PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଟୋକିଓରେ ଇତିହାସ ରଚିଲା ଭାରତୀୟ ମହିଳା ଦଳ, ଅଷ୍ଟ୍ରେଲିଆକୁ ମାତ୍‌ ଦେଇ ପ୍ରଥମ ଥର ପାଇଁ ସେମିରେ ଟିମ୍‌ ଇଣ୍ଡିଆ

ଟୋକିଓ: ଭାରତୀୟ ପୁରୁଷ ହକି ଦଳ ପରେ ଟୋକିଓରେ ଇତିହାସ ରଚିଲା ମହିଳା ଦଳ। ଅଲିମ୍ପିକ୍ସର ୧୧ ତମ ଦିନରେ ଭାରତ ପାଇଁ ଆସିଲା ଖୁିସି ଖବର। ବିଶ୍ବର ୨ ନମ୍ବର ଟିମ୍‌ ଅଷ୍ଟ୍ରେଲିଆ ମହିଳା ଦଳକୁ କ୍ବାର୍ଟର ଫାଇନାଲ ମୁକାବିଲାରେ ମାତ୍‌ ଦେଇ ସେମି ଫାଇନାଲକୁ ପ୍ରବେଶ କରିଛି ଭାରତୀୟ ମହିଳା ଦଳ। ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସର ସେମି ଫାଇନାଲରେ ପ୍ରବେଶ କରିଛି। ଶେଷ ଥର ୧୯୮୦ ମସିହାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ଭାରତୀୟ ମହିଳା ହକି ଦଳ।

ମ୍ୟାଚର ୨୨ ମିନିଟ୍‌ ସମୟରେ ଗୁରଜିତ୍‌ କୌର ଏକ ଗୋଲ୍‌ ଦେଇ ଭାରତକୁ ମ୍ୟାଚରେ ଆଗୁଆ ରଖିଥିଲେ। ଗୁରଜିତ ପେନାଲ୍ଟି କର୍ଣ୍ଣର ଦେଇ ଗୋଲ‌ ସ୍କୋର କରିଥିଲେ। ଅପରପକ୍ଷେ ଅଷ୍ଟ୍ରେଲିଆ ଦଳ ୭ଟି ପେନାଲଟି କର୍ଣ୍ଣର ପାଇଥିବା ବେଳେ ଗୋଟିଏ ବି ଗୋଲ୍‌ ଦେବାରେ ସଫଳ ହୋଇ ନଥିଲା ଅଷ୍ଟ୍ରେଲିଆ ମହିଳା ଦଳ। ଅଲିମ୍ପିକ୍ସରେ ୩ ଥର ସ୍ବର୍ଣ୍ଣ ପଦକ ବିଜେତା ଅଷ୍ଟ୍ରେଲିଆ ମହିଳା ଦଳକୁ ମାତ୍‌ ଦେଇ ଅଲିମ୍ପିକ୍ସରେ ପ୍ରଥମ ଥର ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ପ୍ରଥମ ଥର ପାଇଁ ଗୋଟିଏ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ଦଳ ସେମି ଫାଇନାଲରେ ପ୍ରବେଶ କରିଛି।

ରିଓ ଅଲିମ୍ପିକ୍ସରେ ଗୋଟିଏ ବି ମ୍ୟାଚ୍‌ ଜିତିନଥିବା ଭାରତୀୟ ମହିଳା ଟିମ୍‌ ୧୨ ନମ୍ବର ସ୍ଥାନରେ ରହିଥିଲା। ହେଲେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ମାତ୍‌ ଦେଇ ସେମି ଫାଇନାଲରେ ପ୍ରବେଶ କରି ରଚିଛି ଇତିହାସ। ସୂଚନାଯୋଗ୍ୟ, ରବିବାର ଦିନ ଭାରତୀୟ ପୁରୁଷ ହକି ଦଳ ଗ୍ରେଟ୍‌ ବ୍ରିଟେନକୁ ମାତ୍‌ ଦେଇ ସେମିରେ ପ୍ରବେଶ କରିଥିଲା। ଭାରତୀୟ ପୁରୁଷ ଦଳ ସେମିରେ ଶକ୍ତିଶାଳୀ ବେଲଜିୟମ ଟିମକୁ ଭେଟିବ।