PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକଙ୍କ ଗବେଷଣା- କେଉଁ ଔଷଧ କରୋନା ଚିକିତ୍ସାରେ ଫଳପ୍ରଦ

ନ୍ୟୁୟର୍କ – କରୋନା ସଂକ୍ରମଣ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ କରୋନା ସଂକ୍ରମଣ ୨୩ ଲକ୍ଷ ୯୬ ହଜାର ଅତିକ୍ରମଣ କଲାଣି । ଏବେ ଦେଶରେ କରୋନାରେ ଆରୋଗ୍ୟଙ୍କ ସଂଖ୍ୟା ଅଧିକ । ଅନେକ ଲୋକ କରୋନାକୁ ପରାସ୍ତ କରିବାରେ ସଫଳ ହେଉଛନ୍ତି । ତେବେ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଔଷଧ ବାହାରି ନାହିଁ । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେଉଁ ସବୁ ଔଷଧ କରୋନା ସଂକ୍ରମଣ ବିରୋଧରେ ଫଳପ୍ରଦ ହେବ ସେ ବିଷୟରେ ଗବେଷଣା ଚାଲିଛି ।

ନୋଭେଲ୍‌ କରୋନା ଭାଇରସ୍‌ ବା ସାର୍ସ କୋଭିଡ୍‌ ୨ ଯୋଗୁଁ କୋରନା ବ୍ୟାପୁଛି । ଏହାକୁ କୋଭିଡ୍‌-୧୯ କୁହାଯାଉଛି । ଏହି ଭୁତାଣୁକୁ ୨୦୧୯ ମସିହାରେ ଚୀନ୍‌ର ହୁବେଇ ପ୍ରାନ୍ତର ବୁହାନ ସହରରେ ପ୍ରଥମେ ଠାବ କରାଯାଇଥିଲା। ପରେ ଏହା ଅତି ଦ୍ରୁତ ଗତିରେ ସାରା ବିଶ୍ୱକୁ ବ୍ୟାପିଯାଇଥିଲା । ଏବେ କରୋନା କବଳରେ ବିଶ୍ୱ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟର ପ୍ରଫେସର୍‌ ଆନନ୍ଦ ଶଙ୍କର ରାୟ ଏବେ କରୋନା ସଂକ୍ରମଣ ବିଷୟରେ ଅତ୍ୟାଧୁନିକ ଯନ୍ତ୍ରପାତି ସହାଯ୍ୟରେ ଗବେଷଣା କରୁଛନ୍ତି । ଏଆଇ ମାଧ୍ୟମରେ କରୋନା ସଂକ୍ରମଣ ବିରୋଧରେ କେଉଁ ସବୁ ଔଷଧ ଫଳପ୍ରଦ ସେ ବିଷୟରେ ଗବେଷଣା ଜାରି ରହିଛି । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବହୁଳମାତ୍ରାରେ ହାଇଡ୍ରୋକ୍ସି କ୍ଲୋରକ୍ୱିନ୍‌ ସହ ଆଇଜିଥ୍ରୋମାଇସିନ୍‌, ରେମଡେସିଭିର୍‌ ଏବଂ ଫ୍ଲାପିପିରାଭିର୍‌କୁ ବ୍ୟବହାର କରାଯାଉଛି । ତେବେ କେଉଁ ଔଷଧ ଏଥିପାଇଁ ବେଶ୍‌ ଫଳପ୍ରଦ ହୋଇପାରିବେ ସେ ବିଷୟରେ ଗବେଷଣା ଚାଲିଛି । ଏବେ ସାରା ବିଶ୍ୱ ପାଇଁ କରୋନା ବିରୋଧରେ ଲଢେଇ ପାଇଁ ଏହା ନିତ୍ୟାନ୍ତ ଆବଶ୍ୟକ ବୋଲି ପ୍ରଫେସର ଆନନ୍ଦ ଶଙ୍କର ରାୟ କହିଛନ୍ତି । ଆନନ୍ଦ ଶଙ୍କର ରାୟ ଏବେ ବୈଜ୍ଞାନିକ ଭାବେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟରେ ଗେବଷଣା କରୁଛନ୍ତି । ବିଶେଷ କରି ସେ ସଂକ୍ରମକ ରୋଗ ବିଷୟରେ ଗବେଷଣା କରୁଛନ୍ତି।
କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ସେମାନେ ଏବେ ସ୍ୱତନ୍ତ୍ର ଗବେଷଣା କରୁଛନ୍ତି । ଏହା ଦ୍ୱାରା କେଉଁ ଔଷଧ କରୋନା ସଂକ୍ରମଣକୁ ପ୍ରତିହତ କରିପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଗବେଷଣା ଚାଲିଥିବା କଥା ସେ ପ୍ରକାଶ କରିଛନ୍ତି । ତାଙ୍କ ଦ୍ୱାରା ଚାଲିଥିବା ଏକ ଗବେଷଣାର ତଥ୍ୟ journal Heliyon ରେ ପ୍ରକାଶିତ ହୋଇଛି । ଡ୍ରଗ ଡିସ୍‌କଭିରି ପାଇପ୍‌ଲାଇନ୍‌ କମ୍ପ୍ୟୁଟରରେ ବିକାଶ କରାଯାଉଥିବା ଏକ ପ୍ରକାରର ଏଆଇ । ଏଥିରେ କେତେକ ରୋଗ ପାଇଁ କେଉଁ ଔଷଧ କାମ କରିବ ସେ ବିଷୟରେ ସୂଚନା ମିଳିଥାଏ । ଏହାପରେ ଏ ବିଷୟରେ ଅଧିକ ଗବେଷଣା କରାଯାଇଥାଏ ।


ଏବେ କେତକ ଔଷଧ କରୋନା ସଂକ୍ରମଣ ପାଇଁ କାମ କରୁଥିବା ବେଳେ ଟିକା ବାହାରିବା ପାଇଁ ଆହୁରି ଅନେକ ସମୟ ଲାଗିବ । ବିଶ୍ୱର ସମସ୍ତଙ୍କ ନିକଟରେ କରୋନା ଟିକା ପହଞ୍ଚିବା ପାଇଁ ଆହୁରି ଅନେକ ସମୟ ଲାଗିବ ।

ଆନନ୍ଦଙ୍କ ସହ ଗବେଷଣା କରୁଥିବା ଟିମ୍ କରୋନା ଭୁତାଣୁକୁ ପ୍ରତିହତ କରୁଥିବା ବିଭିନ୍ନ ଔଷଧ ବିଷୟରେ ଏବେ ଗବେଷଣା କରୁଛନ୍ତି। ନିକଟ ଭବିଷ୍ୟତରେ ଏହା ବେଶ୍ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି ।