ଅଗ୍ନି-୩ର ରାତ୍ରୀ ପରୀକ୍ଷଣ ସଫଳ

ଭଦ୍ରକ,୩୦।୧୧: ଭଦ୍ରକର  ଅବଦୁଲ କାଲାମ ଦ୍ୱୀପରୁ ଆଜି ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି।  ପ୍ରଥମ ଥର ପାଇଁ ରାତିରେ ଅଗ୍ନି-୩ର ପରୀକ୍ଷଣ କରାଯାଇଛି।  ଆଜି ସଂଧ୍ୟା ୭ଟା ୧୭ ମିନିଟରେ ୪ ନମ୍ବର ଲଞ୍ଚ ପ୍ୟାଡରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ରାତିରେ ହୋଇଥିଲେ ମଧ୍ୟ ଏହା ସଠିକଭାବେ ନିଜର ଲକ୍ଷ୍ୟ ଭେଦ କରିପାରିଛି।

ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ(ଡିଆରଡିଓ) ଦ୍ୱାରା ବିକଶିତ  ଅଗ୍ନି-୩  ପୂର୍ବରୁ ଭାରତୀୟ ସେନାରେ ସାମିଲ ହୋଇସାରିଛି । ଏହା ପ୍ରାୟ ୩ ହଜାର କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ।ଏହାର ପରିସୀମାରେ ପଡୋଶୀ ଦେଶ ପାକିସ୍ତାନର ଓ ଚୀନର ଅଧିକାଂଶ ଅଞ୍ଚଳ ରହିଛି। ୧୭ ଟନ ଓଜନର ଏହି କ୍ଷପଣାସ୍ତ୍ରର ୧୦୦୦ କେଜି ଓଜନର ଭାର ବହନ କରିବାର କ୍ଷମତା ରହିଛି।

   ସମ୍ବନ୍ଧିତ ଖବର


କଥାକୁହା ବିଲେଇ କହୁଛି ଇଂଲିଶ୍, ଭିଡିଓ ଭାଇରାଲ

ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ବିଧାୟକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ବିଜେପି ସାଂସଦ ସାକ୍ଷୀ ମହାରାଜ ହେଲେ ଟ୍ରୋଲ, ପ୍ରିୟଙ୍କା ଗାନ୍ଧି ଦେଲେ ଏଭଳି ପ୍ରତିକ୍ରିୟା

ପୋକସୋ ଆକ୍ଟ ନେଇ ରାଷ୍ଟ୍ରପତିଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ, ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ଆବେଦନରୁ ବାଦ୍ ଦିଆଯାଉ

ଏଣିକି ପୋଷ୍ଟମ୍ୟାନ୍ ଓ ଗ୍ରାମୀଣ ଡାକ ସେବକ ବିକ୍ରି କରିବେ ଇନସ୍ୟୁରାନ୍ସ ପଲିସି, ଗାଇଡଲାଇନ୍ ଜାରି