ଆଖି ବିନ୍ଧା ହେବାରୁ ହସ୍ପିଟାଲ ପହଁଞ୍ଚିଲେ ମହିଳା, ଡାକ୍ତର ବାହାର କଲେ ୨୦ଟି ଜୀଅନ୍ତା ପୋକ

ବେଜିଂ,୨୯।୧୦: ଚୀନରୁ ଆସିଛି ଏକ ଆଶ୍ଚର୍ଯ୍ୟକର ମାମଲା। ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କ ଆଖିରୁ ୨୦ଟି ଜୀଅନ୍ତା ପୋକ ବାହାର କରିଛନ୍ତି। ଡେଲି ଷ୍ଟାର ରିପୋର୍ଟ ଅନଚୁସାରେ ଚୀନର ଓ୍ବାନ ନାମକ ୬୦ ବର୍ଷର ଜଣେ ମହିଳାଙ୍କ ଆଖିରେ ପ୍ରବଳ ବିନ୍ଧା ହୋଇଥିଲା। ତାଙ୍କୁ ଲାଗିଥିଲା ଥକାପଣ ପାଇଁ ଏଭଳି ହୋଇଥାଇ ପାରେ। ଏହାପରେ ଦିନକୁ ଦିନ ତାଙ୍କ ଆଖିରେ ଯନ୍ତ୍ରଣା ଆହୁରି ବଢିବାରେ ଲାଗିଥିଲା। ଏହାପରେ ମହିଳା ଜଣକ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ଯେତେବେଳେ ତାଙ୍କ ଆଖି ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଖଲିଜ୍ ଟାଇମ୍ସ ସୂଚନା ଅନୁସାରେ, ସୁଜୋ ହସ୍ପିଟାଲର ଡାକ୍ତର ଏକ ସମ୍ପୂର୍ଣ୍ଣ   ପରୀକ୍ଷଣ କରିଥିଲେ। ତାଙ୍କର ଆଖି ପତାତଳେ ୨୦ରୁ ଅଧିକ ଜୀବିତ ପୋକ ରହିଥିଲେ। ଡାକ୍ତର ଶି ଟିଙ୍ଗ ପୋକକୁ ହଟାଇବା ପାଇଁ ଓ୍ବାନଙ୍କ ଆଖିର ସର୍ଜରୀ କରିଥିଲେ। ସେ କହିଥିଲେ, ଓ୍ବାନଙ୍କ ଆଖିରେ ନେମାଟୋଡ ନାମକ ପୋକ ରହିଥିଲା। ଡାକ୍ତର ଶି ଟିଙ୍ଗଙ୍କ କହିବା ଅନୁସାରେ, ନେମାଟୋଡ୍ ନାମକ ଏହି ପୋକ ଅସୁସ୍ଥ କୁକୁର କିମ୍ବା ବିଲେଇ ଦେହରେ ମିଳିଥାଏ।

ଡାକ୍ତରଙ୍କ କହିବା ଅନୁସାରେ, କୁକୁରର ଲାର୍ଭାରୁ ପୋକରେ ବିକଶିତ ହେବାରେ ୧୫-୨୦ ଦିନ ସମୟ ଲାଗିଥାଏ। ଡାକ୍ତର ଏପର୍ଯ୍ୟନ୍ତ ଜାଣିପାରି ନାହାନ୍ତି ଯେ, ଓ୍ବାନଙ୍କ ଆଖି ପତାକୁ କିଭଳି ପୋକ ଆସିଲେ। ତାଙ୍କ ଘରେ କୁକୁର କିମ୍ବା ବିଲେଇ କେହି ନାହାନ୍ତି। ଡାକ୍ତରଙ୍କ ମତରେ ଓ୍ବାନ କୌଣସି କାମରେ ଘରୁ ବାହାରକୁ ଯାଇଥିବା ବେଳେ ତାଙ୍କ ଆଖିକୁ ପୋକମାନେ ଆସିଥାଇ ପାରନ୍ତି।

   ସମ୍ବନ୍ଧିତ ଖବର


ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…