ପ୍ରମୁଖ ଖବର
  • ପିକଅପ୍ ଭ୍ୟାନ୍ ଧକ୍କାରେ ବୃଦ୍ଧ ମୃତ, ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ମେ'୨୦ ପରେ ସିବିଏସ୍‌ଇ ପରୀକ୍ଷା ଫଳ, ୱେବ୍‌ସାଇଟ୍‌ରେ ସୂଚନା ଦେଲା ବୋର୍ଡ
  • ||
  • ପବିତ୍ର ଅକ୍ଷୟ ତୃତୀୟା: ଆଜିଠୁ ଶ୍ରୀଜିଉଙ୍କ ୪୨ ଦିନିଆ ଚନ୍ଦନ ଯାତ୍ରା, ନରେନ୍ଦ୍ର ଜଳରେ ଜଳକ୍ରୀଡ଼ା କରିବେ ଦଶ ଦିଅଁ
  • ||
  • IPL 2024: ଅହମ୍ମଦାବାଦରେ ଟାଇଟନ୍ସକୁ ଭେଟିବ ସୁପରକିଙ୍ଗ୍‌ସ, ଗୁଜରାଟ ପାଇଁ ଶେଷ ସୁଯୋଗ
  • ||
  • ଶୁକ୍ରବାର ରାଜଧାନୀରେ ମୋଦିଙ୍କ ସୋ’, ସନ୍ଧ୍ୟାରେ ରାମମନ୍ଦିରରୁ ବାଣୀବିହାର ମେଗା ରୋଡ୍‌ ସୋ
  • ||
  • ଗରମ ନୁହେଁ ନରମ ରହିବ ପାଗ: ଖରା କମ୍‌, କାଳବୈଶାଖୀ ଦେବ ଆଶ୍ୱସ୍ତି, ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଇଣ୍ଡିଗୋ ବିମାନର ଲ୍ୟାଣ୍ଡିଂ ଗିୟରରେ ସମସ୍ୟା: ଦିଲ୍ଲୀରେ ଜରୁରୀ ଅବତରଣ, ଥିଲେ ୧୭୦ ଯାତ୍ରୀ

ନୂଆଦିଲ୍ଲୀ,୨୭।୪: ଅହମ୍ମଦାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନର ଲ୍ୟାଣ୍ଡିଂ ଗିଅରରେ ସମସ୍ୟା। ଏହି କାରଣରୁ ବିମାନକୁ ଶନିବାର ମଧ୍ୟାହ୍ନରେ ଦିଲ୍ଲୀ ଏୟାରପୋର୍ଟକୁ ଫେରିବାକୁ ପଡିଛି। ପ୍ରାୟ ୨ଟା ସମୟରେ ବିମାନ ଏୟାରପୋର୍ଟରେ ସଫଳ ଭାବରେ ଲ୍ୟାଣ୍ଡ କରିଛି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିମାନରେ ପ୍ରାୟ ୧୭୦ ଜଣ ଯାତ୍ରୀଥିଲେ। ଲ୍ୟାଣ୍ଡିଂରେ ସମସ୍ୟା ପରେ ବିମାନର ଜରୁରୀକାଳିନ ସ୍ଥିତିରେ ଲ୍ୟାଣ୍ଡ କରାଯାଇଥିଲା।

ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ବିମାନର ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଥିଲା, ଯେଉଁଥିପାଇଁ ଏହି ନିଷ୍ପତ୍ତି ନେବାକୁ ପଡିଲା। ଇଣ୍ଡିଗୋ ବିମାନ 6E 129 ସୁରକ୍ଷିତ ଭାବେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି। ବର୍ତ୍ତମାନ ସୁଦ୍ଧା ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏ ବାବଦରେ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ। ଏପରି ଘଟଣା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସୁରକ୍ଷା କାରଣରୁ ତୁରନ୍ତ ବିମାନର ଜରୁରୀ ଅବତରଣ କରାଯାଇଥାଏ। କାରଣ ଯାତ୍ରୀଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.