ମହଙ୍ଗା ପଡ଼ିଲା କରୋନା ଭାଇରସ୍‌କୁ ନେଇ ଥଟ୍ଟା କରିବା , ଜେଲ୍ ଗଲେ ମହିଳା

ଜୋହାନ୍ସବର୍ଗ ୧୦ /୦୩ :  କରୋନା ଭାଇରସ୍‌ ଚୀନ ସହ ପୁରା ବିଶ୍ୱରେ  ଚିନ୍ତାର କାରଣ ହୋଇଛି ।  କରୋନାର ଭୟଙ୍କର ପ୍ରଭାବକୁ ଦେଖି ଅନେକ ଦେଶରେ   ଏମର୍ଜେନ୍ସି ଘୋଷଣା କରିଦେଇଛନ୍ତି ।  ଗୋଟେ ପଟେ କରୋନାକୁ ନେଇ ଲୋକେ ଭୟ ଓ ଆତଙ୍ଗୀତ ଅବସ୍ଥାରେ ଥିବା ବେଳେ କିଛି ଲୋକ ଏହି ମାରାତ୍ମକ ଭାଇରସ ନାମରେ  ମଜାକ୍‌ କରିବାରେ ବାହାରିଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ।

କରୋନା ଭାଇରସକୁ ନେଇ ଥଟ୍ଟା ପରିହାସ କରିବା ପଡିଲା ମହଙ୍ଗା । ଭାରତୀୟ ମୂଳ ଭାରତରୁ ଡରବନ ଫେରିଥିବା ଜଣେ ୫୫ ବର୍ଷିୟା  ମହିଳାଙ୍କ  କ୍ଷେତ୍ରରେ ହୋଇଛି ଏହି ମାମଲା। ସେ  ଦାବି କରୁଥିଲେ କି  ତାଙ୍କୁ କରୋନା ଭାଇରସର ସଂକ୍ରମଣ ହୋଇଛି । ତାଙ୍କୁ ଆନନଫାନନ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା ।  ଯେତେବେଳେ ଜଣାପଡିଲା କି ତାଙ୍କୁ କୌଣସି  କରୋନା ସଂକ୍ରମଣ ହୋଇନି, ସେ କହିଲେ କି ସେ ମଜାକ୍‌ କରୁଥିଲେ।

ପରେ ପୁଲିସ୍‌ର ତଦନ୍ତ ପରେ ଜଣାପଡିଲା କି , ମହିଳା ଜଣକ ଏକ ଫ୍ରଡ୍‌ କେସ୍‌ରୁ  ରକ୍ଷା ପାଇବା ପାଇଁ ଏମିତି କରୁଥିଲେ । ମହିଳାଙ୍କୁ ଗିରଫ କରି ନେଇଯାଇଛି ପୁଲିସ୍‌ ।

 ଅନ୍ୟ ଏକ ମାମଲାରେ ପୁଲିସ୍‌ ଅଧିକାରୀ ଏକ ମହଙ୍ଗା ସ୍ପୋର୍ଟ୍ସ କାରର ମାଲିକକୁ ଖୋଜୁଥିଲେ । ଯାହାକୁ ଅନୁମାନ କରାଯାଉଛି ସେ ଜଣେ ଭାରତୀୟ ମୂଳ ବ୍ୟକ୍ତି ।

ପ୍ରକୃତରେ  ୪ଜଣ ଅଲାଗା ଅଲଗା ଲୋକ କହିଛନ୍ତି କି ,  ସେ ଯେଉଁ କାରକୁ ଚଳାଉଥିଲେ ,  ତାହାର ନମ୍ୱର ପ୍ଲେଟ୍‌ରେ କୋଭିଡ ୧୯-ଜେଡଏନ୍‌  ଲେଖାଥିଲା । ଏହି ନମ୍ୱର ପ୍ଲେଟ୍‌କୁ ନେଇ ସୋସିଆଲ୍‌ ମିଡ଼ିରେ ଖୁବ୍‌ ଚର୍ଚ୍ଚା ହେଉଛି । ପୁଲିସ୍‌  କାର୍‌ ଓ ତାର ମାଲିକକୁ ଖୋଜୁଛି ।

   ସମ୍ବନ୍ଧିତ ଖବର


୧ ଡିସେମ୍ବରରୁ ହେଉଛି ଏହି ୫ ବଡ ପରିବର୍ତ୍ତନ, ଜାଣନ୍ତୁ ଲାଭରେ ରହିବେ ନା ସହିବେ କ୍ଷତି

ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍

ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଆହତ, ଭାଙ୍ଗିଗଲା ଗୋଡର ହାଡ଼

୧୧୦ ଜଣ ଶ୍ରମିକଙ୍କୁ ଗଳାକାଟି ହତ୍ୟା କଲେ ବୋକୋ ହରାମ ଆତଙ୍କବାଦୀ,ମହିଳାଙ୍କୁ ଉଠାଇ ନେଲେ

ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଲାଗିବନି ସୂତକ,ଏହି ରାଶିର ବ୍ୟକ୍ତି ଓ ଗର୍ଭବତୀ ରୁହନ୍ତୁ ସତର୍କ

ତୃତୀୟ ଥର ବି ଝିଅ ଜନ୍ମହେଲା, ରାଗରେ ନବଜାତ ଶିଶୁ କନ୍ୟାକୁ ପାଣିରେ ବୁଡାଇ ମାରିଦେଲା ମା’