PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଏହି କାରଣରୁ କୋହଲିଙ୍କୁ ଖାତିର କଲେନି ପୋଲାର୍ଡ୍, କହିଲେ- ‘ଯାହା ହେଲା ଭଲ ହେଲା’

ଚେନ୍ନାଇ,୧୬।୧୨:ଚେନ୍ନାଇରେ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ପରାସ୍ତ ହୋଇଛି। ତେବେ ଏହି ମ୍ୟାଚରେ ଭାରତୀୟ ଅଲରାଉଣ୍ଡର ଜାଡେଜାଙ୍କ ରନ୍ ଆଉଟକୁ ନେଇ ବିବାଦ ଘନେଇଥିଲା। ଜାଡେଜାଙ୍କୁ ପ୍ରଥମେ ରନ୍ ଆଉଟ୍ ଦେଇ ନଥିବା ଅମ୍ପାୟାର ପରେ ତୃତୀୟ ଅମ୍ପାୟାରଙ୍କୁ ନିଷ୍ପତ୍ତି ନେବାକୁ କହିଥିଲେ। ଯାହାକୁ ଅଧିନାୟକ ବିରାଟ କୋହଲି ବିରୋଧ କରିଥିଲେ।

ଭାରତୀୟ ପାଳିର ୪୮ ତମ ଓଭରରେ ଜାଡେଜା ପ୍ରଥମେ ଏକ ସିଙ୍ଗଲ୍ ରନ୍ ନେବାକୁ ଚାହିଁଥିଲେ। କିନ୍ତୁ ଫିଲଡର୍ ବଲକୁ ନନ୍ ଷ୍ଟାଇକର୍ ଜୋନକୁ ଥ୍ରୋ କରିଥିଲେ। ଫଲରେ ବଲ୍ ସିଧା ଓ୍ୱିକେଟରେ ବାଜିଥିଲା। ଫିଲ୍ଡ୍ ଅମ୍ପାୟାର ସନ୍ ଜର୍ଜ୍ ପ୍ରଥମେ ଜାଡେଜାଙ୍କୁ ଆଉଟ ଦେଇନଥିଲେ। ପରେ ରିଭ୍ୟୁରେ ଜାଡେଜା ନିଜ କ୍ରିଜରେ ପହଁଚି ପାରିନଥିବା ଦେଖିବାକୁ ମିଳିଥିଲା। ଇଣ୍ଡିଜ୍ ପ୍ଲେୟାର ମଧ୍ୟ ଏହାକୁ ନେଇ ଜୋରଦାର ଅପିଲ କରି ନଥିଲେ।

ତେବେ ଫିଲ୍ଡ ଅମ୍ପାୟାର ବହୁ ବିଳମ୍ବରେ ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତି ପଟାରିଥିଲେ। ସେତେବେଳେ ସ୍କ୍ରିନରେ ସମ୍ପୂର୍ଣ୍ଣ ଘଟଣାକ୍ରମ ଦେଖାଇ ସାରିଥିଲା। ଏହାପରେ ଇଣ୍ଡିଜ ଅଧିନାୟକ କିରନ ପୋଲାର୍ଡ ଅମ୍ପାୟାରଙ୍କ ସହ ଆଲୋଚନା କରିବା ପରେ ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା। କିନ୍ତୁ ତୃତୀୟ ଅମ୍ପାୟାର ଜାଡେଜାଙ୍କୁ ଆଉଟ ଦେଇଥିଲେ। ଯାହାକୁ କୋହଲି ନିନ୍ଦା କରିଥିଲେ। ସେ ଡ୍ରେସିଂ ରୁମରେ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ ଚତୁର୍ଥ ଅମ୍ପାୟାର ଅନୀଲ ଚୌଧରୀଙ୍କ ସହ ଏବାବଦରେ କଥା ହୋଇଥିଲେ। କିନ୍ତୁ ସେ ଫିଲ୍ଡକୁ ଆସି ନଥିଲେ।

ତେବେ ଏହାକୁ ନେଇ କୋହଲି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି ଘଟଣା ଆଗରୁ କେବେ ସେ ଦେଖି ନଥିବା କହିଛନ୍ତି। ତେବେ କିରଣ ପୋଲାର୍ଡ ଏହି ଘଟଣା ଯାହା ହେଲୋ ଠିକ୍ ହେଲା ବୋଲି କହିଥିଲେ।