PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଭାରତ-ଇଂଲଣ୍ଡ ପିଙ୍କ୍‌ ବଲ୍‌ ଟେଷ୍ଟ ହେଉଛି ସବୁଠୁ ଛୋଟ ଟେଷ୍ଟ ମ୍ୟାଚ୍‌, ୨ ଦିନରେ ଖତମ୍‌ ହେଲାଣି ୨୨ଟି ମ୍ୟାଚ୍

ନୂଆଦିଲ୍ଲୀ, ୨୬/ ୦୨: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଟିମ୍‌ ଇଣ୍ଡିଆ ୧୦ ଓ୍ବିକେଟରେ ବିଜୟୀ ହୋଇଥିଲା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ୧୦ ଓ୍ବିକେଟରେ ମାତ୍‌ ଦେଇଛି ଟିମ୍‌ ଇଣ୍ଡିଆ। ତୃତୀୟ ଟେଷ୍ଟ ମ୍ୟାଚ୍‌ ମାତ୍ର ଦୁଇ ଦିନରେ ଶେଷ ହୋଇଥିଲା।

ଏଥିସହିତ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ସବୁଠୁ ଛୋଟ ଟେଷ୍ଟ ମ୍ୟାଚ୍‌ ହୋଇଛି। ଅହମ୍ମଦାବାଦରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ମାତ୍ର ୮୪୨ଟି ବଲ ପଡ଼ିଥିଲା। ସେହିପରି ଟେଷ୍ଟ କ୍ରିକେଟ ଇତିହାସରେ ୧୯୩୨ ମସିହାରେ ସବୁଠାରୁ ଛୋଟ ଟେଷ୍ଟ ମ୍ୟାଚ୍‌ ବା ସବୁଠୁ କମ୍‌ ବଲ ପଡ଼ିଥିବା ମ୍ୟାଚ୍‌ ଖେଳା ଯାଇଥିଲା। ଅଷ୍ଟ୍ରେଲିଆସ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ମାତ୍ର ୬୫୬ଟି ବଲ ପଡ଼ିଥିଲା।

ଟେଷ୍ଟ କ୍ରିକେଟ ଇତିହାସରେ ଏପର୍ଯ୍ୟନ୍ତ ୨୨ଥର ଟେଷ୍ଟ ମ୍ୟାଚ୍‌ ଦୁଇ ଦିନ ଭିତରେ ଶେଷ ହୋଇଛି। ପ୍ରଥମ ଥର ପାଇଁ ୧୮୮୨ ମସିହାରେ ଓଭାଲ ଷ୍ଟାଡିୟମରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ୨ ଦିନରେ ଶେଷ ହୋଇଯାଇଥିଲା। ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆକୁ ୨ ଦିନରେ ହରାଇ ଦେଇଥିଲା। ଏହପରେ ୧୯୨୧ ମସିହାରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ ଦୁଇ ଦିନରେ ଶେଷ ହୋଇ ଯାଇଥିଲା। ଅଷ୍ଟ୍ରେଲିଆ ଦଳ ଇଂଲଣ୍ଡକୁ ହରାଇଥିଲା।

ସୂଚନାଥାଉକି, ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ଦ୍ବିତୀୟ ଦିନରେ ଟିମ୍‌ ଇଣ୍ଡିଆ ୪୯ ରନ୍‌ କରି ବିଜୟୀ ହୋଇଥିଲା। ମୋଟ୍‌ ୨୨ଟି ଟେଷ୍ଟ ମ୍ୟାଚରୁ ଇଂଲଣ୍ଡ‌ ଟିମ୍‌ ଏଭଳି ୧୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଛି ଯେଉଁ ଟେଷ୍ଟ ମ୍ୟାଚ୍‌ ଗୁଡ଼ିକ କେବଳ ଦୁଇ ଦିନରେ ଶେଷ ହୋଇଛି। ୧୩ଟି ମ୍ୟାଚରୁ ଇଂଲଣ୍ଡ ଟିମ୍‌ ୯ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜୟ ବରଣ କରିଛି।