ଆରପାରିରେ ଦେଶର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ, ପୁଲିସ୍ ସେବାରେ ନିଜକୁ କରିଥିଲେ ଉର୍ତ୍ସଗ

ଡେରାଡୁନ୍‌ ୨୭।୮: ଆରପାରିରେ ଦେଶର ପ୍ରଥମ ମହିଳା ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ପୁଲିସ୍‌ (ଡିଜିପି) କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ। ମୁମ୍ବାଇଠାରେ ସୋମବାର ରାତିରେ ଶରୀରର ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।

ଭଟ୍ଟାଚାର୍ଯ୍ୟ ହେଉଛନ୍ତି ୧୯୭୩ ମସିହା ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌। ୨୦୦୪ ମସିହାରେ ସେ ଉତ୍ତରାଖଣ୍ଡରେ ଡିଜିପି ଭାବେ ନିଯୁକ୍ତି ପାଇଥିଲେ। ୨୦୦୭ ମସିହା ଅକ୍ଟୋବର ୩୧ ତାରିଖରେ ସେ ଡିଜିପି ପଦରୁ ଅବସର ନେଇଥିଲେ। ୩୩ ବର୍ଷ ଧରି ପୁଲିସ୍‌ ସେବାରେ ନିଜକୁ ଉର୍ତ୍ସଗ କରିଥିବା ଶ୍ରୀମତୀ ଭଟ୍ଟାଚାର୍ଯ୍ୟ ସିଆଇଏସ୍‌ଏଫ୍‌ର ଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୭ରେ ତାଙ୍କୁ ରାଷ୍ଟ୍ରପତି ପଦକ ମିଳିଥିଲା। ତାଙ୍କୁ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ରାଜୀବ ଗାନ୍ଧି ପୁରସ୍କାର ମଧ୍ୟ ମିଳିଛି।

ଚାକିରିରୁ ଅବସର ନେବା ପରେ ଭଟ୍ଟାଚାର୍ଯ୍ୟ ରାଜନୀତିରେ ଯୋଗ ଦେଇଥିଲେ। ସେ ୨୦୧୪ ମସିହା ଲୋକସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ଟିକେଟ୍‌ ପାଇ ହରିଦ୍ୱାରକୁ ନିର୍ବାଚନ ଲଢ଼ିଥିଲେ। ସେ ନିର୍ବାଚନରେ ପରାଜିତ ହୋଇଥିଲେ। ଆଜି ତାଙ୍କ ବିୟୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି। ଉତ୍ତରାଖଣ୍ଡ ପୁଲିସ୍‌ ପକ୍ଷରୁ ମଧ୍ୟ ଭଟ୍ଟାଚାର୍ଯ୍ୟଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରାଯାଇଛି।

   ସମ୍ବନ୍ଧିତ ଖବର


ଆର୍ମେନିଆ-ଆଜେରବାଇଜାନ ମଧ୍ୟରେ ଯୁଦ୍ଧ, ୧୬ ମୃତ ଓ ଶତାଧିକ ଆହତ

ଚୀନ୍‌ ସୀମାରେ ଭାରତର ଟ୍ୟାଙ୍କ୍‌- ବରଫ ଭିତରୁ କରିପାରିବ ଆକ୍ରମଣ

ଚୀନ୍‌ର ଡର- ଭାରତ କରିପାରେ ଆକ୍ରମଣ

ଦେଶରେ ତେଜିଲା କୃଷକଙ୍କ ଆନ୍ଦୋଳନ, ଦିଲ୍ଲୀରେ କଂଗ୍ରେସ କର୍ମୀ ଟ୍ରାକ୍ଟରରେ ଲଗାଇଲେ ନିଆଁ

ବାଇକ୍ କିମ୍ବା କାର୍‌ରେ ଷ୍ଟଣ୍ଟ୍‌ କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ : ପୋଲିସ୍ କମିଶନରଙ୍କ ନିର୍ଦ୍ଦେଶ

ରେମୋଙ୍କ ସହ କାମ କରିବେ ଉର୍ବଶୀ