ସାବଧାନ! ନିଦ୍ରାହୀନତା ହେବା ହୃତ୍‌ପିଣ୍ଡ ଅଚଳ, ଷ୍ଟ୍ରୋକ୍ ମୁଖ୍ୟ କାରଣ; ଏମିତି କରନ୍ତୁ ଉପଚାର…

ନୂଆଦିଲ୍ଲୀ ୨୧/୮: ନିଦ୍ରାହୀନତାର ଶିକାର ବ୍ୟକ୍ତିଙ୍କୁ ଧମନୀ ସମ୍ବନ୍ଧୀୟ ରୋଗ, ହୃତ୍‌ପିଣ୍ଡ ଅଚଳ ଓ ଷ୍ଟ୍ରୋକ୍‌ ଆଶଙ୍କା ବେଶି । ସର୍କୁଲେସନ୍‌ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଏହି ପ୍ରସ୍ତାବ ଦେଇଛି । ବର୍ତ୍ତମାନ ବିଶ୍ୱର ପ୍ରାୟ ୩୦ ପ୍ରତିଶତ ଲୋକ ନିଦ୍ରାହୀନତାରେ ପୀଡ଼ିତ । ନିଦ୍ରାହୀନତା ଏବଂ ହୃଦ୍‌ରୋଗ ଓ ଷ୍ଟ୍ରୋକ୍‌ ଆଶଙ୍କା ବୃଦ୍ଧି ମଧ୍ୟରେ ସମ୍ପର୍କ ରହିଥିବା ଏକାଧିକ ପୂର୍ବ ଅଧ୍ୟୟନରୁ ଜଣାପଡ଼ିଛି ।

କିନ୍ତୁ ନିଦ୍ରାହୀନତା ହୃଦ୍‌ରୋଗର ଏକ କାରଣ କିମ୍ବା ଉଭୟ ମଧ୍ୟରେ କେବଳ ସମ୍ପର୍କ ରହିଛି, ତାହା ଚିହ୍ନଟ କରିବାରେ ଉକ୍ତ ଅଧ୍ୟୟନ ସମର୍ଥ ହୋଇନଥିଲେ ବୋଲି ଅଧ୍ୟୟନର ମୁଖ୍ୟ ଲେଖକ ତଥା ସ୍ୱିଡେନ୍‌ର କାରୋଲିନ୍‌ସ୍କା ଇନ୍‌ଷ୍ଟିଚ୍ୟୁଟ୍‌ର ସହ ପ୍ରଫେସର ସୁଜାନା ଲାରସନ୍‌ କହିଛନ୍ତି ।

ଗବେଷକମାନେ ଆନୁବଂଶିକ ପ୍ରକାର ଉପଯୋଗ କରୁଥିବା ମେଣ୍ଡେଲିଆନ ରାନ୍‌ଡୋମିସେସନ୍‌ କୌଶଳ ପ୍ରୟୋଗ କରିଥିଲେ । ନିଦ୍ରାହୀନତା ଭଳି ରୋଗର ଗୁରୁତ୍ୱପୂର୍ଣ୍ଣ କାରକ ସହ ଏହା ସଂପୃକ୍ତ । ହୃଦ୍‌ରୋଗ ଓ ଷ୍ଟ୍ରୋକ୍‌ରେ ପୀଡ଼ିତ ବା ପୀଡ଼ିତ ନଥିବା ୧୩ ଲକ୍ଷ ପ୍ରତିଯୋଗୀଙ୍କୁ ୪ଟି ଦଳ ଓ ୪ଟି ପର୍ଯ୍ୟାୟରେ ଅଧ୍ୟୟନରେ ସାମିଲ କରାଯାଇଥିଲା ।

ଗବେଷକମାନେ ନିଦ୍ରାହୀନତା ନିମିତ୍ତ ଆନୁବଂଶିକ ପ୍ରକାର ଚିହ୍ନଟ କରିଥିଲେ, ଯାହା ଧମନୀ ରୋଗ, ହୃଦ୍‌ ଅଚଳ ଓ ଷ୍ଟ୍ରୋକ୍‌ ଆଦି ଆଶଙ୍କା ସହ ଗୁରୁତ୍ୱପୂର୍ଣ୍ଣ ଭାବେ ସଂପୃକ୍ତ ଥିଲା । ତେଣୁ ନିଦ୍ରାହୀନତାର କାରଣ ଚିହ୍ନଟ ଓ ତା’ର ଚିକିତ୍ସା ଗୁରୁତ୍ୱପୂର୍ଣ୍ଣ ବୋଲି ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି ।

ଦିନକୁ ୬ ଘଣ୍ଟାରୁ ଅଧିକ ଶୋଇବାକୁ ଚୋଷ୍ଟା କରନ୍ତୁ। ଆବଶ୍ୟକତା ନଥିଲେ ମୋବାଇଲ ଇଣ୍ଟାନେଟ୍ ବ୍ୟବହାର କମ୍ କରନ୍ତୁ। ଶୋଇବା ସମୟରେ ଫୋନକୁ ମୁଣ୍ଡ ଉପରେ ରଖନ୍ତୁ ନାହିିଁ କିମ୍ବା ସୁଇଜ୍ ଅଫ କରିଦିଅନ୍ତୁ। ଶରୀରକୁ ନିଦ୍ରାହୀନତା ଠାରୁ ଦୂର କରିବା ପାଇଁ ରାତ୍ର ସମୟରେ କମ୍ ଖାଇବା ସହ ଶୀଘ୍ର ଶୋଇବାକୁ ଚେଷ୍ଟା କରନ୍ତୁ ଏହି ସବୁ ଉପାୟକୁ ପାଳନ କରିବା ଦ୍ବାରା ହୃଦପିଣ୍ଡ ଫେଲ୍ ଏବଂ ଷ୍ଟ୍ରୋକୁ ରୋକା ଯାଇପାରିବ।

   ସମ୍ବନ୍ଧିତ ଖବର


ମଥାରେ ତିଳକ ଲଗାଇବାର ବୈଜ୍ଞାନିକ କାରଣ

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…

ଜଳଖିଆରେ କ୍ଷୀର ରକ୍ତ ଶର୍କରା ସ୍ତର ହ୍ରାସ କରେ

ଡିଏନ୍‌ଏ ଗବେଷଣାରୁ ମିଳିଲା ଚିକିତ୍ସାର ଏକ ନୂଆ ଉପାୟ-ଏହି ଜିନିଷ କମ୍‌ଥିଲେ ଗୁରୁତର ହେଉଛନ୍ତି ରୋଗୀ

ସାବଧାନ ! ଆପଣ ପାଖକୁ ବି ଫୋନ୍‌ ଆସିପାରେ – ସେକ୍ସ ପାଇଁ ଅଫର ଦେଉଛନ୍ତି ଯୁବତୀ

ଆୟୋଡିନ୍‌ରେ ନିଷ୍କ୍ରିୟ ହେବ କରୋନା-ମାତ୍ର ୧୫ ସେକେଣ୍ଡ ଲାଗିବ:ଘରେ ଏହି ବ୍ୟବସ୍ଥା ନ ଆପଣାଇବାକୁ ଗବେଷକମାନେ ପରାମର୍ଶ