PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଆସୁଛି ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିସନ, ସବୁ ଭାରତୀୟଙ୍କୁ ସ୍ୱାସ୍ଥ୍ୟ ଆଇଡି

ନୂଆଦିଲ୍ଲୀ ୦୪/୦୮: ଖୁବ୍‌ଶୀଘ୍ର ଦେଶରେ ଏକ ପୂର୍ଣ୍ଣାଙ୍ଗ ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ୍‌ ପ୍ରସ୍ତୁତ ହେବ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୫ ତାରିଖରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିସନ୍‌(ଏନ୍‌ଡିଏଚ୍‌ଏମ୍‌)ର ଘୋଷଣା କରିବେ । ଏହା ଅଧୀନରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଆଇଡି ରହିବ । ସେମାନଙ୍କ ସ୍ୱାସ୍ଥ୍ୟଗତ ରେକର୍ଡର ଡିଜିଟାଇଜେସନ୍‌ ହେବ । ଡାକ୍ତର ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଏକ ରେଜିଷ୍ଟ୍ରି ପ୍ରସ୍ତୁତ ହେବ । ଏ ପ୍ରସ୍ତାବକୁ କ୍ୟାବିନେଟ୍‌ର ନୀତିଗତ ଅନୁମୋଦନ ମିଳିଛି । ଚଳିତ ସପ୍ତାହ ଶେଷ ସୁଦ୍ଧା ଚୂଡ଼ାନ୍ତ ମଞ୍ଜୁରି ମିଳିବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ।

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଘୋଷଣା କରିବେ । ୪ଟି ପ୍ରମୁଖ ବୈଶିଷ୍ଟ୍ୟ ସହ ଏହି ଯୋଜନା ଆସିବ । ଏହି ବୈଶିଷ୍ଟ୍ୟ ଚାରୋଟି ହେଲା ନାଗରିକଙ୍କ ସ୍ୱାସ୍ଥ୍ୟ ଆଇଡି, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରେକର୍ଡ, ଡିଜି-ଡକ୍ଟର ଏବଂ ହେଲ୍‌ଥ ଫାସିଲିଟି ରେଜିଷ୍ଟ୍ରି । ପରବର୍ତ୍ତୀ ସ୍ତରରେ ଏଥିରେ ଇ-ଫାର୍ମାସି ଏବଂ ଟେଲି-ମେଡିସିନ୍‌କୁ ସ୍ଥାନିତ କରାଯିବ । ଆୟୁଷ୍ମାନ ଭାରତର କାର୍ଯ୍ୟାନ୍ୱୟନ ଏଜେନ୍ସି ଏନ୍‌ଏଚ୍‌ଏ ଏହି ପ୍ଲାଟ୍‌ଫର୍ମର ଢ଼ାଞ୍ଚା ପ୍ରସ୍ତୁତ କରିଛି । ଏକ ଆପ୍‌ ଏବଂ ୱେବ୍‌ସାଇଟ୍‌ ମାଧ୍ୟମରେ ଏହା ଉପଲବ୍ଧ ହେବ । ଏହି ପ୍ଲାଟ୍‌ଫର୍ମ ଏକଦମ୍‌ ଇଚ୍ଛାଧୀନ ରହିବ । ନାଗରିକ ଚାହିଁଲେ ଉକ୍ତ ଆପ୍‌ରେ ନିଜକୁ ପଞ୍ଜୀକୃତ କରିପାରିବେ ।

ବ୍ୟକ୍ତିବିଶେଷଙ୍କ ବିନା ଅନୁମତିରେ ସ୍ୱାସ୍ଥ୍ୟ ରେକର୍ଡକୁ କାହା ସହ ସେୟାର କରାଯାଇପାରିବ ନାହିଁ । ହସ୍ପିଟାଲ ଏବଂ ଡାକ୍ତରମାନେ ନିଜ ଇଚ୍ଛାରେ ସେମାନଙ୍କ ବିବରଣୀ ଦେଇପାରିବେ । ଏହି ଆପ୍‌ରେ ଥିବା ସୁବିଧା ଯୋଗୁ ଅଧିକରୁ ଅଧିକ ଭାରତୀୟ ଏଥିରେ ସାମିଲ ହେବେ ବୋଲି ସରକାର ଆଶା ରଖିଛନ୍ତି । ଏନ୍‌ଡିଏଚ୍‌ଏମ୍‌ ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରଭାବଶୀଳ କରିବ ।

ସ୍ୱାସ୍ଥ୍ୟ ସେବା ଡେଲିଭରିରେ ସ୍ୱଚ୍ଛତା ଆସିବ ବୋଲି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧୀକରଣ(ଏନ୍‌ଏଚ୍‌ଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଇନ୍ଦୁ ଭୂଷଣ ପ୍ରକାଶ କରିଛନ୍ତି । ଏ ପ୍ରସ୍ତାବ ପାଇଁ ଅର୍ଥ ମନ୍ତ୍ରାଳୟ ୪୭୦ କୋଟି ଟଙ୍କା ମଞ୍ଜୁର କରିଥିବା ଜଣାଯାଇଛି । ଲୋକେ ଚାହିଁଲେ ସେମାନଙ୍କ ସ୍ୱାସ୍ଥ୍ୟ ଆଇଡିକୁ ଆଧାର ସହ ସଂଯୁକ୍ତ କରିପାରିବେ । ଏହା ସେମାନଙ୍କ ଉପରେ ନିର୍ଭର କରେ । ରାଜ୍ୟଗୁଡିକ, ହସ୍ପିଟାଲ, ଡାଏଗ୍ନୋଷ୍ଟିକ୍‌ ଲାବୋରେଟୋରି ଏବଂ ଫାର୍ମାସିଗୁଡିକରେ ଏହି ଆଇଡି କାର୍ଯ୍ୟ କରିବ ।