PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଚଳିତ ସପ୍ତାହରୁ ବଢ଼ିବ ରେଳ ଭଡ଼ା: କିଲୋମିଟର ପିଛା ୪୦ ପଇସା ଯାଏଁ ହେବ ମହଙ୍ଗା

ନୂଆଦିଲ୍ଲୀ ୨୫/୧୨: ଖୁବ୍‌ଶୀଘ୍ର ମହଙ୍ଗା ହେବ ରେଳଯାତ୍ରା । ଭାରତୀୟ ରେଳପଥ ଚଳିତ ସପ୍ତାହରୁ ସବୁ ଟ୍ରେନ୍‌ ତଥା ସବୁ ଶ୍ରେଣୀ ପାଇଁ ରେଳ ଭଡ଼ା ବଢ଼ାଇବ । ବିଭିନ୍ନ ଶ୍ରେଣୀରେ ରେଳ ଭଡ଼ା କିଲୋମିଟର ପିଛା ୫ ପଇସାରୁ ୪୦ ପଇସା ଯାଏଁ ବୃଦ୍ଧି ଘଟିବ । ରେଳ ଭଡ଼ା ବୃଦ୍ଧି ପାଇଁ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରୁ ଅନୁମୋଦନ ମିଳିସାରିଛି । କିନ୍ତୁ ଝାଡ଼ଖଣ୍ଡରେ ଚାଲିଥିବା ବିଧାନସଭା ନିର୍ବାଚନ ଯୋଗୁ ରେଳ ଭଡ଼ା ଘୋଷଣାକୁ ସ୍ଥଗିତ ରଖାଯାଇଥିବା ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।

ଭାରତରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ଭାରତୀୟ ରେଳପଥ ବହୁ ଆର୍ଥିକ ଚାପ ଦେଇ ଗତି କରୁଛି । କିନ୍ତୁ ସଡ଼କ ପରିବହନ ସହ କଡ଼ା ପ୍ରତିଯୋଗିତା ହେତୁ ମାଲ ଭଡ଼ା ବୃଦ୍ଧିର ସୁଯୋଗ ନାହିଁ । କିନ୍ତୁ କିଛି ବର୍ଷ ହେଲା ଯାତ୍ରୀବାହୀ ରେଳ ଭଡ଼ା ବଢ଼ିନାହିଁ । ଏଣୁ ଯାତ୍ରୀ ଭଡ଼ା ବଢ଼ାଇ ରାଜସ୍ୱ ବୃଦ୍ଧି ପାଇଁ ରେଳପଥ ଯୋଜନା ରଖିଛି । ଅପରପକ୍ଷରେ ରେଳପଥ ରାଜସ୍ୱ ବୃଦ୍ଧି ପାଇଁ ସରକାର କେତେକ ଟ୍ରେନ୍‌ରେ ଫ୍ଲେକ୍ସି ଫେୟାର (ପରିବର୍ତ୍ତିତ ଭଡ଼ା) ବ୍ୟବସ୍ଥା ମଧ୍ୟ ଲାଗୁ କରିଛନ୍ତି । ୨୦୧୯ ସେପ୍ଟେମ୍ବରରେ ରେଳପଥର ମୋଟ ରାଜସ୍ୱ ଲଗାତର ଦ୍ୱିତୀୟ ମାସ ପାଇଁ ୪.୨% ଖସି ୧୩,୧୬୯ କୋଟି ୨୦ ଲକ୍ଷ ଟଙ୍କା ହୋଇଛି ।