ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଇତିହାସ ରଚିଲା ଭାରତୀୟ ରେଳ: ଡିଜେଲ୍ ଇଞ୍ଜିନ୍ ପାଲଟିଲା ଇଲେକଟ୍ରିକ୍ ଇଞ୍ଜିନ୍

ନୁଆଦିଲ୍ଲୀ ୧୯/୨: ପିଏମ୍ ମୋଦି ବିଶ୍ୱର ପ୍ରଥମ ଡିଜେଲରୁ-ଇଲେକଟ୍ରିକ୍ ଇଞ୍ଜିନକୁ ସବୁଜ ପତାକା ଦେଖାଇଛନ୍ତି । ଏହି ଇଞ୍ଜିନର ନିର୍ମାଣ ବାରଣାସୀ ରେଳ ଇଞ୍ଜିନ୍ କାରଖାନାରେ କରାଯାଇଛି । ବାରଣାସୀ ରେଳ ଇଞ୍ଜିନ୍ କାରଖାନାରେ ପିଏମ୍ ମୋଦି ଦିବ୍ଯାଙ୍ଗଙ୍କ ସହିତ ମଧ୍ଯ ଦେଖାକରିଛନ୍ତି । ଆପଣଙ୍କୁ କହିରଖୁଛୁ ଭାରତୀୟ ରେଳର ଡିଜେଲ୍ ଲୋକମୋଟିଭ୍ ୱର୍କ୍ସ ବିଶ୍ୱର ପ୍ରଥମ ଡିଜେଲ ରେଳ ଇଞ୍ଜିନକୁ ଇଲେକଟ୍ରିକ୍ ରେଳ ଇଞ୍ଜିନରେ ବଦଳାଯାଇଛି । ବାରଣାସୀର ଡିଜେଲ ରେଳ ଇଞ୍ଜିନ୍ କାରଖାନା ବିଶ୍ୱର ପ୍ରଥମ ଥର ପାଇଁ ଡିଜେଲ ରେଳ ଇଞ୍ଜିନକୁ ଇଲେକଟ୍ରିକ୍ ଇଞ୍ଜିନରେ ପରିବର୍ତ୍ତନ କରି ଇତିହାସ ରଚିଛି । ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅନୁସାରେ ସ୍ୱଦେଶୀ କୌଶଳ ଆପଣାଇ ଡିଜେଲ ରେଳ କାରଖାନା ଡବ୍ଲୁଏଜିସି ୩ ଶ୍ରେଣୀର ରେଳ ଇଞ୍ଜିନରୁ ଆରମ୍ବ କରିଛି ।

wp:html /wp:html

ଏ ନେଇ ଇଞ୍ଜିନିୟର୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ସେ କହିଛନ୍ତି ବିଶ୍ୱର ପ୍ରଥମ ଡିଜେଲ୍ ଇଞ୍ଜିନକୁ ଇଲେକଟ୍ରିକ୍ ଲୋକମୋଟିଭ୍ ଇଞ୍ଜିନ୍ ପ୍ରସ୍ତୁତ କରିଥିବାରୁ ଆମ ଇଞ୍ଜିନିୟର୍ସଙ୍କୁ ଶୁଭେଚ୍ଛା । 10K HP ଲୋକମୋଟିଭକୁ ପିଏମ୍ ମୋଦି ସବୁଜ ପତାକା ଦେଖାଇଛନ୍ତି । ଏହି ପଦକ୍ଷେପ ଦେଶରେ ମେକ୍ ଇନ୍ ଇଣ୍ଡିଆକୁ ଆଗେଇ ନେବ ।

ଆପଣଙ୍କୁ କହିରଖୁଛୁ ଏହି ଇଲେକଟ୍ରିକ୍ ଇଞ୍ଜିନ୍ ମାଲଗାଡିରେ ବ୍ୟବହାର କରାଯିବ । ଏହି ଇଞ୍ଜିନ୍ ପ୍ରଦୂଷଣ ମୁକ୍ତ ଏବଂ ଡିଜେଲ୍ ଇଞ୍ଜିନ୍ ଅପେକ୍ଷା ଅଧିକ ସ୍ପିଡରେ ଗତି କରିବ । ଇଞ୍ଜିନର ଏହି ପରିବର୍ତ୍ତନ ସମୁଦାୟ ୬୯ ଦିନ ମଧ୍ଯରେ ସମ୍ପୂର୍ଣ୍ଣ ହୋଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.