ପ୍ରମୁଖ ଖବର
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଜାତୀୟ ସଙ୍ଗୀତ ଗାନ କଲେ ୧୬ ବର୍ଷୀୟ ସ୍ପର୍ଶ: ଜନ୍ମରୁ ବିରଳ ରୋଗରେ ପୀଡ଼ିତ

ହ୍ୟୁଷ୍ଟନ୍‌ ୨୩/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ବିରଳ ରୋଗରେ ପୀଡ଼ିତ ଜଣେ ଭାରତୀୟ ବଂଶୋଦ୍ଭବ କିଶୋର । ହ୍ୱିଲଚେୟାରରେ ବସି ଏହି ୧୬ ବର୍ଷୀୟ କିଶୋର ହାଓଡି ମୋଦି କାର୍ଯ୍ୟକ୍ରମରେ ଭାରତର ଜାତୀୟ ସଙ୍ଗୀତ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।

କାର୍ଯ୍ୟକ୍ରମ ପୂର୍ବରୁ ମୋଦିଙ୍କୁ ଦେଖିବା ସହ ତାଙ୍କୁ ଭେଟିବା ପାଇଁ ଅତ୍ୟନ୍ତ ଉତ୍ସାହିତ ଥିଲେ ସ୍ପର୍ଶ ଶାହ । ଶେଷରେ ତାଙ୍କ ଆଶା ପୂରଣ ହେଲା। କାର୍ଯ୍ୟକ୍ରମ ପୂର୍ବରୁ ସ୍ପର୍ଶ କିଛି ଭାରତୀୟ ଗଣମାଧ୍ୟମ ସଂସ୍ଥା ପ୍ରତିନିଧିଙ୍କ ସହ କଥା ହୋଇଥିଲେ । ଯଦିଓ ସେ ଆମେରିକାରେ ଜନ୍ମ ହୋଇ ସେଠାରେ ଛୋଟରୁ ବଡ଼ ହୋଇଛନ୍ତି, ତଥାପି ନିଜ ଦେଶ ଭାରତ ପାଇଁ ତାଙ୍କ ମନରେ ପ୍ରଗାଢ଼ ଭଲପାଇବା ଓ ସମ୍ମାନ ରହିଛି ।

{"id":46453,"width":726,"height":363}

ଆମେରିକାର ନ୍ୟୁଜର୍ସିରେ ରହୁଥିବା ସ୍ପର୍ଶ ଏକାଧାରରେ ଜଣେ ର‌୍ୟାପର୍‌, ଗାୟକ, ଗୀତିକାର ଏବଂ ପ୍ରେରଣାଦାୟୀ ବକ୍ତା। ଜନ୍ମରୁ ସେ ‘ଅଷ୍ଟିଓଜେନେସିସ୍‌ ଇମ୍ପର୍‌ଫେକ୍ଟା’ ନାମକ ବିରଳ ରୋଗରେ ପୀଡ଼ିତ । ଏହି ରୋଗରେ ପୀଡ଼ିତ ପିଲାଙ୍କ ହାଡ଼ ଅତ୍ୟନ୍ତ ଦୁର୍ବଳ ହୋଇଥାଏ । ସାମାନ୍ୟତମ ଚାପରେ ତାହା ଭାଙ୍ଗିଯାଇଥାଏ । ତେଣୁ ମାଆଙ୍କ ପେଟରେ ଥିଲା ବେଳେ ତାଙ୍କର ୩୫ଟି ହାଡ଼ ଭାଙ୍ଗିଯାଇଥିଲା । ଜନ୍ମ ପରଠାରୁ ତାଙ୍କର ଏ ପର୍ଯ୍ୟନ୍ତ ୧୩୦ରୁ ଅଧିକ ହାଡ଼ ଭାଙ୍ଗିସାରିଲାଣି । ତେଣୁ ସବୁବେଳେ ସେ ହ୍ୱିଲ୍‌ଚେୟାରରେ ବସିରହୁଛନ୍ତି । ତାଙ୍କ ଇଚ୍ଛା ସେ ପରବର୍ତ୍ତୀ ଏମିନେମ୍‌ (ପ୍ରସିଦ୍ଧ ଆମେରିକୀୟ ର‌୍ୟାପର୍‌) ହେବେ ଏବଂ ୧୦୦ କୋଟି ଲୋକଙ୍କ ସାମ୍ନାରେ ପ୍ରଦର୍ଶନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.