ରବିବାର ଖୋଲା ରହିବ ସରକାରୀ ବ୍ୟାଙ୍କ୍, ଆରବିଆଇ ଜାରୀ କଲା ନିର୍ଦ୍ଦେଶ, ଏହା ପଛରେ ରହିଛି ଏକ ବଡ଼ କାରଣ

ନୂଆଦିଲ୍ଲୀ ୨୭।୩: ମାର୍ଚ୍ଚ ୩୧ ତାରିଖ ଅର୍ଥାତ୍ ରବିବାର ଦିନ ଦେଶର ସମସ୍ତ ସରକାରୀ ଦେଣନେଣ କରୁଥିବା ବ୍ୟାଙ୍କ ଖୋଲା ରହିବ ବୋଲି କହିଛି ଭାରତୀୟ ରିଜର୍ବ ବ୍ୟାଙ୍କ। ସପ୍ତାହ ଯାକ ଯେତେ ବ୍ୟସ୍ତ ରୁହନ୍ତୁ କାହିଁକି ରବିବାର ଦିନ ସବୁ କାମ ଆପଣ ସବୁ କାମ ସହଜରେ କରିପାରିବେ। କେନ୍ଦ୍ରୀୟ ବ୍ୟାଙ୍କ ଏହି ସମ୍ବନ୍ଧରେ ସମ୍ବନ୍ଧିତ ବ୍ୟାଙ୍କକୁ ଗାଇଡ଼ଲାଇନ ମଧ୍ୟ ଜାରି କରିଛି।
ବ୍ୟାଙ୍କର ଏହି ନିର୍ଣ୍ଣୟ ପଛରେ ଏକ ବଡ଼ କାରଣ ରହିଛି। ଚଳିତ ଆର୍ଥିକ ବର୍ଷର ଶେଷ ଦିନ ହେଉଛି ମାର୍ଚ୍ଚ ୩୧। ଅର୍ଥାତ୍ ଏହି ଦିନ ରବିବାର ପଡ଼ୁଛି। ଏଥିପାଇଁ ସରକାରୀ ଦେଣନେଣ କରୁଥିବା ବ୍ୟାଙ୍କ ଶାଖାଗୁଡ଼ିକ ଖୋଲା ରଖିବା ପାଇଁ ଆଦେଶ ଦିଆଯାଇଛି।
ଏଥର ଭାରତ ସରକାରଙ୍କ ତରଫରୁ ଜାରୀ କରାଯାଇଥିବା ବୟାନରେ କୁହାଯାଇଛି କି, ସରକାରୀ ଦେଣନେଣ ପାଇଁ ସମସ୍ତ ପେ’ ଆଣ୍ଡ ଆକାଉଣ୍ଟ କାର୍ଯ୍ୟାଳୟ ମାର୍ଚ୍ଚ ୩୦ ତାରିଖ ଦିନ ରାତି ୮ଟା ପର୍ଯ୍ୟନ୍ତ ଏବଂ ୩୧ ତାରିଖ ଦିନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ଦିନ ଆରଟିଜିଏସ୍ ଏବଂ ଏନଇଏଫଟି ସହିତ ସମସ୍ତ ପ୍ରକାର ଇଲେକଟ୍ରୋନିକ ଦେଣନେଣ ବି ଚାଲୁ ରହିବ।
ଏସବିଆଇ ତାର ହୋଲ୍ଡରମାନଙ୍କୁ ଅନଲାଇନ ପ୍ରବଞ୍ଚନାରୁ ବଂଚିବା ପାଇଁ ମଧ୍ୟ ଉପଦେଶ ଦେଇଛି। ଡେବିଟ୍, କ୍ରେଡିଟ୍, ନେଟ୍ ବ୍ୟାଙ୍କିଂ ଜରିଆରେ ହେଉଥିବା ପ୍ରବଞ୍ଚନା ପାଇଁ ହୋଲ୍ଡରକୁ ବ୍ୟାଙ୍କ ବିଭିନ୍ନ ପ୍ରକାର ଟିପ୍ସ ମଧ୍ୟ ଦେଇଛି।