ସାମ୍ଭବ୍ୟ କରୋନା ଟୀକା ‘INO-4800’ DNA vaccineର ମାନବୀୟ ପରୀକ୍ଷଣ ଆରମ୍ଭ

ଓ୍ୱାଶିଂଟନ- ଆମେରିକାରେ ଫୁଡ୍‌  ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟ୍ରେସନ୍‌ଙ୍କର ସହମତି ପାଇବାପରେ ବିଲ୍‌ ଆଣ୍ଡ ଲିଣ୍ଡସା ଫାଉଣ୍‍ଡେସନ୍  ଦ୍ୱାରା ପରିଚାଳିତ ଇନୋଭିଓ ସଂସ୍ଥା କୋଭିଡ୍‌-୧୯ ବା କରୋନାର ସାମ୍ଭବ୍ୟ ଟୀକାର ମାନବୀୟ ପରୀକ୍ଷଣ ଆରମ୍ଭ କରିଛି।  ଏହାର ମାନବୀୟ ପରୀକ୍ଷଣ ପ୍ରଥମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଟୀକାର ନାମ ‘INO-4800’ DNA vaccine ରଖାଯାଇଛି ।  ୪୦ ଜଣ ବ୍ୟକ୍ତିଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକା ଦିଆଯାଇଛି ।  ଇନୋଭିଓ  ସଂସ୍ଥା ଆମେରାକିର ଫୁଡ୍‌ ଆଣ୍ଡ ଡ୍ରଗ୍ସ ଆଡ୍‌ମିନଷ୍ଟ୍ରେସନ୍‌କୁ ଏହି ଟୀକାର ମାନବୀୟ ପରୀକ୍ଷଣ ପାଇଁ ଆବେଦନ କରିଥିଲେ ।  ସେ ଏହାର ପରୀକ୍ଷଣ ପାଇଁ ସମ୍ମତି ଦେବା

ସ୍ୱେଚ୍ଛାସେବୀମାନଙ୍କୁ ଦିଆଯିବ ପୂର୍ବରୁ ଏହାର ପ୍ରି କ୍ଲିନିକାଲ୍‌ ଟେଷ୍ଟ  କରାଯାଇଥିଲା । ବିଭିନ୍ନ ପ୍ରାଣୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିଲା । ଏହାର ପରୀକ୍ଷଣ ସଫଳ ହୋଇଛି । ଏହା ଜୀବମାନଙ୍କ ଶରୀରରେ କରୋନା ଭାଇରସ୍ ବିରୋଧରେ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବିକାଶ କରିଥାଏ ।

ପଢନ୍ତୁ- କରୋନା ସଙ୍କଟ ମଧ୍ୟରେ ଆଉ ଏକ ବଡ ସମସ୍ୟାରେ ପଡିଲା ପାକିସ୍ତାନ

‘INO-4800’ DNA vaccineରେ ସ୍ୱତନ୍ତ୍ର ଭାବେ ବିକାଶ କରାଯାଇଥିବା ଇଜିଂନିୟରଡ୍‌ ପ୍ଲାସମିଡ୍‌କୁ  ରୋଗୀ କିମ୍ବା ଟୀକା ନେଉଥିବା ବ୍ୟକ୍ତିଙ୍କୁ ଦିଆଯାଇଥାଏ । ଏଥିରେ ଥିବା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବା ଆଣ୍ଟି ବଡି ଏହି ସଂକ୍ରମଣକୁ ପ୍ରତିହତ କରିବା ବା  ଲଢେଇ କରିବାର ଶକ୍ତି ବୃଦ୍ଧି ପାଇଥାଏ ।  ଏ ପର୍ଯ୍ୟନ୍ତ ଡିଏନ୍‌ଏ ଭ୍ୟାକସିନ୍‌କୁ ମଣିଷଙ୍କୁ ଦିଆଯାଇ ନାହିଁ । କେତକ ଜୀବଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ଡିଏନ୍‌ଏ ଟୀକା ଦିଆଯାଇଛି ।

ବିଲ୍‌ ଲିଣ୍ଡସା ଫାଉଣ୍ଡେସନ୍‌ ଦ୍ୱରା ଆର୍ଥିକ ସହାୟତା ପାଉଥିବା ଇନୋଭିଓ କମ୍ପାନୀ  ପୂର୍ବରୁ ଗଲ୍ଫ   ବା ଆରବ ଦେଶମାନଙ୍କରେ ମର୍ସ  ବା ସାର୍ସ ପରି  ଟୀକା ଉପରେ ଡିଏନଏ ଇଂଜିନିୟରିଂ ଟୀକା  ପ୍ରସ୍ତୁତ କରିବାରେ ସଫଳତା ପାଇଛି ।

ପଢନ୍ତୁ –ଘରକୁ ଆସୁଥିବା ଖବରକାଗଜ ଓ ଅନ୍ୟ ପ୍ୟାକେଟକୁ ବିନା ସଂକ୍ରମଣ ଭୟରେ ଛୁଇଁ ପାରିବେ କି? ଜାଣନ୍ତୁ ବିଜ୍ଞାନ କ’ଣ କହୁଛି

ଅଳ୍ପ ସପ୍ତାହ ଭିତରେ ଏହା ପ୍ରଥମ  ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିବା ସହ ‘INO-4800’ DNA vaccine ହଜାର ହଜାର ଟୀକା ପ୍ରସ୍ତୁତ କରିବ ଯାହା ଅନ୍ୟ ପର୍ଯ୍ୟାୟର ପରୀକ୍ଷଣ କରିପାରିବ । ଏହା ସମ୍ପୂର୍ଣ୍ଣ ଭାବେ ସଫଳ ହେଲେ ଏହି ବର୍ଷ ଶେଷ ସୁଦ୍ଧା ୧୦ ଲକ୍ଷ ଟୀକା ପ୍ରସ୍ତୁତ କରିପାରିବେ ।  ବିଲ୍‌ ଲିଣ୍ଡସା ଅର୍ଗାନାଇଜେସନ୍‌ ସହ ଅନ୍ୟ କେତକ  ସ୍ୱେଚ୍ଛାସେବୀ ସଂସ୍ଥା ଇନୋଭିଓର ଗବେଷଣାରେ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଛନ୍ତି ।

ବର୍ଷେ ମଧ୍ୟରେ କରୋନା ପାଇଁ  ବିଶ୍ୱରେ ଟୀକା  ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୋଇ ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


୨-୩ ମାସରେ ତିଆରି ହୋଇଯିବ କରୋନା ଔଷଧ : ଏମ୍ସ୍ ଅଧ୍ୟୟନ

BOEING 777 : ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ବିଳାସପୂର୍ଣ୍ଣ ବିମାନର ଫଟୋ

WHOର ଚେତାବନୀ ! ଭାରତରେ ଫାଟିବ କରୋନା ବୋମା

କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ସାଙ୍ଗ ମାନଙ୍କ ସହ ନିଜ ସ୍ତ୍ରୀଙ୍କର ଗଣଦୁଷ୍କର୍ମ କଲା ସ୍ୱାମୀ ! କାନ୍ଦୁଥିଲା ୫ ବର୍ଷିୟ ଶିଶୁ ପୁତ୍ର

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ