PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

କାହାଣୀ ଏଭଳି ପ୍ରାଚୀନ ସହରର, ଯେଉଁଠି ମଣିଷଠାରୁ ନେଇ ପଶୁଙ୍କ ପର୍ଯ୍ୟନ୍ତ ସମସ୍ତେ ହୋଇଯାଇଥିଲେ ପଥର

https://www.amarujala.com

ପୋମ୍ପଇ,୨୪।୭: ସାଧାରଣତଃ ଏଭଳି କିଛି କାହାଣୀ ଆପଣମାନେ ଶୁଣିଥିବେ,  କୌଣସି ମଣିଷ କିମ୍ବା ପଶୁ ପଥର ହୋଇଯାଏ।  କିନ୍ତୁ ଇଟାଲିରେ ଏଭଳି ଏକ ପ୍ରାଚୀନ ସହର ରହିଛି, ଯେଉଁଠି ଏଭଳି ଘଟଣା ସତ ହୋଇଛି। ସେଠାରେ ରହୁଥିବା ମଣିଷଠାରୁ ନେଇ ପଶୁଙ୍କ ପର୍ଯ୍ୟନ୍ତ ସମସ୍ତେ ପଥର ପାଲଟି ଯାଆନ୍ତି। ପଥର ଭଳି ତାଙ୍କ ଶରୀର ଆଜି ସେହି ସହରରେ ମିଳେ। ତାଙ୍କୁ ଦେଖି ଏଭଳି ଲାଗେ, ଯେପରି ସେ ମଣିଷ ନୁହେଁ କୌଣସି ମୂର୍ତ୍ତୀ, କିନ୍ତୁ ଯେତେବେଳେ ଲୋକମାନେ ଏହା ପଛର ପ୍ରକୃତ କଥା ଜାଣନ୍ତି, ତାଙ୍କର ଆତ୍ମା ଥରିଯାଏ।

ଇଟାଲୀର ପୋମ୍ପଇ ସହରର ବିଷୟରେ ଆମେ କଥା ହେଉଛୁ। ଏହି ସହରରେ ଶହ ଶହ ବର୍ଷ ପୂର୍ବେ ଏଭଳି ଭୟଙ୍କର ଘଟଣା ଘଟିଥିଲା। ଗୋଟିଏ ଝଟକାରେ ପୁରା ସହର ଧ୍ବଂସ ହୋଇଯାଇଥିଲା। ଏହି ସ୍ଥାନରେ ବୈଜ୍ଞାନିକଙ୍କୁ ଏଭଳି ବହୁ ପ୍ରମାଣ ମିଳିଛି, ଯାହା ଆଧାରରେ ସେ କୁହନ୍ତି ବୋଧହୁଏ ସେତେବେଳେ ମଣିଷ ବଞ୍ଚିବା ସମ୍ଭବ ନଥିଲା। ପୋମ୍ପଇ ୧୭୦ ଏକର ଧରି ବ୍ୟାପି ରହିଛି। ସେଠାରେ ଶତାଧିକ ଭଙ୍ଗା ଘର ରହିଛି। ଏହି ସହରରେ ୧୧ ହଜାରରୁ ୧୫ ହଜାର ଲୋକ ରୁହନ୍ତି। କିଛି ବର୍ଷ ସେଠାରେ ଖନନ ବେଳେ ପ୍ରତ୍ନତତ୍ତ୍ୱ ବିଭାଗ ଏକ ଘୋଡାର ଶରୀର ଓ ଏହାର କବଚ ମିଳିଥିଲା, ଯାହାକି ପଥରରେ ତିଆରି ହୋଇଥିଲା। ଏହାଛଡା ସେଠାରେ ଜଣେ ବ୍ୟକ୍ତିଙ୍କର ମୁଣ୍ଡ ମିଳିଥିଲା, ଯାହାକି କାଚର ଥିଲା। ଉଲ୍ଳେଖନୀୟ ଯେ, ପୋମ୍ପୋଇ ପାଖରେ ନେପଲସ୍‌ର ଉପକୂଳରେ ଏକ ଜ୍ବାଳାମୁଖୀ ରହିଛି, ଯାହାର ନାଁ ମାଉଣ୍ଟ ଭସୁଭିୟସ୍ ଅଟେ। ୭୯ ଇସ୍କଭିରେ ଏହି ଜ୍ବାଳାମୁଖୀ ଆଚାନକ ଫାଟି ଯାଇଥିଲା, ସେହି କାରଣରୁ ପ୍ରବଳ ମାତ୍ରାରେ ଲାଭା, ପାଉଁଶ ଓ ଗ୍ୟାସ୍ ବାହାରିଥିଲା। ଏହାଦ୍ବାରା ବଡ ଧରଣର ଧ୍ବଂସ ହୋଇଥିଲା।

ପୋମ୍ପଇରେ ରହୁଥିବା ଲୋକମାନେ ଯେତେବେଳେ ସହର ଛାଡି ପଳାୟନ କରୁଥିଲେ ସେତେବେଳେ ଜ୍ବାଳାମୁଖୀର ଲାଭା ସେଠାରେ ପହଁଞ୍ଚି ସାରିଥିଲା। ଏହି କାରଣରୁ ସେହି ସ୍ଥାନ ଏତେ ଗରମ ହୋଇଯାଇଥିଲା ଯେ, ଲୋକଙ୍କର ରକ୍ତ ଗରମ ହେବା ସହ ମୁଣ୍ଡ ଫାଟି ଯାଇଥିଲା। ଏହା ସହିତ ଲାଭାର ପ୍ରଭାବରେ ଆସିବା କାରଣରୁ ତାଙ୍କର ଭୟଙ୍କର ମୃତ୍ୟୁ ହୋଇଥିଲା। ପରେ ତାପମାତ୍ରା ହ୍ରାସ ପାଇବା କାରଣରୁ ଲାଭା ଟାଣୁଆ ହୋଇଯାଇଥିଲା ଓ ମଣିଷର ଶରୀର ପଥର ହୋଇଯାଇଥିଲା। ପୋମ୍ପଇ ବ୍ୟତୀତ ଜ୍ବାଳାମୁଖୀ ଏକ ଛୋଟ ସହରକୁ ମଧ୍ୟ ଧ୍ବଂସ କରିଦେଇଥିଲା, ଯାହାର ନାଁ ଥିଲା ହର୍କୁଲୋନିୟମ। କୁହାଯାଏ ଯେ, ଯେତେବେଳେ ଜ୍ବାଳାମୁଖୀ ଫାଟିଥିଲା, ନିଜର ଜୀବନ ବଞ୍ଚାଇବା ପାଇଁ ପ୍ରାୟ ୩୦୦ ଲୋକ ସେଠାରେ ବୋଟ୍‌ ହାଉସ୍ ଭିତରେ ପଶି ଯାଇଥିଲେ। ଭୟଙ୍କର ଗରମ୍ ଓ ଲାଭା କାରଣରୁ ଅତି ଭୟଙ୍କର ଭାବରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୧୯୮୦ରେସେମାନଙ୍କର ପଥର ଶରୀର ଉଦ୍ଧାର କରାଯାଇଥିଲା। ପୋମ୍ପଇ ଓ ହର୍କୁଲୋନିୟମ ଦୁଇଟି ସହର ବର୍ତ୍ତମାନ ୟୁନେସ୍କୋର ସୂଚୀରେ ସାମିଲ ହୋଇଛି।

ସମ୍ବନ୍ଧିତ ଖବର