PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଭାରତୀୟ ଟିକା ବ୍ରିଟେନରେ ଅବୈଧ, ବ୍ରିଟେନ ନିଷ୍ପତ୍ତିକୁ ଭାରତ ସରକାରଙ୍କର ବିରୋଧ

ନୂଆଦିଲ୍ଲୀ ୨୨ ।୯(ଏଜେନ୍ସି): ଭାରତରେ ଦିଆ ଯାଉଥିବା ସମସ୍ତ କରୋନା ପ୍ରତିଷେଧକ ଟିକାକୁ ବ୍ରିଟେନ ଅବୈଧ ଘୋଷଣା କରିଛି । ଭାରତରେ ବର୍ତ୍ତମାନ କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ-ଭି ଟିକା ଦିଆଯାଉଛି । ଏହି ୩ଟି ଟିକାକୁ ବ୍ରିଟେନରେ କରୋନା ଟିକା ଭାବେ ଗ୍ରହଣ କରାଯାଇନାହିଁ । ଏହି ଟିକା ନେଇଥିବା ବ୍ୟକ୍ତି ବ୍ରିଟେନରେ ଟିକା ନେଇ ନଥିବା ବ୍ୟକ୍ତି ଭାବେ ପରିଗଣିତ ହେବେ । ବ୍ରିଟେନ ସରକାର ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅକ୍ଟୋବର ୪ରୁ ନୂଆ ନିୟମ ଲାଗୁ ହେବ । ଭାରତରେ ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା କୋଭିସିଲ୍ଡ ଟିକା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଉତ୍ପାଦନ ହେଉଥିଲେ ମଧ୍ୟ ଏହି ଟିକା ବ୍ରିଟେନରେ ପ୍ରସ୍ତୁତ କରାଯାଇଛି । କୋଭିସିଲ୍ଡ ଟିକା ବ୍ରିଟେନରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକା ନାମରେ ମଧ୍ୟ ବ୍ୟବହୃତ ହେଉଛି । ବ୍ରିଟେନ ସରକାର ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକାକୁ ଅନୁମତି ଦେଇଥିଲେ ମଧ୍ୟ କୋଭିସିଲ୍ଡକୁ ଅନୁମତି ନ ଦେବାକୁ ଭାରତ ସରକାର ବିରୋଧ କରିଛନ୍ତି ।

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏନେଇ ବ୍ରିଟେନରେ ନିଜର ପ୍ରତିପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କୋଭିସିଲ୍ଡକୁ ବ୍ରିଟେନରେ ମାନ୍ୟତା ନ ମିଳିବା ପକ୍ଷପାତିତା ଏବଂ ଏହା ଦ୍ୱାରା ବ୍ରିଟେନ ଯିବାକୁ ଚାହୁଁଥିବା ଭାରତୀୟ ନାଗରିକ ପ୍ରଭାବିତ ହେବେ ବୋଲି ସେ କହିଛନ୍ତି । ଏହାର ସମାଧାନ କରାନଗଲେ ଭାରତ ଏନେଇ ପଦକ୍ଷେପ ଗ୍ରହଣ କରିବ ବୋଲି ଜୟଶଙ୍କର ପ୍ରକାଶ କରିଛନ୍ତି । ନିକଟରେ ବ୍ରିଟେନ ଜାରି କରିଥିବା ନିର୍ଦ୍ଦେଶନାମା ମୁତାବାକ, ଭାରତ ସମେତ ଥାଇଲାଣ୍ଡ ଓ ଆଫ୍ରିକାରୁ ଉଭୟ ଡୋଜ୍‌ ଟିକା ନେଇ ଫେରିଥିବା ଯାତ୍ରୀମାନଙ୍କୁ ଟିକା ନେଇ ନଥିବା ଯାତ୍ରୀଙ୍କ ଭଳି ୧୦ ଦିନିଆ କ୍ୱାରେଣ୍ଟାଇନ ନିୟମ ପାଳନ କରିବାକୁ ହେବ । କ୍ୱାରେଣ୍ଟାଇନ ସରିବା ପରେ ସେମାନଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯିବ । ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ । ବ୍ରିଟେନରେ ଅକ୍ସଫୋର୍ଡ ଟିକା, ଫାଇଜର ବାୟୋନଟେକ୍‌, ମଡେର୍ଣ୍ଣା ଏବଂ ଜନସନ ଟିକାକୁ ମାନ୍ୟତା ମିଳିଛି ।

ସମ୍ବନ୍ଧିତ ଖବର