PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ବ୍ରିଟେନ ନିର୍ବାଚନରେ ବ୍ରିଟିସ ଭାରତୀୟଙ୍କ ପଲ୍ଲା ଭାରି, ପୁଣି ଜିତିଲେ ପ୍ରୀତି ଓ ରିଶି

ଲଣ୍ଡନ,୧୩।୧୨:  ବ୍ରିଟେନରେ  ପୁଣିଥରେ କ୍ଷମତାକୁ ଫେରିଛି କନଜରଭେଟିଭ ପାର୍ଟି।  ଏଥର ସାଧାରଣ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କ ଦେଖିବାକୁ ମିଳିଛି ଜୋରଦାର ପ୍ରଦର୍ଶନ । ଉଭୟ ଲେବରପାର୍ଟି ଏବଂ କନଜରଭେଟିଭ ପାର୍ଟିର ପ୍ରାର୍ଥୀ ହୋଇଥିବା  ମୂଳ ଭାରତୀୟ ରାଜନେତା ଭଲ ଭୋଟ ପାଇଛନ୍ତି । ପ୍ରାୟ ୧୨ରୁ ଅଧିକ ଏମପି ସେମାନଙ୍କ ଆସନ ବଜାୟ ରଖିଥିବା ବେଳେ , କିଛି ନୂଆ ନେତା ମଧ୍ୟ ଏଥର ବ୍ରିଟିଶ୍ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି।

ବିପୁଳ ଭୋଟ ସହ ପୁଣି କ୍ଷମତାକୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍ ଜନଶନ୍। ଗତ ସଂସଦର ସବୁ ଭାରତୀୟ ବଂଶୋଦ୍ଭବ ସାଂସଦ ପୁନଃନିର୍ବାଚିତ ହୋଇଛନ୍ତି ।  କନଜରଭେଟିଭ ପାର୍ଟିର  ପ୍ରାର୍ଥୀ ହୋଇ ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି  ଗଗନ ମହିନ୍ଦ୍ରା ଏବଂ କ୍ଲାଇରେ କୌଥିନୋ। ସେହିଭଳି ଲେବର ପାର୍ଟିରୁ ନିର୍ବାଚିତ ହୋଇଥିବା  ନବେନ୍ଦ୍ରୁ ମିଶ୍ରା ମଧ୍ୟ ନୂଆ ମୁହଁ । ବ୍ରିଟେନର ପୂର୍ବତନ ଗୃହ ସଚିବ ପ୍ରୀତି ପଟେଲ ମଧ୍ୟ ଭଲ ବ୍ୟବଧାନରେ ବିଜୟୀ ହୋଇଛନ୍ତି . ପ୍ରୀତି ପୁଣି ପ୍ରଧାନମନ୍ତ୍ରୀ ବୋରିସ ଜନଶନଙ୍କ କ୍ୟାବିନେଟ୍ ଭଲ ପଦବୀ ପାଇବେ ବୋଲି ଏକ ପ୍ରକାର ସ୍ପଷ୍ଟ ରହିଛି।

ସେଭଳି ବୋରିସ ଜନସନଙ୍କ ପୂର୍ବ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା  ରେ ଥିବା ରିଶି ସୁନାକ ମଧ୍ୟ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ରିଶି ହେଉଛନ୍ତି ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀଙ୍କ ଜ୍ୱାଇଁ। ଲେବର ପାର୍ଟି ଟିକେଟରେ ଜିତିଥିବା  ଅନ୍ୟ ମାନଙ୍କ ମଧ୍ୟରେ ଅଛନ୍ତି ଶୈଳେଶ ଭାରା, ସୁଏଲ ବ୍ରାଭରମ୍ୟାନ୍ । ସେହିପରି  କନଜରଭେଟିଭ୍ ପାର୍ଟି ଟିକେଟରେ ନଭେନ୍ଦ୍ରୁ ମିଶ୍ରା, ପ୍ରିତି କଉର ଗିଲ୍,ତନମନଜିତ ସିଂ ଧେଶି,ବିରେନ୍ଦ୍ର ଶର୍ମା,ଲିସା ନାନ୍ଦି,ସୀମା ମାଲହୋତ୍ରା ଆଦି ପ୍ରମୂଖ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର