PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଭାରତୀୟ ଅର୍ଥନୀତିକୁ ଝଟକା ! ୬.୬%କୁ ଖସିଗଲା ଅଭିବୃଦ୍ଧି ହାର

୨୦୧୮ ଅକ୍ଟୋବର-ଡିସେମ୍ବରରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୬% ଭଳି ନିମ୍ନ ସ୍ତରକୁ ଖସିଯାଇଛି । ଆଜି କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ) ତରଫରୁ ଜାରି କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ବିଗତ ୧୫ ମାସ ଭିତରେ ଏହା ଦେଶର ସର୍ବନିମ୍ନ ଅଭିବୃଦ୍ଧି । ଚଳିତ ଆର୍ଥିକ ବର୍ଷ (୨୦୧୮-୧୯)ର ପ୍ରଥମ ତ୍ରୟମାସ (ଏପ୍ରିଲ୍‌-ଜୁନ୍‌)ରେ ଅଭିବୃଦ୍ଧି ୮.୨% ଥିଲା ।

ଦ୍ବିତୀୟ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର)ରେ ତାହା ୭.୧%କୁ ଖସିଗଲା । ଏହାର ପର ତିନି ମାସରେ ଆଉ କିଛି ପାହାଚ ତଳକୁ ଖସି ଅଭିବୃଦ୍ଧି ହାର ୬.୬% ସ୍ତରରେ ପହଞ୍ଚିଯାଇଛି । ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏହା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ ବୋଲି କୁହାଯାଇଛି । କିଛି ଦିନ ତଳେ ୫୫ ଅର୍ଥନୀତିଜ୍ଞକୁ ନେଇ ରଏଟର୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଥିଲା ଯେ ଜିଡିପି ଅଭିବୃଦ୍ଧି ୬.୯% ସ୍ତରକୁ ଖସିଯିବ ।

ଭାରତର ଅଭିବୃଦ୍ଧି ଏତେ ତଳକୁ ଖସିଆସିଥିଲେ ମଧ୍ୟ ଚୀନ୍‌ର ଅଭିବୃଦ୍ଧି ଠାରୁ ଏହା ଆଗରେ ରହିଛି ଏବଂ ବିଶ୍ବର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତାକୁ ଭାରତ ବଜାୟ ରଖିଛି । ଚୀନ୍‌ର ଅଭିବୃଦ୍ଧି ହାର ୬.୪% ରହିଛି ଯାହା ଭାରତର ଅଭିବୃଦ୍ଧି ୬.୬% ଠାରୁ କମ୍। ଟଙ୍କା ହିସାବରେ ଭାରତର ଜିଡିପିର ମୋଟ୍‌ ପରିମାଣ ହେଉଛି ୩୫ ଲକ୍ଷ କୋଟି ଟଙ୍କା । ବର୍ଷକ ପୂର୍ବରୁ ତାହା ୩୨ ଲକ୍ଷ ୮୫ ହଜାର କୋଟି ଟଙ୍କା ଥିଲା । ସିଏସ୍‌ଓ ରିପୋର୍ଟରୁ ଜଣାପଡ଼ିଛି ଯେ, ମାନୁଫାକ୍‌ଚରିଂ ବା ବିଭିନ୍ନ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତର ପ୍ରଦର୍ଶନ ବହୁତ ଭଲ ରହିଛି । ଅଟୋମୋବାଇଲ୍ ଉତ୍ପାଦନ କ୍ଷେତ୍ରରେ ଭାରତ ଷଷ୍ଠ ସ୍ଥାନରେ ରହିଛି ।

ସ୍ମାର୍ଟଫୋନ୍‌ ଉତ୍ପାଦନରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅଗ୍ରୀମ ଆକଳନ (ଆଡଭାନ୍ସ ଏଷ୍ଟିମେଟ୍‌) ଜାରି କରି ସିଏସ୍‌ଓ ପକ୍ଷରୁ କୁହାଯାଇଛି ଯେ,, କୃଷି କ୍ଷେତ୍ରର ଜିଭିଏ ଅଭିବୃଦ୍ଧି ୨.୭% ହେବ ଯାହା ବର୍ଷକ ପୂର୍ବରୁ ୫% ଭଳି ଉଚ୍ଚ ସ୍ତରରେ ଥିଲା। ଖଣି ଓ ଉତ୍ତୋଳନ କ୍ଷେତ୍ରର ଅଭିବୃଦ୍ଧି କମିବ । ତେବେ ମାନୁଫାକ୍‌ଚରିଂ କ୍ଷେତ୍ରରେ ପୂର୍ବବର୍ଷ ତୁଳନାରେ ଅଧିକ ଅଭିବୃଦ୍ଧି ହେବ । ମୁଣ୍ଡପିଛା ଆୟ ପରିମାଣ ୯୨,୭୧୮ ଟଙ୍କାକୁ ବୃଦ୍ଧି ପାଇବ ଯାହା ୨୦୧୭-୧୮ରେ ୮୭,୬୨୩ ଟଙ୍କା ଥିଲା । ମୁଣ୍ଡପିଛା ଆୟରେ ୫.୮%ର ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି ।

ଭାରତୀୟ ଅର୍ଥନୀତିକୁ ଡବଲ୍ ଝଟ୍‌କା ଲାଗିଛି । ଅଭିବୃଦ୍ଧି ହାର ଖସିଯାଇଥିବା ବେଳେ କାରଖାନା ଉତ୍ପାଦନ କ୍ଷେତ୍ରରୁ ମଧ୍ୟ ଖରାପ ଖବର ଆସିଛି । ଜାନୁଆରିରେ କାରଖାନାରୁ ହେଉଥିବା ଉତ୍ପାଦନ ଅଭିବୃଦ୍ଧି ୧.୮% ଭଳି ନିମ୍ନ ସ୍ତରକୁ ଖସିଯାଇଛି । ଅଶୋଧିତ ତୈଳ, ବିଶୋଧନାଗାର ଏବଂ ବିଦ୍ୟୁତ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଛି । କୋଇଲା ଓ ସିମେଣ୍ଟ୍ ଉତ୍ପାଦନ ମଧ୍ୟ କମିଛି । ତେବେ ପ୍ରାକୃତିକ ଗ୍ୟାସ୍‌, ସାର ଓ ଇସ୍ପାତ ଉତ୍ପାଦନରେ ବୃଦ୍ଧି ଦେଖାଦେଇଛି । କାରଖାନା ଉତ୍ପାଦନ ଅଭିବୃଦ୍ଧି ହାର ୧୯ ମାସର ସର୍ବନିମ୍ନ ସ୍ତରକୁ ଖସିଯାଇଛି ।

ସମ୍ବନ୍ଧିତ ଖବର