ଆଇପିଏଲ୍ରୁ ଓହରିଲେ ଜୋଶେଫ

ମୁମ୍ବାଇ, ୧୫ା୪ (ଏଜେନ୍ସି): ଚଳିତ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକ୍କା ଲାଗିଛି । ଦଳର ତାରକା ପେସ୍ ବୋଲର ଆଲଜାରି ଜୋଶେଫ୍ କାନ୍ଧରେ ଆଘାତ ଲାଗିବା ଯୋଗୁ ଆଇପିଏଲ୍ରୁ ଓହରି ଯାଇଛନ୍ତି । ଗତ ଏପ୍ରିଲ ୧୩ ତାରିଖରେ ଅନୁଷ୍ଠିତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ସେ ଫିଲ୍ଡିଂ କରୁଥିବାବେଳେ ତାଙ୍କ କାନ୍ଧରେ ଆଘାତ ପାଇଥିଲେ । ତାଙ୍କ କାନ୍ଧ ହାଡ଼ ଖସି ଯାଇଥିଲା । ଫଳରେ ସେ ଟୁର୍ଣ୍ଣାମେଣ୍ଟରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ । ୱେଷ୍ଟ ଇଣ୍ଡିଜ୍ର ଏହି ତାରକା ପେସ୍ ବୋଲର ଗତ ଏପ୍ରିଲ ୬ ତାରିଖରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ୍ ପଦାର୍ପଣ କରିଥିଲେ । ଏହି ମ୍ୟାଚ୍ରେ ସେ ୧୨ ରନ୍ ଦେଇ ୬ଟି ୱିକେଟ୍ ନେବା ସହ ରେକର୍ଡ଼ ସ୍ଥାପନ କରିଥିଲେ । ସୂଚନାଯୋଗ୍ୟ, ଜୋଶେଫ ନ୍ୟୁଜିଲାଣ୍ଡ ପେସ୍ ବୋଲର ଆଦାମ ମିଲ୍ନେଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ ।