କରୋନାର ଚିକିତ୍ସା ପାଇଁ ତିଆରି କରିଥିବା ଔଷଧକୁ ନିଜ ଉପରେ ପରୀକ୍ଷଣ କରି ଫାର୍ମାସିଷ୍ଟ ମୃତ

ଚେନ୍ନାଇ,୧୦।୫: କରୋନା ଭାଇରସର ପ୍ରକୋପ ସାରା ବିଶ୍ବରେ ଜାରି ରହିଛି। ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ପରେ କରୋନାର ତାଣ୍ଡବ ଥମିବାର ନାଁ ନେଉନି। ଲାଗୁଛି ଚିକିତ୍ସା ବିଜ୍ଞାନ ସତେ ଯେପରି ଧୀରେ ଧୀରେ କରୋନା ଭାଇରସ୍ ନିକଟରେ ପ୍ରଭାବ ହରାଇଛି। କିନ୍ତୁ କରୋନାରୁ ବର୍ତ୍ତିବା ପାଇଁ ଆଶା ଛାଡି ନାହାନ୍ତି ବୈଜ୍ଞାନିକ ଓ ବିଶେଷଜ୍ଞମାନେ। ଭାରତ ସହିତ ବହୁ ଦେଶ ଏହାର ଟୀକା ତିଆରି କରିବା ନେଇ ଗବେଷଣା ଜାରି ରଖିଛନ୍ତି। ବଡ ବଡ ଔଷଧ କମ୍ପାନୀ, ବୈଜ୍ଞାନିକ ଏବଂ ଫାର୍ମସିଷ୍ଟମାନେ ଦିନ ରାତିରେ କରୋନା ପ୍ରତିଷେଧକ ଆବିଷ୍କାର କରିବା ନେଇ ଖାମ କରୁଛନ୍ତି। କିନ୍ତୁ ଏହା ଭିତରେ ଆମ ଦେଶରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଚେନ୍ନାଇର ଜଣେ ଫାର୍ମାସିଷ୍ଟ କରୋନା ଭାଇରସ୍ ଚିକିତ୍ସା ପାଇଁ ନିଜେ ତିଆରି କରିଥିବା ଔଷଧର ପରୀକ୍ଷଣ ନିଜ ଉପରେ ପରୀକ୍ଷଣ କରିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣାଟି ଚେନ୍ନାଇ ପେରୁଗୁଣ୍ଡିରେ ଘଟିଛି। ସେଠାରେ କେ.ଶିବନେସନ୍, ଯିଏକି ଏକ ଆୟୁବେର୍ଦିକ କମ୍ପାନୀର ଫାର୍ମସିଷ୍ଟ ଭାବରେ କରୁଥିଲେ ସେ କରୋନାର ଔଷଧ ତିଆରି କରି ନିଜ ଉପରେ ପରୀକ୍ଷଣ କରିଥିଲେ। କରୋନାର ଚିକିତ୍ସା ପାଇଁ ଶିବନେସନ୍ ଓ ତାଙ୍କର ସିନିୟର ତଥା ପ୍ରଡକ୍ସନ ମ୍ୟାନେଜର ରାଜକୁମାର ଔଷଧ ପ୍ରସ୍ତୁତ ସରିବା ପରେ ଦୁହେଁ ନିଜ ନିଜ ଉପରେ ପରୀକ୍ଷଣ କରିଥିଲେ। ରାଜକୁମାର ଅଳ୍ପ କିଛି ଔଷଧ ନିଜେ ପିଇଥିବା ବେଳେ ଶିବନେସନ୍ ଅଧିକ ମାତ୍ରାରେ ଏହାର ସେବନ କରିଦେଇଥିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି।

ଔଷଧ ଖାଇବା ପରେ ଦୁହେଁ ବେହୋସ ହୋଇଯାଇଥିଲେ। ଦୁହିଁଙ୍କୁ ନିକଟସ୍ଥ ହସ୍ପିଟାଲରେ ପଠାଯାଇଥିଲା। ଶିବନେସନଙ୍କ ହସ୍ପିଟାଲାରେ ମୃତ୍ୟୁ ହୋଇଥିବା ବେଳେ ରାଜକୁମାରଙ୍କ ସ୍ଥିତି ସ୍ଥିର ରହିଛି ଓ ତାଙ୍କର ଚିକିତ୍ସା ଚାଲିଛି। ଏହି ମାମଲାରେ ପୋଲିସର ଏକ ଟିମ୍ ମଧ୍ୟ ଯାଞ୍ଚ କରିଛନ୍ତି। ମାମଲା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ଘଟଣାର ତଦନ୍ତରେ ଲାଗିଯାଇଛି।

   ସମ୍ବନ୍ଧିତ ଖବର


ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି