PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ପୋଷ୍ଟ ଅଫିସ୍ ଆକାଉଣ୍ଟ ହୋଲ୍ଡରଙ୍କୁ ବଡ ଝଟକା, ୧ ଏପ୍ରିଲରୁ ଉଠାଣ ଓ ଜମା ଉପରେ ଲାଗିବ ଏତେ ଟଙ୍କା ଚାର୍ଜ

https://www.tv9hindi.com/

ନୂଆଦିଲ୍ଲୀ ୪/୩: ଯଦି ଆପଣଙ୍କ ପୋଷ୍ଟ ଅଫିସରେ ଆକାଉଣ୍ଟ ଅଛି ତେବେ କ୍ୟାଶ୍ ଉଠାଣ ଓ ଜମା କରିବା ମହଙ୍ଗା ପଡିପାରେ । ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ(IPPB) ୧ ମାର୍ଚ୍ଚରେ ନୋଟିସ୍ ଜାରି କରିଛି ଏବଂ ଯେଉଁଥିରେ କୁହାଯାଇଛି ଯେ ଏକ ନିର୍ଦ୍ଧାରିତ ସୀମା ପରେ ଉଠାଣ ଓ ଜମା କରିବାରେ ଚାର୍ଜ ଦେବାକୁ ପଡିବ । ନୂଆ ନିୟମ ନୂଆ ଆର୍ଥିକ ବର୍ଷ ଅର୍ଥାତ୍ ୧ ଏପ୍ରିଲ ୨୦୨୧ରୁ ଲାଗୁ ହେବ । ନୂଆ ନିୟମ ଅନୁସାରେ ଲିମିଟରୁ ଅଧିକ ଥର ଟଙ୍କା ଜମା କଲେ ବା ଉଠାଇଲେ ଟ୍ରାଞ୍ଜାକ୍ସନ ଚାର୍ଜ ଦେବାକୁ ପଡିବ ।

ବେସିକ୍ ସେଭିଂ ଆକାଉଣ୍ଟ ପାଇଁ ଡିପୋଜିଟ ସମ୍ପୂର୍ଣ୍ଣ ରୂପେ ଫ୍ରି । ଯଦିଓ ଏକ ମାସରେ ୪ ଥର ଉଠାଣ ମାଗଣା । ଏହା ପରେ ଅତିକମରେ ୨୫ ଟଙ୍କା ବା ଭାଲ୍ୟୁର ୦.୫୦ ପ୍ରତିଶତ ଚାର୍ଜ ରୂପେ କଟିବ । ଅର୍ଥାତ୍ ୫ ହଜାର ଟଙ୍କା ପର୍ଯ୍ୟନ୍ତ(୧୦୦୦, ୨୦୦୦, ୩୦୦୦, ୪୦୦୦ କିଛି ବି) ଉଠାଣ କଲେ ଅତିକମରେ ୨୫ ଟଙ୍କା କଟିବ । ଏହା ପରେ ଚାର୍ଜ ବଢିବାକୁ ଲାଗିବ । କରେଣ୍ଟ ଆକାଉଣ୍ଟ ପାଇଁ ଏକ ମାସରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଣ ଫ୍ରି ଏବଂ ଏହା ପରେ ଅତିକମରେ ୨୫ ଟଙ୍କା ବା ଭାଲ୍ୟୁର ୦.୫୦ ପ୍ରତିଶତ ଚାର୍ଜ ରୂପେ କଟିବ । କରେଣ୍ଟ ଆକାଉଣ୍ଟରେ ଏକ ମାସରେ ୧୦ ହଜାର ଟଙ୍କା ଜମା କରିବା ମାଗଣା । ଏହା ପରେ ଚାର୍ଜ ରୂପେ ୨୫ ଟଙ୍କା ବା ଭାଲ୍ୟୁର ୦.୫୦ ପ୍ରତିଶତ ଚାର୍ଜ ରୂପେ କଟିବ ।

ଫ୍ରି ଲିମିଟ୍ ପୂରା ହେବା ପରେ କ୍ୟାଶ୍ ଜମା କଲେ ସମସ୍ତ ଟ୍ରାଞ୍ଜାକ୍ସନରେ ୨୦ ଟଙ୍କା ଲାଗିବ । ଉଠାଣ ଉପରେ ମଧ୍ୟ ଟ୍ରାଞ୍ଜାକ୍ସନ ଚାର୍ଜ ୨୦ ଟଙ୍କା ଲାଗିବ । ଏହା ବ୍ୟତୀତ ମିନି ଷ୍ଟେଟମେଣ୍ଟ ଉଠାଇବା ଚାର୍ଜ ୫ ଟଙ୍କା । ଫ୍ରି ଲିମିଟ୍ ପରେ ଫଣ୍ଡ୍ ଟ୍ରାନ୍ସଫର କଲେ ଟ୍ରାନ୍ସଫର ଚାର୍ଜ ଟ୍ରାଞ୍ଜାକ୍ସନ ଆମାଉଣ୍ଟର ୧ ପ୍ରତିଶତ, ସର୍ବାଧିକ ୨୦ ଟଙ୍କା ସର୍ବନିମ୍ନ ୧ ଟଙ୍କା ହେବ । ଉପରେ ଯେତେ ବି ଚାର୍ଜ କଥା କୁହାଯାଇଛି କେଉଁଥିରେ ବି ଜିଏସଟି ସାମିଲ ନାହିଁ । ଏହା ଅଲଗା ରୂପେ ଲାଗିବ । ଭାରତୀୟ ଡାକ ତରଫରୁ ୧ ମାର୍ଚ୍ଚରେ ଏହି ନୋଟିଫିକେସନ ଜାରି କରାଯାଇଛି । ଗ୍ରାହକଙ୍କୁ ମେସେଜ ରୂପେ ଏହି ସୂଚନା ଦିଆଯାଇଛି ।

ରେଗୁଲର ସେଭିଂ ଆକାଉଣ୍ଟ ହୋଲ୍ଡରଙ୍କ ପାଇଁ ନିୟମ
ପୋଷ୍ଟ ଅଫିସ ମଧ୍ୟ ନିଜ ଅଲଗା ଅଲଗା ସେବା ପାଇଁ ଚାର୍ଜ ଆଦାୟ କରେ । ଯଦି ଆପଣଙ୍କ ରେଗୁଲର ସେଭିଂ  ଆକାଉଣ୍ଟ ଅଛି ତେବେ ସର୍ବନିମ୍ନ ଡିପୋଜିଟ୍ ୧୦୦ ଟଙ୍କା । ସର୍ବାଧିକ ବାଲାନ୍ସ ୧ ଲକ୍ଷ ଟଙ୍କା । ଏଟିଏମ୍ କାର୍ଡ ଫ୍ରିରେ ମିଳିବ । କିନ୍ତୁ ଦ୍ୱିତୀୟ ଥର ପାଇଁ କାର୍ଡ ନେଲେ ୧୦୦ ଟଙ୍କା ଦେବାକୁ ପଡିବ । ଦ୍ୱିତୀୟ ବର୍ଷରୁ ମେଣ୍ଟେନାନ୍ସ ଚାର୍ଜ ବାର୍ଷିକ ୧୦୦ ଟଙ୍କା ଦେବାକୁ ପଡିବ ।

ସମ୍ବନ୍ଧିତ ଖବର