ଆଜିଠୁ ଓଡ଼ିଆ ଭାଷାରେ ମିଳିବ ଟ୍ରେନ୍‌ ଟିକେଟ୍‌: ଅପରାହ୍‌ଣ ୩ଟାରେ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର: ଆଜିଠାରୁ ଓଡ଼ିଆ ଭାଷାରେ ମିଳିବ ଅଣସଂରକ୍ଷିତ ଟ୍ରେନ୍‌ ଟିକେଟ୍‌ । ଯାହାର ଶୁଭାରମ୍ଭ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବତଟ ରେଳପଥ ମୁଖ୍ୟାଳୟରୁ ଅପରାହ୍‌ଣ ୩ଟା୩୦ ସମୟରେ ଧର୍ମେନ୍ଦ୍ର ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଜୁନାଗଡ଼ ରୋଡ୍‌-ଭୁବନେଶ୍ୱର ଏକ୍ସପ୍ରେସ୍‌ର ପୃଥକ ଚଳାଚଳକୁ ସବୁଜ ପତାକା ଦେଖାଇ ଆରମ୍ଭ କରିବେ ।

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ସରକାରଙ୍କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିବେ । ସେହିପରି ଜୁନାଗଡ଼ ରୋଡ୍‌ରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସାଂସଦ ବସନ୍ତ କୁମାର ପଣ୍ଡା ପ୍ରମୁଖ ରହିବେ ।

ପୂର୍ବରୁ ଉପରୋକ୍ତ ଟ୍ରେନ୍‌ ଭୁବନେଶ୍ୱର- ଜଗଦଳପୁର ହୀରାଖଣ୍ଡ ଏକ୍ସପ୍ରେସ୍‌ ସହିତ ଭୁବନେଶ୍ୱର ଓ ରାୟଗଡ଼ା ମଧ୍ୟରେ ଉଭୟ ଦିଗରୁ ଚଳାଚଳ କରୁଥିଲା । ଯାହା ରାୟଗଡ଼ାରୁ ଅଲଗା ହୋଇ ପୃଥକ ପୃଥକ ଭାବେ ଜଗଦଳପୁର ଏବଂ ଜୁନାଗଡ଼ ରୋଡ୍‌ ଯାତ୍ରା କରୁଥିଲା । ଜୁନାଗଡ଼ ରୋଡ୍‌-ଭୁବନେଶ୍ୱର ଏକ୍ସପ୍ରେସ୍‌ ପୃଥକ ଚଳାଚଳ ଫଳରେ କଳାହାଣ୍ଡି ଜିଲ୍ଲାର ଲୋକମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହେଲା । ସେହିପରି ରାୟଗଡ଼ା ଷ୍ଟେସନରେ ଯାତ୍ରୀମାନେ ଏହି ଟ୍ରେନର ଲିଙ୍କ୍‌ ଟ୍ରେନ୍‌ ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଅଧିକ ବଗି ସଂଯୋଗ ସହିତ ଅଧିକ ସଂଖ୍ୟାରେ ଯାତ୍ରୀମାନେ ଯାତ୍ରା କରିପାରିବେ ।

ଉଲ୍ଲେଖଯୋଗ୍ୟ ରାଜ୍ୟରେ ଅଣସଂରକ୍ଷିତ ଟ୍ରେନ୍‌ ଟିକେଟ୍‌ ଓଡ଼ିଆ ଭାଷାରେ ପ୍ରଚଳନ କରାଯିବ । ଯାହା ଓଡ଼ିଶାରେ ଥିବା ସମସ୍ତ ରେଳ ଷ୍ଟେସନରେ ମିଳିପାରିବ ବୋଲି ପୂର୍ବତଟ ରେଳପଥ ଅଧିକାରୀ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ବିଧାନସଭା କୋଭିଡ୍ ଟେଷ୍ଟ – ୧୩୬ ପଜିଟିଭ୍

ରାଜଧାନୀବାସୀ ହୋମ୍‌ ଆଇସୋଲେସନ୍‌କୁ ଅଧିକ ପସନ୍ଦ , ୧୦ ହଜାର ଲୋକେ ହୋମ୍‌ ଆଇସୋଲେସନ୍‌ରେ ରହି ସାରିଛନ୍ତି

ବୋଲେରୋ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାର୍ଶ: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ,ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କୁ କରୋନା

କରୋନା – ଆଜି ସୁସ୍ଥ ହେଲେ ୪୩୮୮

ସମ୍‌ରେ ସଫଳ କିଡ୍‌ନୀ ପ୍ରତିରୋପଣ – ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର