PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

୪୦ ବର୍ଷରେ ଭାରତର ଅର୍ଥନୀତିକୁ ବଡ଼ ଝଟ୍‌କା; ବିଯୁକ୍ତ ୭.୩%ରେ ରହିଲା ଜିଡିପି

pic-internet

ନୂଆଦିଲ୍ଲୀ:  କରୋନା ମହାମାରୀ ଭାରତକୁ ସବୁଆଡ଼ୁ ଭୟଙ୍କର କ୍ଷତି ଘଟାଇଛି। ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ଓ ହଜାର ହଜାର ମୃତ୍ୟୁ ହେଉଥିବା ବେଳେ ଭାରତର ଅର୍ଥ ବ୍ୟବସ୍ଥା ବିଯୁକ୍ତରେ ଚାଲିଛି। ଆର୍ଥିକ ବର୍ଷ ୨୦୨୧ରେ ଭାରତର ଅଭିବୃଦ୍ଧି ହାର ୭.୩ %ରେ ସୀମିତ ରହିଛି। ଗତ ଚାରି ଦଶନ୍ଧିରେ ଏହା ଦେଶ ଅର୍ଥବ୍ୟବସ୍ଥାରେ ସବୁଠୁ ଖରାପ ପ୍ରଦର୍ଶନ।

ତଥ୍ୟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୦-୨୧ ଜିଡିପିରେ ୭.୩ ପ୍ରତିଶତ ହ୍ରାସ ହୋଇଛି।। ତେବେ ଆଶ୍ଵସ୍ତିକର କଥା ହେଲା ଭାରତୀୟ ଅର୍ଥବ୍ୟବସ୍ଥା ୨୦୨୦-୨୧ର ଚତୁର୍ଥ ତ୍ରୈମାସରେ ସକ୍ରିୟ ଦିଗକୁ ଗତି କରିଥିବା ବେଳେ୨୦୨୧ ଜାନୁଆରୀରୁ ମାର୍ଚ୍ଚର ଚତୁର୍ଥ ତ୍ରୈମାସରେ ବିକାଶ ହାର ୧.୬ ପ୍ରତିଶତ ରହିଛି।

ଆର୍ଥିକ ବର୍ଷ ୨୦୨୦-୨୧ର  ପ୍ରଥମ ତ୍ରୈମାସରେ ଅଭିବୃଦ୍ଧି ହାର ବିଯୁକ୍ତ -୨୪.୩୮ ପ୍ରତିଶତ ରହିଥିଲା। ଦେଶର ବିତ୍ତୀୟ କ୍ଷତି ୭୮ ହଜାର କୋଟି ଟଙ୍କା ରହିଛି, ଯାହା ଗତ ବର୍ଷର ୨.୯ ଲକ୍ଷ କୋଟି ତୁଳନାରେ ବହୁତ କମ୍‌। ଏପ୍ରିଲ ମାସରେ ୮ କୋର୍‌ ଇଣ୍ଡଷ୍ଟ୍ରୀ ଅର୍ଥାତ୍ ଆଠ ମୌଳିକ ଉଦ୍ୟୋଗର ଅଭିବୃଦ୍ଧି ହାର ୫୬.୧ ପ୍ରତିଶତ ରହିଛି।

ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ଦ୍ଵାରା ଆର୍ଥିକ ବର୍ଷ ୨୦୨୦-୨୧ର ଜିଡିପି ଅଭିବୃଦ୍ଧି ହାର ଜାରି କରାଯାଇଛି। ଏଥିରୁ ଜଣା ପଡ଼ିଛି ଯେ, ୧୯୮୦-୮୧ ପରେ ପ୍ରଥମ ଥର ଜିଡିପି ଋଣାତ୍ମକ ରହି ସଙ୍କୁଚିତ ରହି ଯାଇଛି।

ଅର୍ଥାତ୍ ଜିଡିପି ବଢ଼ିବା ବଦଳରେ ହ୍ରାସ ଘଟିଛି। ଆଠ ମୌଳିକ କ୍ଷେତ୍ର କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍, ବିଶୋଧନ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ, ବିଜୁଳିର ଅଭିଭୃଦ୍ଧି ହାର ମାର୍ଚ୍ଚରେ ୧୧.୪ ପ୍ରତିଶତ ରହିଥିବା ବେଳେ ଏପ୍ରିଲରେ ୫୬.୧ ପ୍ରତିଶତ ରହିଛି। ପ୍ରାକୃତିକ ଗ୍ୟାସ୍, ଇସ୍ପାତ, ସିମେଣ୍ଟ ଓ ବିଜୁଳି କ୍ଷେତ୍ରରେ ପ୍ରଦର୍ଶନ ଉତ୍ସାହଜନକ ରହିଛି।