଥିବା ବୁଡାଜାହାଜର ଯୋଜନା ରହିଛି। ଏବେ ନୌସେନା ପାଖରେ ୧୫ଟି ପରମ୍ପରାଗତ ବୁଡାଜାହାଜ ଓ ଗୋଟିଏ ପରମାଣୁ କ୍ଷମତାସମ୍ପନ୍ନ ବୁଡାଜାହାଜ ରହିଛି।

ଆରିହନ୍ତ ଶ୍ରେଣୀର ବୁଡାଜାହାଜ ସହ ନୌସେନା ୬ଟି ପରମାଣୁ ଆକ୍ରମଣ କ୍ଷମତା ବିଶିଷ୍ଟ ଜାହାଜ ନିର୍ମାଣ କରିବା ପାଇଁ ଯୋଜନା କରୁଛି। ଏଥିରୁ ପରମାଣୁ ମିସାଇଲକୁ ଉତକ୍ଷେପଣ କରାଯାଇ ପାରିବ। 

ଷ୍ଟାଣ୍ଡିଂ କମିଟିର ରିପୋର୍ଟରେ କୁହାଯାଇଛି, ନୌସେନା ପାଖରେ ଥିବା ୧୩ଟି ବୁଡାଜାହାଜ ୧୭ରୁ ୩୧ ବର୍ଷ ପୁରୁଣା। ନୂଆକରି ନିର୍ମାଣ ହେବାକୁ ଥିବା ବୁଡାଜାହାଜକୁ ବେସରକରୀ ସଂସ୍ଥା ସହ ସହଭାଗିତାରେ ପ୍ରସ୍ତୁତ କରାଯିବ। ଏଥିରେ ବିଦେଶୀ ଉପକରଣ ନିର୍ମାଣ କରୁଥିବା କମ୍ପାନୀ ସାମିଲ ରହିବେ।

ସମ୍ବନ୍ଧିତ ଖବର