ସ୍ବଚ୍ଛତା ସିଟି ସର୍ଭେ: ଲଗାତାର ୪ର୍ଥ ବର୍ଷ ଦେଶର ଏହି ସହର ହେଲା ନମ୍ବର ଓ୍ବାନ

ନୂଆଦିଲ୍ଲୀ,୨୦।୮: କେନ୍ଦ୍ର ସହର ବିକାଶ ମନ୍ତ୍ରଣାଳୟ ସ୍ବଚ୍ଛତା ସହର ସର୍ଭେ ରିପୋର୍ଟ ଜାରି କରିଦେଇଛନ୍ତି। ଲଗାତାର ୪ର୍ଥ ବର୍ଷ ଇନ୍ଦୋର, ଦେଶର ସବୁଠାରୁ ସ୍ବଚ୍ଛ ସହର ହୋଇଛି। ଦ୍ବିତୀୟ ସ୍ଥାନରେ ଗୁଜରାଟର ସୁରଟ ଓ ତୃତୀୟ ସ୍ଥାନରେ ନଭି ମୁମ୍ବାଇ ରହିଛି। କେନ୍ଦ୍ର ସହର ବିକାଶ ମନ୍ତ୍ରୀ ହରଦ୍ବୀପ ସିଂ ପୁରୀ ଇନ୍ଦୋରର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ର ସହର ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରି କହିଛନ୍ତି, ଇନ୍ଦୋର ଲଗାତାର ୪ର୍ଥ ବର୍ଷ ଭାରତର ସବୁଠାରୁ ସ୍ବଚ୍ଛ ସହର। ଇନ୍ଦୋର ଓ ଏହାର ଳୋକ ସ୍ବଚ୍ଛତା ପ୍ରତି ବେଶ୍ ଧ୍ୟାନ ଦିଅନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସହରର ଳୋକ, ରାଜନୈତିକ ନେତୃତ୍ବ ଓ ନଗର ନିମଗକୁ ଅଭିନନ୍ଦନ ଜଣାଇଛନ୍ତି। ସେଭଳି  ଗୁଜରାଟର ଔଦଗିକ ସହର ସୁରାଟ  ଭାରତର ଦ୍ବିତୀୟ ସବୁଠାରୁ ସ୍ବଚ୍ଛ ସହର ପାଲଟିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଧନ୍ୟବାଦ ଜଣାଇଛନ୍ତି। ତୃତୀୟ ସ୍ଥାନରେ ରହିଛି ନଭି ମୁମ୍ବାଇ, କିନ୍ତୁ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

କେନ୍ଦ୍ର ସହର ବିକାଶ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଇନ୍ଦୋର ଲଗାତାର ୪ର୍ଥ ବର୍ଷ ଭାରତର ସବୁଠାରୁ ସ୍ବଚ୍ଛ ସହରରେ ସ୍ଥାନ ପାଇଛି। ପ୍ରାଚୀନ ଓ ପବିତ୍ର ସହର ବାରାଣାସୀ ଗଙ୍ଗା ନଦୀର କୂଳରେ ଥିବା ସବୁଠାରୁ ସ୍ବଚ୍ଚ ସହର। କେନ୍ଦ୍ରମନ୍ତ୍ରୀ ହରଦ୍ବୀପ ପୁରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଏହି ସହରରୁ ପ୍ରତିନିଧିତ୍ବ କରୁଛନ୍ତି। ତାଙ୍କର ଦୂରଦର୍ଶୀ ନେତୃତ୍ବ କାରଣରୁ ଏହି ଉପଲବ୍ଧି ପାଇ ପାରିଛି ବାରଣାସୀ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌