ଚୀନ୍‌ରେ ଭାରତୀୟ ସମ୍ବାଦ ୱେବ୍‌ସାଇଟ ବ୍ଲକ୍‌

ନୂଆଦିଲ୍ଲୀ, ୧।୭ : ଜୁନ୍‌ ୧୫ରେ ଗଲୱାନ ସଂଘର୍ଷ ପରେ ଚୀନ୍‌ରେ ଭାରତୀୟ ମିଡିଆ ସଂସ୍ଥାଗୁଡିକର କୌଣସି ୱେବ୍‌ସାଇଟକୁ ଅନଲାଇନରେ ଦେଖିହେଉନାହିଁ । କୁହାଯାଉଛି କି ଚୀନ୍‌ ସରକାରଙ୍କ ନିର୍ଦ୍ଦେଶରେ ଏଗୁଡିକୁ ବ୍ଲକ୍‌ କରିଦିଆଯାଇଛି । ଚୀନ୍‌ରେ ଲୋକେ ଭର୍ଚୁଆଲ ପ୍ରାଇଭେଟ ନେଟୱର୍କ(ଭିପିଏନ) ସର୍ଭର ଜରିଆରେ ଭାରତୀୟ ୱେବ୍‌ସାଇଟଗୁଡିକୁ ଦେଖିବାରେ ସକ୍ଷମ ହୋଇଥାନ୍ତି ।

ଆଇପି ଟିଭି ଜରିଆରେ ଭାରତୀୟ ଟିଭି ଚ୍ୟାନେଲଗୁଡିକ ଉପଲବ୍ଧ ହୋଇଥାଏ । କିନ୍ତୁ ଗତ ଦୁଇ ଦିନ ହେଲା ଚୀନ୍‌ରେ ଆଇଫୋନ ଏବଂ ଡେସ୍କଟପ ଉଭୟରେ ଏକ୍ସପ୍ରେସ ଭିପିଏନ କାମ କରୁନାହିଁ । ଚୀନ୍‌ ଏଭଳି ଫାୟାରୱାଲ୍‌ ବ୍ୟବହାର କରୁଛି ଯେ ସିଏ ଭିପିଏନଗୁଡିକୁ ବି ବ୍ଲକ୍‌ କରିଦେଉଛି ବୋଲି କୁହାଯାଉଛି । କିନ୍ତୁ ଚୀନର ମିଡିଆ ସଂସ୍ଥାଗୁଡିକର ୱେବ୍‌ସାଇଟ ଭାରତରେ ଉପଲବ୍ଧ ହେଉଛି ।

   ସମ୍ବନ୍ଧିତ ଖବର


ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ

ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ

କେକ୍‌ ବଦଳରେ ବରଫ କାଟି ବାର୍ଥଡେ ପାଳିଲେ ସୈନିକ …ଭିଡ଼ିଓ ଭାଇରାଲ

ଆମେରିକାରେ କରୋନା ରେକର୍ଡ ! ୨୪ ଘଣ୍ଟା ଭିତରେ ଏତେ ସଂଖ୍ୟକ ନୂଆ କୋଭିଡ୍‌ କେସ୍

ଚୀନ୍ ସହ ସୀମା ବିବାଦ ଭିତରେ ଆମେରିକାରୁ ଭାରତ ଆଣିବ ୭୨,୦୦୦ ଆସଲ୍ଟ ରାଇଫଲ