ରେଲଓ୍ବେରେ ଶେଷ ହେବ ଓ୍ବେଟିଂ ଟିକେଟ ସମସ୍ୟା,ଯାତ୍ରୀଙ୍କ ଡିମାଣ୍ଡରେ ମିଳିବ ଟ୍ରେନ୍

ନୂଆଦିଲ୍ଲୀ,୧୯।୯: ଟ୍ରେନରେ ଯଦି ଯାତ୍ରା କରୁଛନ୍ତି, ତେ​‌ବେ ରେଲଓ୍ବେ ଆପଣଙ୍କ ପାଇଁ ବହୁତ ବଡ ଉପହାର ଦେବାକୁ ଯାଉଛି। ଏହି ଉପହାର ମିଳିବପାରେ ଆପଣଙ୍କୁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଷ୍ଟେସନରେ ଅପେକ୍ଷା କରିବାକୁ ପଡିବ ନାହିଁ। ଏବେ ଆପଣଙ୍କୁ ଟ୍ରେନ୍ ଅନ୍ ଡିମାଣ୍ଡର ସୁବିଧା ମିଳିବ।  ମିଳିଥିବା ଖବର ଅନୁସାରେ,ଆଗାମୀ ୪ ବର୍ଷରେ ରେଲଓ୍ବେ ପକ୍ଷରୁ ଏକ ବଡ ପରିବର୍ତ୍ତନ ହୋଇପାରେ। ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ କହିଛନ୍ତି, ଭାରତୀୟ ରେଲଓ୍ବେ ଆଗାମୀ ୪ ବର୍ଷରେ ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାଓ୍ବଡା ମାର୍ଗରେ  ଯାତ୍ରୀଙ୍କ ଆବଶ୍ୟକତା ଆଧାରରେ ଟ୍ରେନ ଚଳାଇବାର ପ୍ରସ୍ତୁତି କରୁଛି। ଏହାଦ୍ବାରା  ଓ୍ବେଟିଂ ଲିଷ୍ଟ କଷ୍ଟରୁ ମୁକ୍ତି ମିଳିଯିବ। ଏହାର ସୂଚନା ନିଜେ ରେଲଓ୍ବେ ବୋର୍ଡ ଅଧ୍ୟକ୍ଷ ବିକେ ଯାଦବ ଦେଇଛନ୍ତି।

ଏହା ସହିତ ସେ କହିଛନ୍ତି, ଡେଡିକେଟେଡ୍ ଫ୍ରିଗଟ୍ (ଡିଏଫସି)୨୦୨୧ ପର୍ଯ୍ୟନ୍ତ ହେବାପରେ ଏଭଳି ହୋଇପାରିବ। ଏହି ଦୁଇଟି ରୁଟରେ  ୨୦୨୧ ସୁଦ୍ଧା ମାଲଗାଡି ଗୁଡିକୁ ଏହି ରେଳ ଲାଇନରୁ ହଟାଇ ଦିଆଯିବ, ଯାହାଫଳରେ ଅଧିକ ଯାତ୍ରୀ ରେଳଗାଡି ଚଳାଇ ହେବ। ଏହି ରୁଟରେ ଟ୍ରେନର ଗତି ଘଣ୍ଟା ପ୍ରତି ୧୬୦ କିଲୋମିଟର ରଖାଯିବା ନେଇ ମଞ୍ଜୁରୀ ମିଳିଛି ଓ କାମ ୪ ବର୍ଷରେ ଶେଷ ହୋଇଯିବ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ