PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଚଳିତବର୍ଷ ରେଳ ଦୁର୍ଘଟଣାରେ ମୃତ୍ୟୁ ଶୂନ,୧୬୬ ବର୍ଷ ଇତିହାସରେ ପ୍ରଥମ

ନୂଆଦିଲ୍ଲୀ ୨୭/୧୨: ଭାରତୀୟ ରେଳବାଇର ୧୬୬ ବର୍ଷ ଇତିହାସରେ ପ୍ରଥମ ଘଟଣା ଘଟିଛି । ଚଳିତ ୨୦୧୯-୨୦ ଆର୍ଥିକବର୍ଷ ରେଳ ଦୁର୍ଘଟଣାରେ ଜଣେ ବି ଯାତ୍ରୀ ପ୍ରାଣ ହରାଇ ନାହାନ୍ତି। ଭାରତୀୟ ରେଳବାଇର ସଦ୍ୟ ତଥ୍ୟ ମୁତାବକ ଟ୍ରେନ୍‌ଗୁଡ଼ିକ ମଧ୍ୟରେ ମୁହାଁମୁହିଁ ଧକ୍କା, ଟ୍ରେନ୍‌ରେ ନିଆଁ, ରେଳ ଲାଇନଚ୍ୟୁତ ଭଳି ଦୁର୍ଘଟଣାରେ ଗତ ୩୮ ବର୍ଷ ମଧ୍ୟରେ ୯୫% ହ୍ରାସ ଦେଖିବାକୁ ମିଳିଛି । ରେଳବାଇରେ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବାରୁ ଏହି ସଫଳତା ମିଳିଛି ।

ରିପୋର୍ଟ ଦର୍ଶାଇଛି ଯେ ୨୦୧୭-୧୮ରେ ୭୩ଟି ରେଳ ଦୁର୍ଘଟଣା ଘଟିଥିଲା । ଆର୍ଥିକବର୍ଷ ୨୦୧୮-୧୯ରେ ଏଥିରେ ହ୍ରାସ ହୋଇ ଏହା ୫୯କୁ ଖସିଥିଲା। ଉକ୍ତ ଆର୍ଥିକବର୍ଷରେ ପ୍ରତ୍ୟେକ ୧୦ ଲକ୍ଷ କିଲୋମିଟରରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ହ୍ରାସ ହୋଇ ଅନ୍ୟୂନ ୦.୦୬ରେ ପହଞ୍ଚିଛି ।

୧୯୬୦-୬୧ରେ ୨,୧୩୧ ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା । ୧୯୭୦-୭୧ରେ ଏହା ହ୍ରାସ ହୋଇ ୯୪୦କୁ ଖସିଥିଲା । ୧୯୮୦-୮୧ରେ ଏହି ସଂଖ୍ୟା ବଢ଼ି ୧,୦୧୩ ହୋଇଥିଲା ବେଳେ ୧୯୯୦-୯୧ରେ ଏହା ପାଖାପାଖି ଅଧା କମି ୫୩୨ ଛୁଇଁଥିଲା । ୨୦୧୦-୧୧ରେ ଦୁର୍ଘଟଣା ସଂଖ୍ୟା ୧୪୧କୁ କମିଥିଲା ।

୨୦୧୪ ପରେ ରେଳବାଇରେ ଅନେକ କାର୍ଯ୍ୟ କରାଯାଇଛି । ଅନେକ ସୁଦୂର ଅଞ୍ଚଳକୁ ଟ୍ରେନ୍‌ ଚଳାଚଳ ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ ରେଳ ବୋର୍ଡର ପୁନର୍ଗଠନକୁ ମଞ୍ଜୁରି ଦେଇଛି । ଏବେ ରେଳବାଇରେ ଦୁଇଟି ବିଭାଗ ଯଥା ରେଳ ସୁରକ୍ଷା ବଳ ଏବଂ ଚିକିତ୍ସା ସେବା ବିଭାଗ ରହିବ । ରେଳ ବୋର୍ଡର ନେତୃତ୍ୱ ବୋର୍ଡର ଅଧ୍ୟକ୍ଷ କରିବେ । ତାଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୁହାଯିବ । ଏହାର ୪ ଜଣ ସଦସ୍ୟ ଏବଂ କିଛି ସ୍ୱତନ୍ତ୍ର ସଦସ୍ୟ ରହିବେ।

ସମ୍ବନ୍ଧିତ ଖବର