ଭୁବନେଶ୍ବର-ଜୁନାଗଡ଼ ଏକ୍ସପ୍ରେସ୍ ଚଳାଚଳ ଏବଂ ଓଡ଼ିଆ ଭାଷାରେ ରେଳ ଟିକଟ ପ୍ରଚଳନର ଶୁଭାରମ୍ଭ କାର୍ଯ୍ୟକ୍ରମ ହେଲା ବାତିଲ

ଭୁବନେଶ୍ବର ୨୪।୮: ଆକସ୍ମିକ ଭାବେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପରଲୋକ ଘଟିବାରୁ ଶନିବାର ରେଳ ସଦନରେ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏହା ସହ ଓଡ଼ିଆ ଭାଷାରେ ଅସଂରକ୍ଷିତ ଟିକଟ ପ୍ରଚଳନର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖାଯାଇଛି ।

ସୂଚନାଯୋଗ୍ୟ, ଶନିବାର ଅପରାହ୍ନ ୩ଟା ୩୦ରେ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳସଦନ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜୁନାଗଡ଼ ରୋଡ଼-ଭୁବନେଶ୍ୱର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସ୍‌ର ପୃଥକ ଚଳାଚଳକୁ ସବୁଜ ପତାକା ପ୍ରଦର୍ଶନ କରି ଚଳାଚଳର ଶୁଭାରମ୍ଭ କରିଥାଆନ୍ତେ। ଓଡ଼ିଆ ଭାଷାରେ ଅସଂରକ୍ଷିତ ଟିକଟ ପ୍ରଚଳନର ଶୁଭାରମ୍ଭ ମଧ୍ୟ ହୋଇ ଥାଆନ୍ତା ।

ପୂର୍ବରୁ ଉପରୋକ୍ତ ଟ୍ରେନ୍‌ ଭୁବନେଶ୍ୱର- ଜଗଦଳପୁର ହୀରାଖଣ୍ଡ ଏକ୍ସପ୍ରେସ୍‌ ସହିତ ଭୁବନେଶ୍ୱର ଓ ରାୟଗଡ଼ା ମଧ୍ୟରେ ଉଭୟ ଦିଗରୁ ଚଳାଚଳ କରୁଥିଲା । ଯାହା ରାୟଗଡ଼ାରୁ ଅଲଗା ହୋଇ ପୃଥକ ପୃଥକ ଭାବେ ଜଗଦଳପୁର ଏବଂ ଜୁନାଗଡ଼ ରୋଡ୍‌ ଯାତ୍ରା କରୁଥିଲା । ଜୁନାଗଡ଼ ରୋଡ୍‌-ଭୁବନେଶ୍ୱର ଏକ୍ସପ୍ରେସ୍‌ ପୃଥକ ଚଳାଚଳ ଫଳରେ କଳାହାଣ୍ଡି ଜିଲ୍ଲାର ଲୋକମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହେଲା । ସେହିପରି ରାୟଗଡ଼ା ଷ୍ଟେସନରେ ଯାତ୍ରୀମାନେ ଏହି ଟ୍ରେନର ଲିଙ୍କ୍‌ ଟ୍ରେନ୍‌ ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଅଧିକ ବଗି ସଂଯୋଗ ସହିତ ଅଧିକ ସଂଖ୍ୟାରେ ଯାତ୍ରୀମାନେ ଯାତ୍ରା କରିପାରିବେ । 

ଉଲ୍ଲେଖଯୋଗ୍ୟ ରାଜ୍ୟରେ ଅଣସଂରକ୍ଷିତ ଟ୍ରେନ୍‌ ଟିକେଟ୍‌ ଓଡ଼ିଆ ଭାଷାରେ ପ୍ରଚଳନ କରାଯିବ । ଯାହା ଓଡ଼ିଶାରେ ଥିବା ସମସ୍ତ ରେଳ ଷ୍ଟେସନରେ ମିଳିପାରିବ ବୋଲି ପୂର୍ବତଟ ରେଳପଥ ଅଧିକାରୀ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ବଢ଼ିଲା ବିଦ୍ୟୁତ୍‌ ଦର …

କରୋନାରେ ଆଉ ୧୫ ସଂକ୍ରମିତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୩୬ରେ ପହଞ୍ଚିଲା

୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଦେହାନ୍ତ

୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା : ୧୦ ଜିଳ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ, ୭ ଜିଳ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ମହିଳା IICଙ୍କୁ ନିର୍ଯାତନା : ସ୍ବାମୀଙ୍କ ବିରୋଧରେ ଆଣିଲେ ସଙ୍ଗିନ ଅଭିଯୋଗ, ଥାନାରେ ଏତଲା