PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

WTC ଫାଇନାଲ ପାଇଁ ଟିମ୍‌ ଇଣ୍ଡିଆର ନୂଆ ସ୍ବେଟର୍, ରହିଛି ୯୦ ଦଶକର ଝଲକ; ଫଟୋ ପୋଷ୍ଟ କଲେ ଜାଡେଜା

ମୁମ୍ବାଇ: ଜୁନ୍‌ ୧୮ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା। ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆର ଖେଳାଳି ମାନେ ମୁମ୍ବାଇରେ କ୍ବାରାଣ୍ଟିନରେ ରହିଛନ୍ତି। ଜୁନ ୨ ତାରିଖରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବ। ସେଠାରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ଖେଳିବା ପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳିବ।

ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଦଳର ସ୍ବଟେର ପିନ୍ଧି ଫଟେୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ନୂଆ ଲୁକ୍‌ ସହ ସ୍ବେଟରରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଲଗୋେ ଦେଖିବାକୁ ମିଳିଛି।

ଜାଡେଜା ଟ୍ବିଟ୍‌ କରି ଲେଖିଛନ୍ତି ଯେ, ୯୦ ଦଶକ ଫେରି ଆସିଛି। ନୂଆ ଡିଜାଇନ୍‌ ସ୍ବେଟରର ମଧ୍ୟ ଭାଗରେ ନୀଳ ରଙ୍ଗରେ ଇଣ୍ଡିଆ ବୋଲି ଲେଖାଯାଇଛି । ଡାହାଣ ପାର୍ଶ୍ୱରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୧ ଲେଖା ରହିଛି। ପୂର୍ବରୁ ଖେଳାଳିମାନେ ଯେଉଁ ସ୍ୱେଟର ପିନ୍ଧୁଥିଲେ ତାହା ପାରମ୍ପରିକ ଡିଜାଇନଠୁ ଭିନ୍ନ ଥିଲା। ଏବେ କିନ୍ତୁ ୯୦ ଦଶକରେ ପିନ୍ଧା ଯାଉଥିବା ଡିଜାଇନର ସ୍ୱେଟର ଖେଳାଳିମାନେ ପିନ୍ଧିବେ।

ସୂଚନାଥାଉକି, ନୂଆ ସ୍ୱେଟରକୁ ଡିଜାଇନ୍ କରିଛି ଦଳର ନୂଆ କିଟ୍ ସ୍ପନ୍ସର୍ ଏମପିଏଲ ସ୍ପୋର୍ଟସ୍ । ଏମପିଏଲ ସ୍ପୋର୍ଟସ୍ ୨୦୨୦ରେ ଟିମ୍ ଇଣ୍ଡିଆ ସହ ସାମିଲ ହୋଇଥିଲା ।