ଆସନ୍ତାକାଲିଠୁ ଦିଲ୍ଲୀ ଏୟାରପୋର୍ଟରେ ହେବ ଏହି ପରିବର୍ତ୍ତନ, ଟିକେଟ କରିବା ପୂର୍ବରୁ ଜାଣି ରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା

ନୁଆଦିଲ୍ଲୀ ୪/୯: ଯଦି ଆପଣ ମଧ୍ୟ ଦିଲ୍ଲୀ ଏୟାରପୋର୍ଟରୁ ନିଜ ଫ୍ଲାଇଟ୍ ବୁକ୍ କରିଛନ୍ତି କିମ୍ବା ଆପଣ କାହାକୁ ଡ୍ରପ୍ କରିବା ପାଇଁ ଯାଉଛନ୍ତି ତେବେ ଏହି ଖବର ଆପଣପାଇଁ ଅତି ଦରକାରୀ । ନୂଆ ପରିବର୍ତ୍ତନ ସମ୍ପର୍କରେ ଦିଲ୍ଲୀ ଏୟାରପୋର୍ଟ (IGI Airport)ର ଟର୍ମିନାଲ୍ ୨ରୁ ସ୍ପାଇସ୍ ଜେଟର ସମସ୍ତ ଉଡାଣକୁ ଟର୍ମିନାଲ୍ ୩କୁ ସିପ୍ଟ କରାଯିବ । ଇଣ୍ଡିଗୋର ମଧ୍ଯ କିଛି ଉଡାଣକୁ ଟର୍ମିନାଲ୍ ୨ରୁ ଟର୍ମିନାଲ୍ ୩ରେ ନିଆଯିବ । ଏହି ବ୍ୟବସ୍ଥା ୫ ସେପ୍ଟେମ୍ବର ରାତି ୧୨ଟାରୁ ଲାଗୁ ହେବ ।

ଟର୍ମିନାଲ୍ ୨ର ହେବ ବିସ୍ତାର
ଦିଲ୍ଲୀ ଏୟାରପୋର୍ଟକୁ ଚଲାଉଥିବା କମ୍ପାନୀ DIAL ଟର୍ମିନାଲ୍ ୨ର ଏକ୍ସପାନ୍ସନ କରୁଛି କାରଣ ଏହି ଟର୍ମିନାଲର କ୍ଷମତାର ବୃଦ୍ଧି କରାଯାଇପାରିବ । ବର୍ତ୍ତମାନ ସ୍ପାଇସ୍ ଜେଟ୍, ଇଣ୍ଡିଗୋ ଓ ଗୋ ଏୟାରର ଅଧିକାଂଶ ଫ୍ଲାଇଟ୍ ଟର୍ମିନାଲ୍ ୨ରୁ ଉଡାଯାଉଚି । ବହୁତ ଅଧିକ ଟ୍ରାଫିକ୍ ଥିବା କାରଣରୁ ଟର୍ମିନାଲ୍ ୨ରେ ସକାଳ ଓ ସନ୍ଧ୍ଯା ସମୟରେ ଜାମ୍ ପରିସ୍ଥିତି ସୃଷ୍ଟି ହେଉଛି । ଏହାକୁ ନଜରରେ ରଖି ଏହି ଟର୍ମିନାଲର କ୍ଷମତାକୁ ବୃଦ୍ଧି କରାଯାଉଛି ।

୫ ସେପ୍ଟେମ୍ବରରେ ହେବ ପରିବର୍ତ୍ତନ
ସ୍ପାଇସ୍ ଜେଟ୍ ଓ ଇଣ୍ଡିଗୋ ଜେଟର ଉଡାଣ ସେପ୍ଟେମ୍ବର ୪ରୁ ୫ ମଧ୍ୟରେ ଟର୍ମିନାଲ୍ ୨ ରୁ ୩ ରେ ନିଆଯିବ । ବର୍ତ୍ତମାନ ଟର୍ମିନାଲ୍ ୨ ରୁ ବାର୍ଷିକ ପ୍ରାୟ ୧.୫ କୋଟି ଯାତ୍ରୀ ୟାତ୍ରା କରିପାରିବେ । ଏହି ଟର୍ମିନାଲର କ୍ଷମତାକୁ ବୃଦ୍ଧି କରି ୧.୮ କୋଟି ଯାତ୍ରୀ ପ୍ରତି ବର୍ଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଟର୍ମିନାଲ୍ ୨ର ଏକ୍ସପାନ୍ସନ ସମୟରେ ଏଠାରେ ସିକ୍ୟୋରିଟି ହୋଲ୍ଡ ଏରିଆକୁ ବୃଦ୍ଦି କରାଯିବ । କେବଳ ଗେଟ୍ ହେଲ୍ଡ ଏରିଆକୁ ବଢାଯିବ । ନୂଆ ଆରାଇଭାଲ୍ ଏରିଆ ଓ ବୋଟିଂ ଏରିଆକୁ ନିର୍ମାଣ କରାଯିବ । ଟର୍ମିନାଲର ସିକ୍ୟୋରିଟି ଚେକିଂ ସିଷ୍ଟମକୁ ମଧ୍ୟ ଅତ୍ୟାଧୁନିକ କରାଯିବ ।

ଏହି ଉଡାଣକୁ ସିପ୍ଟ କରାଯିବ
ଇଣ୍ଡିଗୋ ଫ୍ଲାଇଟ୍ – 6E 2000 ରୁ 6E 2999 ଟର୍ମିନାଲ୍ T2 ରୁ ଏବଂ ଫ୍ଲାଇଟ୍ ସଂଖ୍ୟ 6E 5000 ରୁ 6E 5999 ପର୍ଯ୍ୟନ୍ତ ସମସ୍ତ ଫ୍ଲାଇଟ୍ T3 ରୁ ଉଡିବ ।

SpiceJet ର ଫ୍ଲାଇଟ୍ SG 8000 ରୁ SG 8999 ଟର୍ମିନାଲ୍  T3ରୁ  ଓ କମ୍ପାନୀପ ସମସ୍ତ ଡୋମେଷ୍ଟିକ୍ ଫ୍ଲାଇଟ୍ ଟର୍ମିନାଲ୍ T1 ରୁ ଉଡାଣ ଭରିବ ।

   ସମ୍ବନ୍ଧିତ ଖବର


ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍