PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ଇଡିକୁ କୋର୍ଟଙ୍କ ନିର୍ଦେଶ: ଭଦ୍ରାଙ୍କୁ ୫ ଦିନ ଭିତରେ ଦିଅ ୨୬ ହଜାର ପୃଷ୍ଠାର ହାର୍ଡକପି

ନୂଆଦିଲ୍ଲୀ,୨୫।୨: ମନି ଲଣ୍ଡରିଂ ମାମଲାରେ ତଦନ୍ତର ସମ୍ମୁଖୀନ ହୋଇଥିବା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ଆବେଦନ ଉପରେ ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ ଇଡିଙ୍କୁ ନିର୍ଦେଶ ଦେଇଛନ୍ତି ୫ ଦିନ ଭିତରେ ଭଦ୍ରାଙ୍କ ସମସ୍ତ କାଗଜପତ୍ରର ହାର୍ଡକପି ଦାଖଲ କରନ୍ତୁ। ଏହି ମାମଲା ସମ୍ପର୍କିତ ଦୁଇଟି ଆବେଦନ ଉପରେ ଆଜି ଶୁଣାଣି କରାଯାଇଛି। ଗୋଟିଏ ଆବେଦନରେ ଭଦ୍ରା ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ଠାରୁ ୨୬ ହଜାର ପୃଷ୍ଠାର ଡକ୍ୟୁମେଣ୍ଟର ହାର୍ଡକପି ମାଗିଛନ୍ତି। ଦ୍ବିତୀୟଟିରେ କୁହାଯାଇଛି ବିନା ଡକ୍ୟୁମେଣ୍ଟ ନଦେଇ ଆଗକୁ ଇଡି ତାଙ୍କୁ ପଚରାଉଚରା ନକରନ୍ତୁ। ତେବେ ଭଦ୍ରାଙ୍କ ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

source: https://www.indiatvnews.com

ଭଦ୍ରାଙ୍କ ଓକିଲ କେଟିଏସ୍ ତୁଳସୀ କୋର୍ଟଙ୍କୁ କହିଛନ୍ତି ଡକ୍ୟୁମେଣ୍ଟକୁ ନପଢି ଏହା ଜାଣିବା ଖୁବ୍ କଷ୍ଟକର ଯେ ଇଡି ତାଙ୍କ ଉପରେ କେଉଁ ଭଳି ଅଭିଯୋଗ ଲଗାଇଛନ୍ତି ଓ ଇଡି ପାଖରେ ଏହା ସମ୍ପର୍କିତ କ’ଣ ସବୁ ପ୍ରମାଣ ରହିଛି।   ଡକ୍ୟୁମେଣ୍ଟ ନଦେଇ ଯେଉଁଭଳି ଭାବରେ ଭଦ୍ରାଙ୍କୁ ଇଡି ଘଣ୍ଟା ଘଣ୍ଟା ପ୍ରଶ୍ନ ପଚାରୁଛି ଏହା ସମ୍ପୂର୍ଣ୍ଣ ଭାବରେ ବେଆଇନ। ଭଦ୍ରାଙ୍କ ଓକିଲ କେଟିଏସ୍ ତୁଳସୀଙ୍କ ତର୍କ ପରେ ଇଡିର ଓକିଲ ଡିପି ସିଂହ ଏହାକୁ ଯୋରଦାର ଭାବରେ ବିରୋଧ କରି କହିଥିଲେ ଏହା ସବୁ କେବଳ ଯାଞ୍ଚ କାମକୁ ଲଟକାଇ ରଖିବାକୁ ଚେଷ୍ଟା କରାଯାଉଛି। ଭଦ୍ରାଙ୍କ ଓକିଲ ଖରାପରୁ ଖରାପ ଲାପଟପକୁ ନେଇ କୋର୍ଟ ଯଦି ଆସିଯିବେ ତେବେ ଏହି ସବୁ ଡକ୍ୟୁମେଣ୍ଟ  ଯାହା ହାର୍ଡଡିସ୍କରେ ଦେଇଚୁ ତାକୁ ଖୋଲିକି କୋର୍ଟ ସମ୍ମୁଖରେ ଦେଖାଇ ଦେବୁ।

source: http://prashantghai.com

  ବିତର୍କ ଚାଲିଥିବା ବେଳେ ଇଡିର ଓକିଲ କହିଥିଲେ ୨୬ ହଜାରରୁ ଅଧିକ ପୃଷ୍ଠାର ଡକ୍ୟୁମେଣ୍ଟ ମଗାଯାଉଛି। ଭାବନ୍ତୁ ଏଥିରେ କେତେ କାଗଜ ନଷ୍ଟ ହେବ ଓ ଇକୋ-ସିଷ୍ଟମ ପାଇଁ ତାହା କେବେ ଭଲ ବୋଲି କହିହେବନି। ଭଦ୍ରାଙ୍କ ଓକିଲ ଇଡିକୁ କହିଥିଲେ କ’ଣ ଦୁଇଦିନ ମଧ୍ୟରେ କାଗଜର ହାର୍ଡ କପି ଦେଇ ପାରିବେ? ଏହାର ଜବାବରେ ଏଜେନ୍ସି କହିଛି ଆମେ ସଫ୍ଟ କପି ପୂର୍ବରୁ ଦେଇସାରିଛୁ, କିନ୍ତୁ ଏହା ଉପରେ ଆପତ୍ତି ପ୍ରକାଶ କରି ଭଦ୍ରାଙ୍କ ଓକିଲ କହିଥିଲେ ସେ ସଫ୍ଟ କପି ଖୋଲି ହେଉନି। ଏହାପରେ ବିଚାରପତି ଇଡିକୁ ୫ ଦିନ ମଧ୍ୟରେ ଭଦ୍ରାଙ୍କୁ ସମସ୍ତ ଡକ୍ୟୁମେଣ୍ଟର ହାର୍ଡକପି ଦେବାକୁ ନିର୍ଦେଶ ଦେଇଛନ୍ତି।