ଇଣ୍ଡିଆନ ସୁପର ଲିଗ୍: ମୁମ୍ବାଇ ସିଟି ଏଫ୍‌ସି ଓ ଏଟିକେ ମଧ୍ୟରେ ମ୍ୟାଚ୍ ଡ୍ର

କୋଲକାତା, ୦୨|୧୨: ଘରୋଇ ଆଟଲେଟିକୋ ଡି କୋଲକାତା(ଏଟିକେ) ଓ ମୁମ୍ବାଇ ସିଟି ଏଫ୍‌ସି ମଧ୍ୟରେ ଚଳିତ ଆଇଏସ୍‌ଏଲ୍‌-୬ର ଏକ ରୋମାଞ୍ଚକର ଲିଗ୍‌ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’ ରହିଛି ।

ମ୍ୟାଚ୍‌ଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା । ମୁମ୍ବାଇ ଖେଳାଳି ପରାଜୟରୁ ବର୍ତ୍ତିବା ପାଇଁ ସବୁ ଶକ୍ତି ଲଗାଇ ଦେଇଥିଲା । ମ୍ୟାଚ୍‌ ମଧ୍ୟରେ ଫାଉଲ ମରାକୁ ନେଇ ଉଭୟ ଦଳ ମଧ୍ୟରେ ଅନେକ ବିବାଦ ଉପୁଜିଥିଲା । ଏକଦା ମୁମ୍ବାଇ ବିଜୟ ନିକଟତର ହେଉଥିଲା । ହେଲେ ଇନ୍‌ଜ୍ୟୁରୀ ଟାଇମ୍‌ରେ ଏଟିକେ ପକ୍ଷରୁ କ୍ରିଣ୍ଣା ରୟ ଗୋଲ୍‌ କରି ଦଳକୁ ପରାଜୟରୁ ମୁକୁଳାଇଥିଲେ । ୬ଟି ମ୍ୟାଚ୍‌ରୁ ମୋଟ୍‌ ୧୧ ପଏଣ୍ଟ ସହ ଏଟିକେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି ।

ଅନ୍ୟ ପଟରେ ୬ ପଏଣ୍ଟ ସହ ମୁମ୍ବାଇ ସିଟି ତାଲିକାର ସପ୍ତମ ସ୍ଥାନରେ ରହିଛି । ପୂର୍ବରୁ ଘରୋଇ ଗ୍ରାଉଣ୍ଡ୍‌ରେ ୨ଟି ମ୍ୟାଚ୍‌ ଖେଳି ଏଟିକେ ବିଜୟୀ ହୋଇଥିଲା । ଏଥର ମଧ୍ୟ ଦଳର ଆଧିପତ୍ୟ ଜାରି ରହିବା ଆଶା କରାଯାଉଥିଲା । ୧୯ତମ ମିନିଟ୍‌ରେ ଗ୍ରାଉଣ୍ଡ୍‌ ମଝିରୁ ଡେଭିଡ୍‌ ୱିଲିୟମ୍ସ ଏକ ଶକ୍ତିଶାଳୀ ସଟ୍‌ ମାରିଥିଲେ । ମୁମ୍ବାଇ ସିଟି ଗୋଲ କିପର ବଲ୍‌ ଧରିବାରେ ବିଫଳ ହୋଇଥିଲେ ହେଁ ଗୋଲ୍‌ ହୋଇ ନଥିଲା । ୨୭ତମ ମିନିଟ୍‌ରେ ଏଡୁ ଗାର୍ସିଆ ଏକ ସୁଯୋଗ ସୃଷ୍ଟି କରିଥିଲେ ହେଁ ଏହାକୁ ଡେଭିଡ୍‌ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲେ ।

ଏଟିକେର ଏଭଳି ଆକ୍ରମଣରେ ମୁମ୍ବାଇ ସିଟି ଦଳ ବିଚଳିତ ହୋଇ ଯାଇଥିଲେ । ୩୮ତମ ମିନିଟ୍‌ରେ ମାଇକେଲ୍‌ ସୁସାଇରାଜ ଏକ ଗୋଲ୍‌ କରି ଦଳକୁ ଅଗ୍ରଣୀ କରାଇଥିଲେ । ହେଲେ ମ୍ୟାଚ୍‌ ଆଗେଇବା ସହ ମୁମ୍ବାଇ ସିଟି ପ୍ରଭାବ ବିସ୍ତାର କରିଥିଲା । ପ୍ରଥମାର୍ଦ୍ଧରେ ଆଉ ଗୋଲ୍‌ ହୋଇ ନଥିଲା । ଏଟିକେ ୧-୦ ଗୋଲ୍‌ରେ ଅଗ୍ରଣୀ ରହିଥିଲା ।

ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ପରେ ମୁମ୍ବାଇ ସିଟି ଲଢୁଆ ଖେଳ ପ୍ରଦର୍ଶନ କରି ଏଟିକେ ଗୋଲ ପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲା । ୬୨ତମ ମିନିଟ୍‌ରେ ମୁମ୍ବାଇ ସିଟିକୁ ଏକ କର୍ଣ୍ଣର ମିଳିଥିଲା । ମହମ୍ମଦ ଲାର୍ବିଙ୍କ ଏହି କର୍ଣ୍ଣର ସଟ୍‌କୁ ପ୍ରତିକ ଚୌଧୁରୀ ଗୋଲ୍‌ରେ ପରିଣତ କରିଥିଲେ । ସ୍ଥିତି ୧-୧ରେ ବରାବର ହୋଇଥିଲା । ଏହାପରେ ମୁମ୍ବାଇ ଦଳ ଆଧିପତ୍ୟ ବିସ୍ତାର କରିଥିଲା । ଏଟିକେକୁ ରଣକ୍ଷାଣତ୍ମକ ପନ୍ଥା ଅବଲମ୍ବନ କରିବାକୁ ପଡ଼ିଥିଲା । ଆକ୍ରମଣ ଓ ପ୍ରତି ଆକ୍ରମଣ ମଧ୍ୟରେ ୩୦ ମିନିଟ୍‌ ଶେଷ ହୋଇଥିଲା ।

ଇନ୍‌ଜ୍ୟୁରୀ ଟାଇମ୍‌ ଖେଳ ଚାଲିଥିବା ସମୟରେ ମୁମ୍ବାଇ ସିଟି ଏଫ୍‌ସି ଏକ ଚମତ୍କାର ଗୋଲ ବଳରେ ୨-୧ରେ ଅଗ୍ରଣୀ ହାସଲ କରିଥିଲା । ୯୦୍ମ୩ ତମ ମିନିଟ୍‌ରେ ସର୍ଜ କେଭିନ ଏହି ଗୋଲ୍‌ କରିଥିଲେ । ଦର୍ଶକ ଗ୍ୟାଲେରୀ ସ୍ତବ୍ଧ ହୋଇ ଯାଇଥିଲା । ଘରୋଇ ଦଳର ପରାଜୟ ଆସନ୍ନ ଥିଲା । ହେଲେ ଅନ୍ତିମ ମିନିଟ୍‌ରେ ଏଟିକେ ପକ୍ଷରୁ କ୍ରିଷ୍ଣା ରୟ ଗୋଲ୍‌ କରି ମ୍ୟାଚ୍‌ ଡ୍ର’ କରିଥିଲେ ।

   ସମ୍ବନ୍ଧିତ ଖବର


ଟିମ୍‌ ଇଣ୍ଡିଆ ଖେଳାଳି ଆଇପିଏଲରେ ହିରୋ, ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିରୋ! ବିରାଟ ବାହିନୀକୁ କାହିଁକି ‘ଠୁ ଓଲ୍ଡ ସ୍କୁଲ’ କହିଲେ ମାଇକେଲ ଭନ୍

ପ୍ର‌ଥମ ଦିନିକିଆ ହାରିବା ପରେ ଟିମ୍‌ ଇଣ୍ଡିଆକୁ ଝଟକା, ICC ନେଲା ଏହି ପଦକ୍ଷେପ

ମୃତ୍ୟୁ ବେଳକୁ ଧନୀରୁ ପୁଣି ଗରିବ ହୋଇଯାଇଥିଲେ ମାରାଡୋନା, ବ୍ୟାଙ୍କ୍‌ ଖାତାରେ ଥିଲା ମାତ୍ର ୭୫,୦୦୦ ପାଉଣ୍ଡ

୭ ପାକିସ୍ତାନୀ କ୍ରିକେଟର କରୋନା ସଂକ୍ରମିତ, ନ୍ୟୁଜିଲାଣ୍ଡ ସରକାରଙ୍କ ଚେତାବନୀ-ଏବେ ନିୟମ ଭାଙ୍ଗିଲେ ପଠାଇଦେବୁ

୭ବର୍ଷ ପରେ କ୍ରିକେଟ୍‌କୁ ଫେରିବେ ଶ୍ରୀସନ୍ତ, ଖେଳିବେ ଟି-ଟ୍ୱେଣ୍ଟି ମ୍ୟାଚ୍

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ