PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

୨୦୨୨ ସୁଦ୍ଧା ତେଜସ୍‌ର ଦ୍ୱିତୀୟ ସଂସ୍କରଣ ନିର୍ମାଣ କରିବାକୁ ‘ଡିଆରଡିଓ’ର ଲକ୍ଷ୍ୟ

ନୂଆଦିଲ୍ଲୀ ୨୪/୮ : ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆରଡିଓ) ଅଧୀନରେ କାର୍ଯ୍ୟ କରୁଥିବା ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି(ଏଡିଏ) ୨୦୨୨ ମସିହାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ଯୁଦ୍ଧବିମାନ ତେଜସର ଦ୍ୱିତୀୟ ସଂସ୍କରଣ ‘ ଏଲସିଏ-ଏମକେ୨’ ନିର୍ମାଣ କରିବ । ଏହାର ଓଜନ ୧୭.୫ ଟନ ହେବ । ଜାଗୁଆର, ମିରେଜ ଶ୍ରେଣୀର ଏହି ବିମାନରେ ଅଧିକ ଓଜନର ଯୁଦ୍ଧାସ୍ତ୍ର ସଂଯୁକ୍ତ କରାଯାଇପାରିବ ।

ଗତ ବର୍ଷ ଡିସେମ୍ବରରେ ଏଡିଏ ଏହି ବିମାନର ଡିଜାଇନ ଚୂଡାନ୍ତ କରିଛି । ୨୦୨୫-୨୬ ସୁଦ୍ଧା ଏହି ବିମାନର ଉତ୍ପାଦନ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ୨୦୨୪ ସୁଦ୍ଧା ଏଡିଏ ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟର ନିର୍ମାଣ ପାଇଁ ଯୋଜନା କରିଛି । ୨୫ ଟନ ଓଜନର ଏହି ସୁପରସୋନିକ ଯୁଦ୍ଧବିମାନରେ ସବୁ ପ୍ରକାରର ଅସ୍ତ୍ରଶସ୍ତ୍ର ସଂଯୁକ୍ତ କରାଯାଇପାରିବ ।