ନୂଆଦିଲ୍ଲୀ,୧୦।୮: ଇଣ୍ଡୋନେସିଆରେ ଜ୍ବାଳାମୁଖୀ ବିସ୍ଫୋରଣ। ଏହି କାରଣରୁ ପ୍ରାୟ ୨ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ପାଉଁଶ ଉଠିଯାଇଥିଲା। ଇଣ୍ଡୋନେସିଆ ସରକାର ତୃତୀୟ ସ୍ତରର ଚେତାବନୀ ଜାରି କରିଛନ୍ତି। ବିସ୍ଫୋରଣକୁ ଦେଖି ଯାତ୍ରୀ ବିମାନକୁ ଆର୍ଲଟ କରିଦିଆଯାଇଛି। ଏହି ଜ୍ବାଳାମୁଖୀରୁ ବାହାରିଥିବା ପାଉଁଶ ୩୦ କିଲୋମିଟର ଦୂର ବେରାସ୍ତଗୀ ପହଁଞ୍ଚି ଯାଇଛି।
{"id":151462,"width":895,"height":605,"sizeSlug":"large"}ମିଳିଥିବା ସୂଚନା ଅନୁସାରେ, ଜ୍ବାଳାମୁଖ୍ୟୀ ଶନିବାର ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଥିଲା। ଏହା ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଇଣ୍ଡୋନେସିଆର ଅଧିକାରୀମାନେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଏହି ଜ୍ବାଳାମୁଖୀ ପାହଡରୁ ୩ କିଲୋମିଟର ଦୂରରେ ରହିବାକୁ କହିଛନ୍ତି। ଜ୍ବାଳାମୁଖୀରୁ ବାହାରୁଥିବା ପାଉଁଶ କାରରରୁ ଫସଲ ଖୁବ୍ କ୍ଷତି ହୋଇଛି। ଗାଁ ଲୋକଙ୍କ କହିବା ଅନୁସାରେ, ଜ୍ବାଳାମୁଖୀ ଫାଟିବା ବେଳେ ୫ କିଲୋମିଟର ଦୂରରେ ରହୁଥିବା ଗାଁ ଲୋକ ଏହାର ଶବ୍ଦ ଶୁଣିଛନ୍ତି।
{"id":151463,"width":1002,"height":710,"sizeSlug":"large"}କୁହାଯାଉଛି ଯେ, ଏହି ଜ୍ବାଳାମୁଖୀ ବିସ୍ଫୋରଣ କାରଣରୁ ୪ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ମାସ୍କ ଓ ଉଦ୍ଧାର କରିବାର ଜିନିଷ ଯୋଗାଇ ଦେଇଛି। ବିସ୍ଫୋରଣକୁ ଦେଖି ତୃତୀୟ ସ୍ତରର ଆର୍ଲଟ ଜାରି କରିଦିଆଯାଇଛି। ଅଧିକାରୀମାନେ ଏହାକୁ ନେଇ ସତର୍କତା ଜାରି ରଖିଛନ୍ତି। କୁହାଯାଉଛି ଯେ, ଜ୍ବାଳାମୁଖୀ ଏବେ ପାଉଁଶ ବାହାର କରିପାରେ। ତେବେ ଜ୍ବାଳାମୁଖୀ ବିସ୍ଫୋରଣ କାରଣରୁ କେହି ମୃତାହତ ହୋଇନାହାନ୍ତି।