ଗାଈଙ୍କୁ ବ୍ୟାପୁଛି ଅଜଣା ରୋଗ, ଖାଇବା ପିଇବା ବନ୍ଦ କରିବା ସହ ଦେଖିବାକୁ ମିଳୁଛି ଏହି ସବୁ ଲକ୍ଷଣ

ଅମରାବତୀ,୧୪।୮: ଗାଈଙ୍କୁ ବ୍ୟାପିଛି ଅଜଣା ସଂକ୍ରାମକ ରୋଗ। ଏହି ରୋଗରେ ଆକ୍ରାନ୍ତ ହେଉଥିବା  ପଶୁଙ୍କ ପିଠିରେ ଦେଖିବାକୁ ମିଳିଛି ବଡ ବଡ ଗୋଟାଳି। ଜ୍ବର ଓ ଝାଡା ମଧ୍ୟ ହେଉଛି। ଏହାପରେ ଗାଈମାନେ ଖାଦ୍ୟ ଖାଇବା ବନ୍ଦ କରିଦେଉଛନ୍ତି। ମହାରାଷ୍ଟ୍ରର ହିଙ୍ଗୋଲି ଓ ଅମରାବତୀ ଜିଲ୍ଲାରେ ଗାଈଙ୍କୁ ‘ଲମ୍ପି’ ନାମକ ଏକ ରୋଗର ସଂକ୍ରମଣ ଦେଖିବାକୁ ମିଳିଛି। ଏହା ଏକ ସଂକ୍ରମକ ଓ ଚର୍ମ ଜନିତ ରୋଗ, ଯେଉଁଥିପାଇଁ ପଶୁମାନେ ଖାଦ୍ୟ ଖାଇବା ବନ୍ଦ କରିଦେଇଥାନ୍ତି। ସଂକ୍ରାମକ ରୋଗ ହୋଇଥିବା କାରଣରୁ ଲୋକଙ୍କ ଭିତରେ ଭୟର ପରିବେଶ ଦେଖିବାକୁ ମିଳିଛି।

ଏହି ରୋଗ ଅଧିକ ଭାବରେ ପାଟିରେ ହୋଇଥାଏ। ଏହି ରୋଗର ଲକ୍ଷଣ ଦେଖିବା ପରେ ଯଦି ତୁରନ୍ତ ଚିକିତ୍ସା କରାନଯାଏ ତେବେ ବଢିବାରେ ଲାଗିଥାଏ। ରୋଗ ବଢିବା ପରେ ଏହାର ଚିକିତ୍ସା ହେବା ଖୁବ୍ କଷ୍ଟକର ଓ ଏଥିରେ ପଶୁଙ୍କର ଜୀବନ ଯାଇପାରେ, ଯାହାଫଳରେ କୃଷକଙ୍କର ମଧ୍ୟ ପ୍ରବଳ କ୍ଷତି ହୋଇପାରେ।

କେବଳ ଗାଈ ନୁହେଁ ମଇଁଷିଙ୍କୁ ମଧ୍ୟ ଏହି ନୂଆ ଭାଇରସ୍ ଆକ୍ରାନ୍ତ କରିଛି। ଯାହାଦ୍ବାରା ଶରୀରରେ ଗୋଟାଳି ଭଳି ହୋଇଯାଉଛି। ସେମାନଙ୍କୁ ଜ୍ବର ମଧ୍ୟ ଆସିଥାଏ।  ପଶୁଙ୍କୁ କାମ କରିବାକୁ କିମ୍ବା ଖାଇବାକୁ ଇଚ୍ଛା ହୋଇନଥାଏ। କେବଳ ଚୁପ୍ କରି ବସି ରହିଥାନ୍ତି। ଡାକ୍ତରଙ୍କ ପାଖକୁ ନେଲେ ସେମାନେ ବି କହୁଛନ୍ତ ଏହାର କିଛି ଔଷଧ ନାହିଁ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ