ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ଅଲିମ୍ପିକ ହକି; ଆର୍ଜେଣ୍ଟିନା ଠାରୁ ୨-୧ରେ ହାରିଲା ଭାରତ

ଟୋକିଓ: ପୁରୁଷ ହକି ଦଳ ପରେ ଏବେ ମହିଳା ହକି ଦଳ ବି ନିରାଶ କରିଛି। ସେମିଫାଇନାଲ ମ୍ୟାଚ୍‌ରେ ଆର୍ଜେଣ୍ଟିନାଠାରୁ ୨-୧ରେ ପରାସ୍ତ ହୋଇଛି ଭାରତୀୟ ମହିଳା ହକି ଟିମ୍। ଏବେ ବ୍ରୋଞ୍ଚ ପଦକ ପାଇଁ ଲଢ଼େଇ କରିବ ଭାରତ।

ସ୍ୱର୍ଣ୍ଣ ପଦକ ଲଢ଼େଇରୁ ଭାରତ ବାଦ ପଡ଼ିଥିଲେ ବି ପ୍ରଥମଥର ସେମିରେ ପ୍ରବେଶ କରି ଇତିହାସ ରଚିଛି ମହିଳା ଟିମ୍। ଏବେ ଟିମ୍ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବ। ଭାରତ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନ ସହ ଲଢ଼େଇ କରିବ। ଅଗଷ୍ଟ ୬ ତାରିଖ ସକାଳ ୭ଟା ଏହି ମେଚ୍ ଖେଳାଯିବ। ତେବେ ସେମିଫାଇନାଲ ପାଇଁ ଆଜି ଦମ୍‌ଦାର ପ୍ରଦର୍ଶନ କରିଥିଲା ଭାରତୀୟ ଟିମ୍। ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଭାରତର ଗୁରଜିତ କୌର ଗୋଲ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ୱାର୍ଟର ସୁଦ୍ଧା ଭାରତ ଆର୍ଜେଣ୍ଟିନା ଠାରୁ ୧-୦ରେ ଆଗୁଆ ରହିଥିଲା।

କିନ୍ତୁ ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଆର୍ଜେଣ୍ଟିନା ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ୧୮ ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଖେଳାଳି ମାରିଆ ଗୋଲ କରି ଭାରତ ସହିତ ସ୍ଥିତି ବରାବର କରିଥିଲେ। ହେଲେ ତୃତୀୟ କ୍ୱାର୍ଟରରେ ଭାରତକୁ ଆକ୍ରମଣ ପାଇଁ କୌଣସି ସୁଯୋଗ ଦେଇନଥିଲା ଆର୍ଜେଣ୍ଟିନା। ୩୬ତମ ମିନିଟ୍‌ରେ ମାରିଆ ପୁଣିଥରେ ଗୋଲ ଦେଇ ସ୍ଥିତିକୁ ୨-୧ କରି ଦେଇଥିଲେ। ତୃତୀୟ କ୍ୱାର୍ଟର ଶେଷ ବେଳକୁ ସ୍ଥିତି ୨-୧ ରହିଥିଲା।

ତେବେ ୪ର୍ଥ କ୍ୱାର୍ଟରରେ ଭାରତ ଆକ୍ରମଣ କରିବା ସହ ଲଗାତର ଦୁଇଟି ପେନାଲ୍ଟି କର୍ଣ୍ଣର ହାସଲ କରିଥିଲେ ବି ଆର୍ଜେଣ୍ଟିନା ଗୋଲ କିପର ଭାରତର ଉଦ୍ୟମ ପଣ୍ଡ କରି ଦେଇଥିଲେ। ମ୍ୟାଚ୍‌ ସରିବାକୁ ୧୭ ସେକେଣ୍ଡ ବାକି ଥିବା ବେଳେ ଭାରତ ଚମତ୍କାର ଡିଫ୍ଲେସନ କରିଥିଲେ ବି ଆର୍ଜେଣ୍ଟିନା ଗୋଲ କିପର ଏହାକୁ ଅଟକାଇ ଦେଇଥିଲେ। ଭାରତ ପିସି ପାଇଁ ଭିଡିଓ ରେଫରାଲ ନେଇଥିଲେ ମଧ୍ୟ ଏହାକୁ ଖାରଜ କରାଯାଇଥିଲା। ଫଳରେ ଆର୍ଜେଣ୍ଟିନା ମହିଳା ଦଳ ୨-୧ରେ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.