Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ନୂଆଦିଲ୍ଲୀ ୨୯/୧୦: କରୋନା ସଙ୍କଟ ଯୋଗୁଁ ୭ ମାସ ଧରି ବନ୍ଦ ଥିବା ସିନେମାହଲ୍ ଏବେ ଧିରେ ଧିରେ ଖୋଲିବାରେ ଲାଗିଛି । ଅନେକ ନିୟମ କଟକଣା ମଧ୍ଯରେ ସିନେମାହଲରେ ଫିଲ୍ମ ଦେଖିବାର ଉପାୟ ମଧ୍ୟ ବଦଳିସାରିଛି । ହଲ୍ ଭିତରେ ସାନିଟାଇଜେସନ, ସଫାସଫି ଓ ସୋସିଆଲ ଡିଷ୍ଟାନ୍ସିଂ ଭଳି ନିୟମକୁ କଡାକଡି ଭାବେ ପାଳନ କରିବାକୁ ହେବ । ଦର୍ଶକ ମଧ୍ୟ ସିନେମା ହଲରେ ଏବେ ଦୂରତା ଅବଲମ୍ବନ କରିବେ । ଅନ୍ୟପଟେ ସିନେମାହଲ୍ ମାଲିକମାନେ ମଧ୍ୟ ଦର୍ଶକଙ୍କୁ ଥିଏଟର ପର୍ଯ୍ୟନ୍ତ ଆଣିବା ପାଇଁ ଅନେକ ଅଫର୍ସ ଆଣୁଛନ୍ତି । Inox ମୁଭିଜ୍ ମଧ୍ୟ ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଦମଦାର୍ ଅଫର୍ ବାହାର କରିଛି ।

କଣ ଅଫର୍ ରଖିଛି Inox ?
Inox ମୁଭିଜ୍ ନିଜ ପ୍ରାଇଭେଟ୍ ସ୍କ୍ରିନିଂ ଆରମ୍ଭ କରିଛି । କମ୍ପାନୀ ତରଫରୁ ଅଫର୍ ଦିଆଯାଇଛି । ଅଫର୍ ଅନୁସାରେ ଏବେ ଆପଣ ନିଜ ପ୍ରାଇଭେଟ୍ ଥିଏଟର ବୁକ୍ କରିପାରିବେ । ମାତ୍ର ୨୯୯୯ ଟଙ୍କାରେ ଆପଣ ପୂରା ଥିଏଟର ବୁକ୍ କରି ନିଜ ବନ୍ଧୁ, ପରିବାର ସହିତ ଫିଲ୍ମର ମଜା ନେଇପାରିବେ । ଏହି ଅଫରରେ ଅତିକମରେ ୨ ଜଣ ଦର୍ଶକ ରହିବା ଜରୁରୀ, ତେବେ ସର୍ବାଧିକ କ୍ଷମତା ଥିଏଟରର ପୂରା କ୍ଷମତାର ୫୦ ପ୍ରତିଶତ ଅର୍ଥାତ୍ ଅଧା ପର୍ଯ୍ୟନ୍ତ ହୋଇପାରିବ ।

image courtesy:https://zeenews.india.com/

ନିଜ ମନ ମୁତାବକ କରିପାରିବେ ବୁକିଂ
ଏହି ଅଫର୍ ଅନୁସାରେ ଦର୍ଶକ ନିଜ ଟାଇମ୍ ଓ ଦିନ ହିସାବରେ ଏହି ବୁକିଂ କରିପାରିବେ । ଏହା ସହିତ କୌଣସି ନୂଆ ଫିଲ୍ମ କିମ୍ବା ପୂରୁଣା ଫିଲ୍ମ ଦେଖିବେ ସେନେଇ ନିଜେ ଦର୍ଶକ ଚୟନ କରିପାରିବେ । Inoxର ଟ୍ୱିଟ୍ ଅନୁସାରେ ପ୍ରାଇଭେଟ୍ ସ୍କ୍ରିନିଂ ବୁକ୍ କରି ଆପଣ ନିଜ ଖାସ୍ ମୂହୁର୍ତ୍ତକୁ ସେଲିବ୍ରେଟ୍ କରିପାରିବେ । ହଲ୍ ଭିତରେ ସବୁ କିଛି ସୁରକ୍ଷିତ ଓ ଏବଂ ସାନିଟାଇଜ୍ଡ ରହିବ ବୋଲି ଆଇନକ୍ସ ଗ୍ୟାରେଣ୍ଟି ଦେଇଛି ।

ଆଇନକ୍ସର ଡାଇରେକ୍ଟର ସିର୍ଦ୍ଧାର୍ଥ ଜୈନଙ୍କ ଅନୁସାରେ ଏହି ଅଫରର ଫାଇଦା ଉଠାଇ କେହି ବି ନିଜ ଫ୍ୟାମିଲି କିମ୍ବା ସାଙ୍ଗମାନଙ୍କ ସହିତ ବିନା ଚିନ୍ତାରେ ସୁରକ୍ଷିତ ଭାବେ ଫିଲ୍ମର ମଜାନେଇପାରିବ । ଥିଏଟରରେ କେବଳ ନିଜ ଲୋକ ଥିବା ଯୋଗୁଁ ସାମାଜିକ ଦୂରତା ପାଇଁ ଅଧିକ ଚିନ୍ତା ରହିବନି ।

image courtesy:https://zeenews.india.com/

କେମିତି ହେବ ବୁକିଂ ?
କମ୍ପାନୀ ଅନୁସାରେ ପ୍ରାଇଭେଟ୍ ସ୍କ୍ରିନିଂର ସୁବିଧା ସାରା ଦେଶରେ ଥିବା ଆଇନକ୍ସର ପ୍ରତି ଥିଏଟରରେ ହେବ । ବୁକିଂ ପାଇଁ କମ୍ପାନୀକୁ  tickets@inoxmovies.com ରେ ମେଲ୍ ପଠାଇବାକୁ ପଡିବ । ଏହି ମେଲରେ ପ୍ରାଇଭେଟ୍ ସ୍କ୍ରିନିଂକୁ ନେଇ ସବୁ ସୂଚନା ଦେବାକୁ ପଡିବ । ଯଥା କେବେ ମୁଭି ଦେଖିବେ, କେଉଁ ମୁଭି ଏବଂ କେତେ ଲୋକ ଦେଖିବେ ଇତ୍ୟାଦି ଇତ୍ୟାଦି । କମ୍ପାନୀ ସେହି ସୂଚନା ଅନୁସାରେ ସବୁ ବ୍ୟବସ୍ଥା କରିଦେବ । କରୋନା ଭାଇରସ ଯୋଗୁଁ ଏବେ ଥିଏଟରକୁ ଲୋକ ଆସୁନାହାଁନ୍ତି । ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ଏହି ଅଫର୍ ବାହାର କରିଛି । ଏଥିରେ କମ୍ପାନୀକୁ ଫାଇଦା ହେବ ଏବଂ ଗ୍ରାହକ ମଧ୍ୟ ସୁରକ୍ଷିତ ଭାବେ ଫିଲ୍ମର ମଜା ନେଇପାରିବେ ।

   ସମ୍ବନ୍ଧିତ ଖବର


ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…