PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ସରକାରୀ ଜାଗା ମାଡି ବସିଛନ୍ତି ପ୍ରଭାବଶାଳୀ ବ୍ୟକ୍ତି ଓ ବ୍ୟବସାୟୀ, ଉଚ୍ଛେଦ ପାଇଁ ସାଧାରଣରେ ଦାବି…

କେସିଙ୍ଗା,୨୩/୭(ଆପ୍ର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍.ଏ.ସି ଅନ୍ତର୍ଗତ  ୱାର୍ଡ.ନଂ.୧୧ ଲେବର କଲୋନୀ ରେ ଥିବା ଏକ ସରକାରୀ ଜାଗାକୁ ସହରର ଜଣେ ପ୍ରଭାବଶାଳୀ ବ୍ୟକ୍ତି ତଥା ବ୍ୟବସାୟୀ ନିଜ କବଜାରେ ରଖିଥିବା ନେଇ ଅଭିଯୋଗ ହୋଇଛି । ଖାତା ନଂ.୧୩୩ ପ୍ଲଟ ନଂ.୨୮୬ କିସମ ଘାସ ପଡ଼ିଆ ଏ. ୦.୦୫.ପରିମିତ ଉପରୋକ୍ତ ଜାଗାକୁ କେସିଙ୍ଗା ନିବାସୀ ୱାର୍ଡ.ନଂ.୦୪ ରେ ରହୁଥିବା ଜନୈକ ବ୍ୟକ୍ତି ଜୋର  ଜବରଦସ୍ତ ଦଖଲ କରି ନିଜ ନାମରେ କରେଇ ନେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ୨୦୦୮ ମସିହାରେ ତତ୍କାଳୀନ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ କେସିଙ୍ଗାଙ୍କୁ ଆସି ଉକ୍ତ ଜାଗାକୁ ଲାଲ ଚିହ୍ନରେ ଚିହ୍ନିତ କରି ଏହି ଜାଗା ସରକାରଙ୍କ ଜାଗା ଓ ଏହା କେସିଙ୍ଗା ଏନ୍.ଏ. ସି.ଅଧିନରେ ଅଛି ବୋଲି କହିଯାଇଥିଲେ । କିନ୍ତୁ ଦୁଃଖର ବିଷୟ ଏହି ସରକାରୀ ଜାଗାକୁ କିଛିଦିନ ତଳେ ଏଠାରେ ଥିବା ପୁରାତନ ନିମ୍ବଗଛ, ଆମ୍ବଗଛ ଓ ଅନ୍ୟାନ୍ୟ ଗଛକୁ କାଟି ଜନୈକ ବ୍ୟକ୍ତି ବେନିୟମ ଭାବରେ ନିଜ ଅଧିନକୁ ନେବାପାଇଁ  ଚେଷ୍ଟା କରୁଥିବା ନେଇ ଅଭିଯୋଗ ହେଉଛି । କେସିଙ୍ଗା ସହରରେ ସରକାରୀ ଜାଗାର ଅଭାବ ଯୋଗୁଁ ସରକାରୀ ଅନୁଦାନ ଖର୍ଚ୍ଚ ନହୋଇ ପଡ଼ି ରହୁଥିବା ବେଳେ ବେନିୟମ ଭାବେ ସରକାରୀ ଜାଗାକୁ ଜବର ଦଖଲ କରିଥିବା ବ୍ୟକ୍ତିଙ୍କ ଉପରେ ପଦକ୍ଷେପ ଗ୍ରହଣ କରାଯାଇ ଉଚ୍ଛେଦ କରିବା ପାଇଁ ଦାବି ହେଉଛି । ଯାହାକି  ଓ୍ବର୍ଡ ନମ୍ବର ୧୧ ର ଲେବର କଲୋନୀ ରେ ଥିବା ସରକାରୀ ଜାଗା କୁ ଜବରଦଖଲରୁ ମୁକ୍ତ କରି ସେହି ସ୍ଥାନରେ ସରକାରୀ ଅନୁଦାନ ଖର୍ଚ୍ଚ କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

କେସିଙ୍ଗା ୱାର୍ଡ.ନଂ୧୧ ଦେବୀ ପ୍ରସାଦ ମିଶ୍ର, ଆମୋଦ ବଗର୍ତ୍ତୀ, ଆଦିତ୍ୟ ପ୍ରଧାନ ଏବଂ ପୂର୍ବତନ ନଗରପାଳ ରମାକାନ୍ତ  ଗଉଡ ପ୍ରମୁଖ ବ୍ୟକ୍ତି ବିଶେଷ ଲିଖିତ ଭାବରେ କେସିଙ୍ଗା  ଏନ୍.ଏ.ସି. ନିର୍ବାହୀ ଅଧିକାରୀଙ୍କୁ ଏନେଇ ଜଣାଇଛନ୍ତି । ଲିଖିତ ଅଭିଯୋଗକୁ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇଥିବା ନେଇ ପ୍ରକାଶ କରିଛନ୍ତି ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ।  ଏଥିପ୍ରତି ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ସହ ଲେବର କଲୋନୀରେ ଥିବା ସରକାରୀ ଜାଗାକୁ ଅକ୍ତିଆର କରିଥିବା ବ୍ୟବସାୟୀ ଠାରୁ ଉଚ୍ଛେଦ କରିବା ପାଇଁ ସାଧାରଣରେ ଦାବି ହେଉଛି ।