ଭୋକ-ଶୋଷରେ ସମଝୌତା ଏକ୍ସପ୍ରେସକୁ ଅପେକ୍ଷା କରିଥିଲେ ପାକିସ୍ତାନୀ ଯାତ୍ରୀ, ଖାଦ୍ଯ ଖୁଆଇଲା ପଞ୍ଜାବ ପୋଲିସ

source:zeenews.india.com
ନୁଆଦିଲ୍ଲୀ ୧/୩: ପଞ୍ଜାବ ପୋଲିସ, ଯବାନମାନେ ସମଝୌତା ଏକ୍ସପ୍ରେସ୍ ରେଳ ସେବାର ଅସ୍ଥାୟୀ ନିଲମ୍ବନ ଯୋଗୁଁ ଅମୃତସର ନିକଟରେ ଅଟାରୀ ରେଲୱେ ଷ୍ଟେସନ ବାହାରେ ଫସିଥିବା ପାକିସ୍ତାନୀ ଯାତ୍ରୀଙ୍କୁ ଖାଦ୍ୟ ବିତରଣ କରିଛନ୍ତି । ସମଝୌତା ଏକ୍ସପ୍ରେସ୍ ରଦ୍ଦ ହେବା ଯୋଗୁଁ ପାକିସ୍ତାନୀ ଯାତ୍ରୀ ଅମୃତସରରେ ଫସିରହିଛନ୍ତି । ପଞ୍ଜାବ ପୋଲିସ ତରଫରୁ ଶୁକ୍ରବାର ପାକିସ୍ତାନ ଯିବାପାଇଁ ସମଝୌତା ଏକ୍ସପ୍ରେସକୁ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ଖାଦ୍ୟ ବିତରଣ କରାଯାଇଛି ।
ଭାରତ ଓ ପାକିସ୍ତାନ ମଧ୍ଯରେ ବଢିଥିବା ତିକ୍ତତା ଯୋଗୁଁ ପାକିସ୍ତାନ ପ୍ରଶାସନ ଉଭୟ ଦେଶ ମଧ୍ଯରେ ଚାଲୁଥିବା ସମଝୌତା ଏକ୍ସପ୍ରେସ ସେବାକୁ ନିଲମ୍ବନ କରାଯାଇଛି । ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଗୁରୁବାର ଲାହୋରରୁ ଅଟାରୀ ଆସୁଥିବା ଟ୍ରେନକୁ ରଦ୍ଦ କରିଦିଆଗଲା । ଯେଉଁ ଯାତ୍ରୀଙ୍କୁ ଭାରତ ଆସିବାକୁ ଥିଲା ସେମାନଙ୍କୁ କୁହାଗଲା ଯେ ନିଜ ଟିକେଟର ରିଫଣ୍ଡ ନେଇପାରିବେ ।
ଟ୍ରେନ୍ ପାକ୍ ତରଫରୁ ଉଭୟ ଦେଶ ମଧ୍ଯରେ ସୋମବାରରୁ ଗୁରବାର ଚାଲିଥାଏ । ଏହା ଲାହୋର ଓ ପଞ୍ଜାବର ଅଟାରୀକୁ ଯୋଡିଥାଏ । ଏହା ବ୍ଯତୀତ ସମଝୌତା ଏକ୍ସପ୍ରେସର ଏକ ଲିଙ୍କ ଟ୍ରେନ୍ ୟାତ୍ରୀଙ୍କୁ ଅଟାରୀରୁ ଦିଲ୍ଲୀ ଆଣିଥାଏ ।