ଭାରତୀୟ ବୈଜ୍ଞାନିକ ପ୍ରସ୍ତୁତ କଲେ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଇଞ୍ଜେକସନ୍, ଜାଣନ୍ତୁ କ’ଣ ରହିଛି ଏହାର ସ୍ବତନ୍ତ୍ରତା

ନୂଆଦିଲ୍ଲୀ,୨୧।୧୧: ଗର୍ଭ ନିରୋଧକ କଥା ଯେତେବେଳେ ଆସେ ସେତେବେଳେ ଏହାର ଦାୟିତ୍ବ ମହିଳାଙ୍କୁ ଦିଆଯାଇଥାଲ। କିନ୍ତୁ ଏବେ ପୁରୁଷମାନେ ମଧ୍ୟ ଗର୍ଭନିରୋଧରେ ସମାନ ଭାବରେ ଦାୟିତ୍ବ ଗ୍ରହଣ କରିବେ। ବିଶ୍ବର ପ୍ରଥମ ମେଲ୍ ବର୍ଥ କଣ୍ଟେ୍ରାଲ ଅର୍ଥାତ ପୁରୁଷଙ୍କ ପାଇଁ ତିଆରି କରାଯାଇଥିବା ଗର୍ଭନିରୋଧକ ଇଞ୍ଜେକସନ ପ୍ରଥମ ଥର ପାଇଁ ଭାରତୀୟ ବୈଜ୍ଞାନିକମାନେ ତିଆରି କରିଛନ୍ତି।

ଏହି ଇଞ୍ଜେକସନକୁ ସିଧାସଳଖ ପୁରୁଷଙ୍କ groin ଅର୍ଥାତ ପେଟ ଏବଂ ଜଙ୍ଘ ଭିତରେ ଥିବା ଅଂଶରେ ଦିଆଯାଇଥାଏ। ଏହି ଇଞ୍ଜେକସନକୁ ମଧ୍ୟ କ୍ଲିନିକାଲି  ଟ୍ରାୟଲ କରାଯାଇ ସାରିଛି, ଯାହାକି ସଫଳ  ରହିଛି। ଥରେ ଏହି ଇଞ୍ଜେକସନ ନେଲେ ୧୩ ବର୍ଷ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥାଏ। ଏହି ଇଞ୍ଜେକସନ୍ ଶରୀରରେ ଏକ ପଲିମର ପକାଇବ, ଯେଉଁଥିରୁ ସ୍ପର୍ମକୁ ଟେଷ୍ଯିକଲ୍ସରୁ ବାହାରକୁ ଯିବାରେ ରୋକିବ। ପୁରୁଷଙ୍କୁ ପାରମ୍ପାରିକ ଭାବରେ ପୁରୁଷ ବନ୍ଧ୍ୟାକରଣରୁ ରୋକିବା ପାଇଁ ଏହି ଇଞ୍ଜେକସନ ତିଆରି କରାଯାଇଛି। ଏହି ଇଞ୍ଜେକସନକୁ ଲୋକାଲ ଆନାସ୍ଥେସିଆ ଡୋଜ୍ ସହିତ ଦିଆଯାଇଥାଏ।

ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)ର ବୈଜ୍ଞାନିକମାନେ ଏହି ଇଞ୍ଜେକସନକୁ ତିଆରି କରିଛନ୍ତି। ଏହି ମେଲ୍ କନଟ୍ରାସେପଟିଭ ଇଞ୍ଜେକସନ୍ ୩ଟି ରାଉଣ୍ଡରେ କ୍ଲିନିକାଲ ଟ୍ରାୟଲ ପୂରଣ କରିବାରେ ସଫଳ ରହିବ। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହାକୁ କ୍ଲିନିକାଲି ଟ୍ରାୟଲ ଅନୁସାରେ ୩୦୦ ରୋଗୀଙ୍କୁ ଦିଆଯାଇଥିଲା ଓ ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିନାହିଁ।

   ସମ୍ବନ୍ଧିତ ଖବର


ପୋକସୋ ଆକ୍ଟ ନେଇ ରାଷ୍ଟ୍ରପତିଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ, ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ଆବେଦନରୁ ବାଦ୍ ଦିଆଯାଉ

ଏଣିକି ପୋଷ୍ଟମ୍ୟାନ୍ ଓ ଗ୍ରାମୀଣ ଡାକ ସେବକ ବିକ୍ରି କରିବେ ଇନସ୍ୟୁରାନ୍ସ ପଲିସି, ଗାଇଡଲାଇନ୍ ଜାରି

ହାଇଦ୍ରାବାଦ ଦୁଷ୍କର୍ମକାରୀଙ୍କ ମୃତଦେହ ନେବାକୁ ମନାକଲେ ପରିବାର ଲୋକ, ପୋଲିସ କରିପାରେ ଅନ୍ତିମ ସଂସ୍କାର

ପିସ୍ତଲ ଛଡାଇ…ଫାୟରିଂ କଲେ… ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ଏନକାଉଣ୍ଟର ଘଟଣାକ୍ରମ ସମ୍ପର୍କରେ ସୂଚନା ଦେଲେ କମିଶନର