PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଖୁବ୍ ଶୀଘ୍ର ଚୀନକୁ ଲାଗିବ ଆଉ ଏକ ଝଟକା, ମୋଦି ସରକାରଙ୍କ ପ୍ରସ୍ତୁତି…

https://www.livehindustan.com/

ନୂଆଦିଲ୍ଲୀ ୧୮/୮: ଚୀନର ପିପୁଲ୍ସ ଲିବରେସନ ଆର୍ମି ଲଦାଖର ପାଙ୍ଗୋଙ୍ଗ ତ୍ସୋ ଓ ଗୋଗରା ହଟ୍ ସ୍ପ୍ରିଂ ଅଞ୍ଚଳରେ ଏବେ ବି ଫରୱାଡ୍ ପୋଜିସନରେ ଅଛି । ଖାଲି ସେତିକି ନୁହେଁ ପ୍ରତିଶୃତି ଅନୁସାରେ ଡି-ଏକ୍ସଲେସନର କୌଣସି ସଙ୍କେତ ମଧ୍ୟ ଦେଉନି । ଏଭଳି ସ୍ଥିତିରେ ଚୀନକୁ ବୁଦ୍ଧି ଶିଖାଇବା ପାଇଁ ନରେନ୍ଦ୍ର ମୋଦି ସରକାର ଆର୍ଥିକ ମୋର୍ଚ୍ଚାରେ ଆଉ ଏକ ଆକ୍ସନ ନେବା ପାଇଁ ଯୋଜନା କରୁଛନ୍ତି ।

ଏହି ମାମଲାରେ ବରିଷ୍ଠ ସରକାରୀ ଅଧିକାରୀମାନଙ୍କ କହିବାନୁସାରେ ଶୀର୍ଷ ଚୀନ୍ ଅଧ୍ୟୟନ ସମୁହ(ସିଏସଜି) ସୋମବାର ଲଦାଖରେ ଚୀନ୍ ସେନାର ଗତିବିଧି ଓ ତିବ୍ବତ କବଜାରେ ଥିବା ଅକ୍ସାଇ ଚୀନ୍ ଅଞ୍ଚଳରେ ତା ସୈନ୍ୟ ପ୍ରସଙ୍ଗରେ ଆଲୋଚନା କରିଛି । କହିରଖୁଛୁ ଚୀନ ସହିତ କାର୍ଯ୍ୟାନୁଷ୍ଠାନ ନେଇ ଦେଶର କଣ ରଣନୀତି ହେବ ସେନେଇ ସୁପାରିଶ କରିଥାଏ ସିଏସଜି । ସିଏସଜିରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ସାମିଲ ହୋଇଥାନ୍ତି । ଏଥିରେ ଭାରତ ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହିତ ସୈନ୍ୟ ଓ ଅନ୍ୟ ସମ୍ବନ୍ଧିତ ସରକାରୀ ଏଜେନ୍ସିମାନଙ୍କ ପ୍ରତିନିଧି ମଧ୍ୟ ସାମିଲ ।

ଚୀନ୍ ଚାହୁଁଛି କି ଭାରତ ସୀମାରେ ବର୍ତ୍ତମାନ ସ୍ଥିତି ଆଧାରରେ ରାଜନୈତିକ ସମ୍ବନ୍ଧକୁ ସାମାନ୍ୟ କରାଯାଉ କିନ୍ତୁ ମୋଦି ସରକାରଙ୍କ ଅନୁସାରେ ଲଦାଖରେ ପୂର୍ବ ଭଳି ସ୍ଥିତି  ଅର୍ଥାତ୍ ସାଧାରଣ ସ୍ଥିତିରୁ କିଛି ବି କମ୍ ଚଳିବନି । ଏବେ ବି ଚୀନ୍ ସେନା ଅର୍ଥାତ୍ ପିଏଲଏ ମାନିବାକୁ ନାରାଜ ଯେ ସୈନିକ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାର ନିଜ ଧାରଣା ଭିତରେ ନାହିଁ । ଅଧିକାରୀମାନଙ୍କ ଅନୁସାରେ ଭାରତୀୟ ସେନାକୁ ଲଦାଖରେ ୧୫୯୭ କିଲୋମିଟର ବାସ୍ତବିକ ନିୟନ୍ତ୍ରଣ ରେଖା ସହିତ ଫୱାର୍ଡ ପୋଜିସନରେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ୫ ଜୁଲାଇରେ ସୀମା ବାର୍ତ୍ତାରେ ଭାରତୀୟ ବିଶେଷ ପ୍ରତିନିଧି ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚୀନୀ ସମକକ୍ଷଙ୍କ ସହିତ ଆଲୋଚନା କରିଥିଲେ ।

ଉଭୟ ପକ୍ଷ ନିର୍ଦ୍ଧାରଣ କରିଥିଲେ କି ୨ ପକ୍ଷ ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇଯିବେ ଏବଂ ପରେ ଡି-ଏକ୍ସଲେଟ୍ ହୋଇଯିବେ । କିନ୍ତୁ ଏକ ମାସ ପରେ ସ୍ଥିତି ବଦଳିଯାଇଛି । ଗୋଟେ ପଟେ ଚୀନ୍ ସାରା ବିଶ୍ୱ ନଜରରେ ନିଜକୁ ଭଲ ଦେଖାଇବା ପାଇଁ କୂଟନୀତିରେ ଶାନ୍ତି ବାର୍ତ୍ତା ଜରିଆରେ ଏହାକୁ ତୁଟାଇବା ପାଇଁ କହୁଛି । କିନ୍ତୁ ଅନ୍ୟପଟେ ପଛକୁ ଫେରିବା ପାଇଁ ମଧ୍ୟ ରାଜି ହେଉନି । ଅନ୍ୟପଟେ ଭାରତ ଚାହୁଁଛି ଯେଉଁ ପର୍ଯ୍ୟନ୍ତ ଚୀନ୍ ସେନା ପଛକୁ ହଟୁନି ସେ ପର୍ଯ୍ୟନ୍ତ ଶାନ୍ତି କଥା କହିବା ଯଥାର୍ଥ ନୁହେଁ । କହିରଖୁଛୁ ନିକଟରେ ଆମେରିକା ହୁୱାଇ ଓ ଏହାର ସହଯୋଗୀ କମ୍ପାନୀ ଉପରେ ଗୁଇନ୍ଦାଗିରି କରିବା ନେଇ ଆକ୍ସନ ନେଇ ଚାଇନାକୁ ଝଟକା ଦେଇଛି । ତେଣୁ ସମ୍ଭବ କି ଭାରତ ମଧ୍ୟ ନିକଟରେ ଏମିତି କିଛି ବଡ ଆକ୍ସନ ନେଇପାରେ । ଏହା ସ୍ପଷ୍ଟ ଯେ ଭାରତ ଚାଇନିଜ୍ ସଞ୍ଚାର ଓ ବିଜୁଳି କମ୍ପାନୀମାନଙ୍କୁ ଭବିଷ୍ୟତରେ କୌଣସି ବି ପରିଯୋଜନାରୁ ଦୂରେଇ ରଖିବ ।

ସମ୍ବନ୍ଧିତ ଖବର