PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ମାନବ ବୋମା ପଠାଉଛି ପାକିସ୍ତାନ: ଟାର୍ଗେଟରେ ଭାରତୀୟ ସେନା ଘାଟି

ନୂଆଦିଲ୍ଲୀ ୯/୯ : ଜମ୍ମୁ-କାଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ହଟାଇବା ପରେ ପାକିସ୍ତାନର ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରହିଛି । ଏହି ପ୍ରସଙ୍ଗରେ ଆନ୍ତର୍ଜାତିକ ସ୍ତରରୁ ସମର୍ଥନ ହାସଲ କରିବାରେ ବିଫଳ ହୋଇ ପାକିସ୍ତାନ ଏବେ ଛାୟାଯୁଦ୍ଧ ଆରମ୍ଭ କରିଛି । କେତେବେଳେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିମାଡ଼ କରୁଛି ତ ଅନ୍ୟ କେତେବେଳେ ଆତଙ୍କବାଦୀଙ୍କୁ ପଠାଇ ହିଂସାକାଣ୍ଡ ଘଟାଇବାକୁ ଚେଷ୍ଟା କରୁଛି । ଏବେ ଖବର ମିଳିଛି ଯେ ନିୟନ୍ତ୍ରଣ ରେଖା (ଏଲ୍‌ଓସି)କୁ ପାକିସ୍ତାନୀ ସେନା ମାନବ ବୋମା ପଠାଇବାକୁ ପ୍ରୟାସ କରୁଛି । ଏଲ୍‌ଓସିରେ ଥିବା ଭାରତୀୟ ସେନା ଘାଟିକୁ ଟାର୍ଗେଟ କରି ଧ୍ୱଂସ କରିବା ସହିତ ସେଠାରେ ନିୟୋଜିତ ସୈନିକଙ୍କୁ କ୍ଷତି ପହଞ୍ଚାଇବା ଏହାର ଲକ୍ଷ୍ୟ ।

ଭାରତୀୟ ଗୁଇନ୍ଦା ସଂସ୍ଥା ନିକଟରେ ଏଭଳି ସୂଚନା ଦେଇଛି । ଗୁଇନ୍ଦା ବିଭାଗ କହିଛି ଯେ ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡରେ ଏବେ ବହୁ ସଂଖ୍ୟକ ଲସ୍କର-ଇ-ତୋଇବା ଏବ ଜୈସ୍‌-ଇ-ମହମ୍ମଦ ଆତଙ୍କୀମାନେ ଠୁଳ ହୋଇଛନ୍ତି । ସେମାନେ ସୁଯୋଗ ପାଇବା ମାତ୍ରେ ସୀମା ଡେଇଁ ଭାରତୀୟ ସେନାପୋଷ୍ଟ ଉପରେ ଆକ୍ରମଣ କରିବେ । ଏବେ ପାଖାପାଖି ୨୦୦ରୁ ଅଧିକ ଆତଙ୍କୀ ସେଠାରେ ରହିଛନ୍ତି । ସେମାନଙ୍କୁ ଭାରତୀୟ ସୀମାରେ ପ୍ରବେଶ କରାଇବା ଲାଗି ପାକିସ୍ତାନୀ ସେନା ପ୍ରାଣପଣେ ଲାଗିଛି । ସେମାନଙ୍କ ଟାର୍ଗେଟରେ ଅଛନ୍ତି ଭାରତୀୟ ସେନା । ସେହି ଆତଙ୍କୀମାନଙ୍କୁ ପାକିସ୍ତାନୀ ସେନାର ଏଲିଟ କମାଣ୍ଡୋମାନେ ଗରିଲା ଯୁଦ୍ଧର ତାଲିମ୍‌ ମଧ୍ୟ ଦେଇଛନ୍ତି । ରାଜୌରୀ ଜିଲ୍ଲାର ନୌସେରା ସେକ୍ଟର ଅନ୍ତର୍ଗତ ଲାମ ଭ୍ୟାଲିରେ ଗତ ଶୁକ୍ରବାର ଏଭଳି ଘଟଣା ଦେଖିବାକୁ ମିଳିଛି । ସେହି ଅଞ୍ଚଳ ଦେଇ କିଛି ବୋମାଧାରୀ ସାଧାରଣ ଲୋକଙ୍କୁ ପାକିସ୍ତାନ ସେନା ପଠାଇବାକୁ ପ୍ରୟାସ କରିଥିଲା । ମାତ୍ର ଭାରତୀୟ ଯବାନଙ୍କ ଗୁଳିଚାଳନା ଯୋଗୁ ସେମାନେ ଭୟଭୀତ ହୋଇ ପଳାଇଥିଲେ ।

ପାକିସ୍ତାନ ସେନା ନିୟନ୍ତ୍ରଣ ରେଖାରେ ଗୁଳିମାଡ଼ କରିବା ଦ୍ୱାରା ଭାରତର ଯେତିକି କ୍ଷତି ନ ହେଉଛି ଭାରତୀୟ ସେନାର ପ୍ରତି ଆକ୍ରମଣରେ ତାର ଅଧିକ କ୍ଷତି ଘଟୁଛି । ତେଣୁ ଭାରତୀୟ ସେନାକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ପାକିସ୍ତାନୀ ସେନା ଏଭଳି ନୂଆ ଚାଲ୍‌ ଚଳାଇଛି । ଆତଙ୍କୀମାନଙ୍କୁ ବୋମା ସହିତ ସାଧାରଣ ଲୋକଙ୍କ ଭଳି ପୋଷାକ ପିନ୍ଧାଇ ପାକ ସେନା ନିୟନ୍ତ୍ରଣ ରେଖାକୁ ଛାଡିବାକୁ ଉଦ୍ୟମ କରୁଛି । ଯାହାଫଳରେ ସେମାନଙ୍କୁ ଭାରତୀୟ ସେନା ସାଧାରଣ ଲୋକ ବୋଲି ବିଶ୍ୱାସ କରିବେ । ଆଉ ଏହି ସୁଯୋଗରେ ଆତଙ୍କୀମାନେ ଭାରତୀୟ ସେନାଘାଟିକୁ କିମ୍ବା ଯବାନଙ୍କୁ ସହଜରେ ଟାର୍ଗେଟ କରିପାରିବେ । କିନ୍ତୁ ସେନା କିମ୍ବା ପ୍ରତିରକ୍ଷା ବିଭାଗ ପକ୍ଷରୁ ଏଭଳି ଖବର ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଆଜି ପୁଣି ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ରାଜୌରୀ ଜିିଲ୍ଲା ସୀମାନ୍ତରେ ଥିବା କେତେକ ସେନାଘାଟି ଓ ଗ୍ରାମ ଉପରେ ପ୍ରବଳ ଗୁଳିଗୋଳା ବର୍ଷଣ କରିଛି । ସକାଳ ୧୦ଟା ବେଳେ ସୁନ୍ଦରବନୀ ଓ ନୌସେରା ସେକ୍ଟରକୁ ପାକିସ୍ତାନୀ ସେନା ଟାର୍ଗେଟ କରି ଗୁଳି ଓ ମୋର୍ଟାର ମାଡ଼ କରିଥିଲେ । ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିଥିବାର ସୂଚନା ମିଳିନାହିଁ । ଅନ୍ୟପକ୍ଷରେ ଭାରତୀୟ ସେନା ମଧ୍ୟ ତାହାର ମୁହଁତୋଡ ଜବାବ ଦେଇଛନ୍ତି । ଗତକାଲି ପାକିସ୍ତାନୀ ସେନା ମଧ୍ୟ ପୁଞ୍ଚ ଜିଲ୍ଲାରେ ଦୁଇଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ସକାଳ ୭ଟା ୪୫ରେ କ୍ରିଷ୍ଣାଘାଟି ଅଞ୍ଚଳରେ ଗୁଳିମାଡ଼ କରିଥିଲା ବେଳେ ଅପରାହ୍ନ ୫ଟା ୩୦ରେ ଶାହାପୁର ଅଞ୍ଚଳରେ ଗୁଳି ଓ ମୋର୍ଟାର ମାଡ଼ କରିଥିଲା ।

ସମ୍ବନ୍ଧିତ ଖବର