ପ୍ରମୁଖ ଖବର
  • ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଆପଣଙ୍କ ଟିକେ ଭୁଲ୍ ରାଉରକେଲାକୁ ପଛକୁ ନେଇଯିବ : ୫-ଟି ଅଧ୍ୟକ୍ଷ
  • ||
  • ରାଉରକେଲାରେ ନବୀନଙ୍କ ଉଦବୋଧନ, ମାଗଣାରେ ବିଜୁଳି ଦେବେ ବିଜେଡି ସରକାର
  • ||
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

ଅନ୍ତର୍ଜାତୀୟ ନୃତ୍ୟ ଦିବସ, ନୃତ୍ୟକୁ ଉତ୍ସବ ଭାବେ ପାଳନ କର...

ନୂଆଦିଲ୍ଲୀ୨୯/୦୪: ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଜିନ୍‌-ଜର୍ଜେସ୍‌ ନୋଭେର୍‌ଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଏପ୍ରିଲ ୨୯ ତାରିଖରେ ପାଳିତ ହୁଏ ଅନ୍ତର୍ଜାତୀୟ ନୃତ୍ୟ ଦିବସ । ସମଗ୍ର ବିଶ୍ୱର ନୃତ୍ୟଶିଳ୍ପୀଙ୍କ ପାଇଁ ଏହା ଏକ ବହୁ ପ୍ରତୀକ୍ଷିତ ଓ ଗର୍ବର ମୁହୂର୍ତ୍ତ । କଳାର ସୃଜନଶୀଳ ରୂପ ହେଉଛି  ନୃତ୍ୟ, ଯାହା ଆଭ୍ୟନ୍ତରୀଣ ଶକ୍ତିକୁ ପ୍ରୋତ୍ସାହିତ କରିବାରେ  ସାହାଯ୍ୟ କରେ । କାହାଣୀଟିଏ ବର୍ଣ୍ଣନା କରିବାର, ଭାବନା  ବ୍ୟକ୍ତ କରିବାର ଏବଂ ଅନ୍ୟମାନଙ୍କ ସହ ଯୋଡ଼ି ହେବାର ଏହା ଅନ୍ୟତମ ଶ୍ରେଷ୍ଠ ମାଧ୍ୟମ । 

୧୯୮୨ ମସିହାରେ ଇଣ୍ଟର୍‌ନ୍ୟାସନାଲ୍‌  ଥିଏଟର ଇନ୍‌ଷ୍ଟିଚ୍ୟୁଟ୍‌ (ଆଇଟିଆଇ)ର ନୃତ୍ୟ କମିଟି ଦ୍ୱାରା  ଅନ୍ତର୍ଜାତୀୟ ନୃତ୍ୟ ଦିବସ ଜନ୍ମ ନେଇଥିଲା । ଆଧୁନିକ ବ୍ୟାଲେ  ନୃତ୍ୟର ସ୍ରଷ୍ଟା ଜିନ୍‌-ଜର୍ଜେସ୍‌ ନୋଭେର(୧୭୨୭-୧୮୧୦)ଙ୍କ  ଜନ୍ମବାର୍ଷିକୀ ସ୍ମୃତିରେ ଏହି ଦିବସ ପାଳନ ନିମନ୍ତେ ନିଷ୍ପତ୍ତି  ନିଆଗଲା । ପ୍ରତିବର୍ଷ ଅନ୍ତର୍ଜାତୀୟ ଥିଏଟର ପ୍ରତିଷ୍ଠାନ ବା  ଆଇଟିଆଇର ଅନ୍ତର୍ଜାତୀୟ ନୃତ୍ୟ କମିଟି ଓ ଆଇଟିଆଇର କାର୍ଯ୍ୟନିର୍ବାହୀ ପରିଷଦ ଜଣେ ଚମତ୍କାର କୋରିଓଗ୍ରାଫର କିମ୍ବା  ନୃତ୍ୟଶିଳ୍ପୀଙ୍କୁ ଚୟନ କରେ, ଯିଏ ବିଶ୍ୱବାସୀଙ୍କ ପାଇଁ ଏକ  ପ୍ରେରଣାତ୍ମକ ବାର୍ତ୍ତା ଲେଖନ୍ତି । ସେହି ବାର୍ତ୍ତାକୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଏ ଏବଂ ବିଶ୍ୱସ୍ତରରେ ତା’ର ପ୍ରସାର କରାଯାଏ ।  ଅନ୍ତର୍ଜାତୀୟ ନୃତ୍ୟ ଦିବସର ବାର୍ତ୍ତା ନୃତ୍ୟକୁ ଉତ୍ସବ ଭାବେ ପାଳନ କରେ । ସମସ୍ତ ପ୍ରକାର ରାଜନୈତିକ, ସାଂସ୍କୃତିକ ଓ  ପାରମ୍ପରିକ ବାଧାବିଘ୍ନ ଦୂର କରେ ଏବଂ ନୃତ୍ୟ ନାମକ ସାଧାରଣ  ଭାଷା ଜରିଆରେ ସମସ୍ତଙ୍କୁ ଏକତ୍ର କରେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.