PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ମାର୍ଚ୍ଚ ଶେଷ ଯାଏ ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ‘ଡିଜିସିଏ’ ପକ୍ଷରୁ ବିଜ୍ଞପ୍ତି ଜାରି

business-standard

ନୂଆଦିଲ୍ଲୀ,୨୭/୦୨ : ସାମ୍ପ୍ରତିକ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲଗାଯାଇଥିବା କଟକଣାକୁ ମାର୍ଚ୍ଚ ୩୧ ଯାଏ ସମ୍ପ୍ରସାରଣ କରିଛନ୍ତି । ତେବେ ବନ୍ଦେ ଭାରତ ମିସନ ଏବଂ ଟ୍ରାଭେଲ ବବଲ୍ସ ଇଣ୍ଡିଆ ଅଧୀନରେ ଚାଲୁଥିବା ବିମାନଗୁଡ଼ିକର ଉଡ଼ାଣ ଜାରି ରହିବ ।

ମହାମାରୀର ପ୍ରକୋପ ଏଭଳି ରହିଛି ଯେ, ଇତିମଧ୍ୟରେ ବର୍ଷେ ବିତିଯାଇଥିବା ସତ୍ତେ୍ୱ ନିକଟ ଭବିଷ୍ୟତରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣର କୌଣସି ସମ୍ଭାବନା ନାହିଁ । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରି ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣାକୁ ସମ୍ପ୍ରସାରଣ କରିଛି । ତେବେ ଅନ୍ତର୍ଜାତୀୟ କାର୍ଗୋ ଅପରେସନ ଉପରେ ଏହା ଲାଗୁ ହେବ ନାହିଁ ।