PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଦେଶର ପ୍ରଥମ ଦୂରଗାମୀ ସିଏନଜି ବସ୍, ଥରେ ଇନ୍ଧନ ଭରିଲେ ଯିବ ୧୧୪୧ କିମି

ନୂଆଦିଲ୍ଲୀ, ୨୪|୧୨:  ଦିଲ୍ଲୀରୁ ଡେରାଡୁନ୍ ମଧ୍ୟରେ ପ୍ରଥମ ଥର ପାଇଁ ସିଏନଜି ବସ୍ ଚଳାଚଳ କରିବ। ଉତ୍ତରାଖଣ୍ଡ ପରିବହନ ନିଗମ ସହ ଆଇଜିଏଲ ଲିମିଟେଡ୍ ବର୍ତମାନ ୫ଟି ବସ୍ ପାଇଁ ପ୍ରସ୍ତାବ ଦେଇଛି। ଏହାକୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଦଘାଟନ କରିଛନ୍ତି। ଏହି ବସରେ ସିଏନଜି ଭର୍ତ୍ତି କରାଗଲେ ଏହା ୧,୧୪୧ କିମି ଯାଏଁ ସହଜରେ ଯାଇପାରିବ। ଯାହା ଅନ୍ୟ ସିଏନଜି ବସ ତୁଳନାରେ ଅଧିକ ରାସ୍ତା ଅତିକ୍ରମ କରିପାରିବ।

ଏହି ବସରେ ହାଲୁକା କମ୍ପୋଜିଟ୍ ସିଲିଣ୍ଡର ଲଗାଯାଇଛି। ଏହାର ମୂଲ୍ୟ ହେଉଛି ୧୧ ଲକ୍ଷ ଟଙ୍କା। ଏହାର ଭାର ବର୍ତ୍ତମାର ଅନ୍ୟ ସିଲିଣ୍ଡର ତୁଳନାରେ ୭୦ ପ୍ରତିଶତ କମ।ଏହି ନୂଆ ସିଲିଣ୍ଡରରେ ୨୨୫ରୁ ୨୭୫ କେଜିର ସିଏନଜି ଭର୍ତ୍ତି କରାଯାଇ ପାରିବ। ଏବେ ଉପଲବ୍ଧ ଥିବା ଅନ୍ୟ ସିଏନଜି ବସର ସିଲିଣ୍ଡରରେ ୮୦ରୁ ୧୦୦ କେଜିର ସିଏନଜି ଭର୍ତ୍ତି କରାଯାଉଛି।

ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନଜରରେ ରଖି ସରକାର ସିଏନଜି ଓ ଇଲେକ୍ଟ୍ରିକ୍ ବାହାନର ବ୍ୟବହାରକୁ ବୃଦ୍ଧି କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ଦେଶରେ ପ୍ରଥମ ଥର ପାଇଁ ଏତେ ଦୂରତା ଅତିକ୍ରମ କରିପାରୁଥିବା ବସ୍ ପ୍ରଦୂଷଣ ରୋକିବା ସହ ଡିଜେଲର ଅଧିକ ଖର୍ଚ୍ଚକୁ ରୋକିବ। ଏହାସହ ଅଧିକାଂଶ ବଡ କାର୍ କମ୍ପାନୀ ଏବେ ଇଲେକ୍ଟ୍ରିକ ଯାନବାହାନକୁ ବଜାର ପ୍ରବେଶ କରୁଛନ୍ତି। ଏହାସହ ଏହାର ଚାର୍ଜିଂ ଷ୍ଟେସନକୁ ନେଇ ମଧ୍ୟ ବଡ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି।